ମୁହଁରେ ରକ୍ତ ଓ ଆଖିରେ କ୍ରୋଧର ଜ୍ୱାଳା, ଭିନ୍ନ ଅବତାରରେ ରଶ୍ମିକା
ନୂଆଦିଲ୍ଲୀ, : \”ଛାଭା\’ର ଜବରଦସ୍ତ ସଫଳତା ପରେ ରଶ୍ମିକା ମନ୍ଦାନା ଏବେ ଧନୁଷଙ୍କ \”କୁବେରା\’ରେ ନଜର ଆସିଛନ୍ତି । ଇତି ମଧ୍ୟରେ ଅଭିନେତ୍ରୀଙ୍କ ଆଗାମୀ ଫିଲ୍ମର ପୋଷ୍ଟର ରିଲିଜ୍ ହୋଇଛି । ଶୁକ୍ରବାର ରିଲିଜ୍ ହୋଇଥିବା ଏହି ପୋଷ୍ଟରରେ ରଶ୍ମିକା ସମ୍ପୂର୍ଣ୍ଣ ଭିନ୍ନ ତଥା ଲୋମ ହର୍ଷଣକାରୀ ଅବତାରରେ ନଜର ଆସିଛନ୍ତି, ଯେଉଁଥିପାଇଁ ଫିଲ୍ମକୁ ନେଇ ପ୍ରଶଂସକଙ୍କ ଉତ୍ସାହ ବୃଦ୍ଧି ପାଇଛି । ଚଳଚ୍ଚିତ୍ର ନର୍ମାତା ପୋଷ୍ଟର ସହ ଏହାର ଟାଇଟଲ ମଧ୍ୟ ଘୋଷଣା କରିଛନ୍ତି । ଦକ୍ଷିଣ ଭାରତୀୟ ଅଭିନେତ୍ରୀ ରଶ୍ମିକା ମନ୍ଦାନା ତାଙ୍କ ଆଗାମୀ ଫିଲ୍ମର ପୋଷ୍ଟର ଇନଷ୍ଟାଗ୍ରାମରେ ଶେୟାର କରିଛନ୍ତି । ଏଥିରେ ଅଭିନେତ୍ରୀଙ୍କ ପ୍ରଥମ ଲୁକ୍ ସାମ୍ନାକୁ ଆସିଛି, ଯେଉଁଥିରେ ସେ ହାତରେ ଅସ୍ତ୍ର ଧରିଛନ୍ତି । ଏଥିସହ ଅଭିନେତ୍ରୀଙ୍କ ମୁହଁ ରକ୍ତ ଜୁଡ଼ୁବୁଡ଼ୁ ହୋଇଥିବା ଏବଂ ତାଙ୍କ ଆଖିରେ କ୍ରୋଧର ଜ୍ୱାଳା ଦେଖିବାକୁ ମିଳିଛି । ଗୁରୁବାର ମଧ୍ୟ ରଶ୍ମିକା ଫିଲ୍ମର ଏକ ପୋଷ୍ଟର ଶେୟାର କରିଥିଲେ, ଯେଉଁଥିରେ ସେ ହାତରେ ଅସ୍ତ୍ର ଧରି ଠିଆ ହୋଇଥିଲେ । ଏଥିସହ ଫିଲ୍ମର ନାମ ଆଜି ଘୋଷଣା ହେବ ବୋଲି ସୂଚନା ଦେଇଥିଲେ । ପୋଷ୍ଟର ଶେୟାର କରି ରଶ୍ମିକା କ୍ୟାପ୍ସନରେ ଲେଖିଛନ୍ତି, ମୁଁ ସର୍ବଦା ଆପଣମାନଙ୍କୁ କିଛି ନୂଆ ଦେବାକୁ ଚେଷ୍ଟା କରେ । କିଛି ଭିନ୍ନ, ରୋମାଞ୍ଚକର ଏବଂ ଏହା ତା\’ ମଧ୍ୟରୁ ଗୋଟିଏ । ଏପରି ଏକ ଚରିତ୍ର ଯେଉଁଥିରେ ମୁଁ ପୂର୍ବରୁ କେବେ ଅଭିନୟ କରିନାହିଁ, ଏପରି ଏକ ଦୁନିଆ ଯେଉଁଥିରେ ମୁଁ କେବେ ପାଦ ଦେଇନାହିଁ ଏବଂ ମୋର ଏଭଳି ଏକ ରୂପ ଯାହାକୁ ମୁଁ ମଧ୍ୟ ପୂର୍ବରୁ କେବେ ଭେଟି ନଥିଲି । ଏହା ଅତ୍ୟନ୍ତ ତୀବ୍ର ଓ ଭୟଙ୍କର, ସେଥିପାଇଁ ମୁଁ ସାମାନ୍ୟ ଅଧୀର, କିନ୍ତୁ ବହୁତ ଉତ୍ସାହିତ ମଧ୍ୟ ଅଛି । ଏହି ପୋଷ୍ଟର ରିଲିଜ୍ କରି ଫିଲ୍ମ ନିର୍ମାତାମାନେ ଏହାର ଟାଇଟଲ ମଧ୍ୟ ଘୋଷଣା କରିଛନ୍ତି । ରଶ୍ମିକା ମନ୍ଦାନାଙ୍କ ଏହି ଆଗାମୀ ଫିଲ୍ମର ନାମ \”ମାଏସା\’ । ରବିନ୍ଦ୍ର ପୁଲେ ଏହି ଫିଲ୍ମର ନିର୍ଦ୍ଦେଶନା ଦେଉଥିବାବେଳେ ଅଜୟ ଏବଂ ଅନିଲ ସୟାପୁରେଡ୍ଡୀ ପ୍ରଯୋଜନା ଭାର ବହନ କରିଛନ୍ତି । ଚଳଚ୍ଚିତ୍ରକୁ ୪ଟି ଭାଷାରେ ମୁକ୍ତିଲାଭ କରାଯିବ । ଏବେ ଦର୍ଶକ \”ମାଏସା\’ର ମୁକ୍ତିଲାଭ ତାରିଖ ଘୋଷଣା ଅପେକ୍ଷାରେ ରହିଛନ୍ତି ।