ମୁଁ ହିନ୍ଦୀରେ କହିବିନି, ବୁଝିଲେ ବୁଝ ନହେଲେ ନାହିଁ: କାଜୋଲ
I won't speak in Hindi, if I try, I won't understand: Kajol
ମୁମ୍ବାଇ, : ମହାରାଷ୍ଟ୍ରରେ, ବିଶେଷକରି ମୁମ୍ବାଇରେ ମରାଠୀ ବନାମ ହିନ୍ଦୀ ଭାଷାକୁ ନେଇ ବିବାଦ ଚାଲିଛି । ମୁମ୍ବାଇରେ ଅନେକ ହିନ୍ଦୀ ଭାଷାଭାଷୀ ଲୋକଙ୍କୁ ମରାଠୀ କହିବାକୁ ବଳପୂର୍ବକ କୁହାଯାଉଛି । ଅତୀତରେ ଏନେଇ ଅନେକ ବିବାଦ ହେବା ସହ ହିଂସା ମଧ୍ୟ ହୋଇସାରିଛି । ଅନେକ କଳାକାର ହିନ୍ଦୀ ଏବଂ ମରାଠୀ ଭାଷା କହିବା ଉପରେ ନିଜ ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ଏବେ ଅଭିନେତ୍ରୀ କାଜୋଲଙ୍କ ଏକ ଭିଡିଓ ଅଧିକ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ସେ ମରାଠୀରେ କଥା ହେଉଛନ୍ତି । ଯେତେବେଳେ ତାଙ୍କୁ ହିନ୍ଦୀରେ କହିବାକୁ କୁହାଯାଉଛି, ସେ ହିନ୍ଦୀରେ କହିବାକୁ ମନା କରିଦେଇଛନ୍ତି । ତେବେ ତାଙ୍କର ଏହି ଭିଡିଓ ଭାଇରାଲ ହେବା ପରେ ଏବେ ତାଙ୍କୁ ଟ୍ରୋଲ କରାଯାଉଛି । ଏକ ସାକ୍ଷାତକାରରେ କାଜୋଲ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତର ମରାଠୀରେ ଦେଇଥିଲେ । ଯେତେବେଳେ ତାଙ୍କୁ ହିନ୍ଦୀରେ କହିବାକୁ କୁହାଯାଇଥିଲା, ସେ ରାଗିଯାଇଥିଲେ । ସେ କହିଥିଲେ, ‘ଏବେ ପୁଣି ମୁଁ ହିନ୍ଦୀରେ କହିବି, ଯିଏ ବୁଝିବା ଲୋକ ସେ ବୁଝିଯିବ ।\’ ତାଙ୍କର ଏଭଳି ଭିଡିଓ ଭାଇରାଲ ହେବା ପରେ ଲୋକେ ତାଙ୍କୁ ଟ୍ରୋଲ୍ କରିବା ଆରମ୍ଭ କରିଛନ୍ତି । ଅନେକ ସୋସିଆଲ ମିଡିଆ ବ୍ୟବହାରକାରୀ ଅଭିନେତ୍ରୀଙ୍କ ମନ୍ତବ୍ୟକୁ ନିନ୍ଦା କରିଛନ୍ତି ଏବଂ ତାଙ୍କୁ ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରିରେ କାମ କରିବା ବନ୍ଦ କରିଦେବା ଉଚିତ ବୋଲି କହିଛନ୍ତି । ଯଦି ସେ ହିନ୍ଦୀ ଭାଷାରେ କଥା ହେବାକୁ ଅସହଜ ଏବଂ ଲଜ୍ଜିତ ଅନୁଭବ କରୁଛନ୍ତି, ତେବେ ତାଙ୍କୁ ବଲିଉଡ୍ ହିନ୍ଦୀ ସିନେମାରେ କାମ କରିବା ବନ୍ଦ କରିବା ଉଚିତ । ତାଙ୍କୁ ତାଙ୍କର ଦୋମୁହାଁ ନୀତି ଛାଡିବା ଉଚିତ ବୋଲି ଜଣେ ବ୍ୟବହାରକାରୀ ଲେଖିଛନ୍ତି । ସେ ହିନ୍ଦୀ ଫିଲ୍ମରେ କାହିଁକି କାମ କରୁଛନ୍ତି? ତାଙ୍କୁ କେବଳ ମରାଠୀ ଫିଲ୍ମରେ କାମ କରିବା ଉଚିତ ବୋଲି ଅନ୍ୟଜଣେ ଲେଖିଛନ୍ତି ।