‘ମେରେ ରହୋ’ରେ ଜୁନୈଦ-ସାଈ ଯୋଡି

Junaid-Sai pair up in 'Mere Raho'

19

ନୂଆଦିଲ୍ଲୀ, : ଆମିର ଖାନ୍ ପ୍ରଡକ୍ସନ୍ସର ଅପ୍କମିଙ୍ଗ ରୋମାଣ୍ଟିକ୍ ଡ୍ରାମାକୁ ମିଳିଛି ଟାଇଟଲ । ଫିଲ୍ମର ନାଁ ‘ମେରେ ରହୋ’ । ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ଜୁନୈଦ ଖାନ୍ ଓ ସାଉଥ୍ ନାୟିକା ସାଈ ପଲ୍ଲବୀ । ଆସନ୍ତା ଡିସେମ୍ବର ୧୨ ତାରିଖରେ ଫିଲ୍ମଟି ମୁକ୍ତିଲାଭ କରିବ । ଏହି ଘୋଷଣା ସହିତ ଫିଲ୍ମକୁ ନେଇ ରହିଥିବା ସମସ୍ତ ଗୁଜବର ଅନ୍ତ ଘଟିଛି । ଫିଲ୍ମର ନିଦେ୍ର୍ଦଶନା ଦେଇଛନ୍ତି ସୁନୀଲ ପାଣ୍ଡେ । ଆମିରଙ୍କ ସମେତ ମନସୂର ଖାନ୍ ପ୍ରଯୋଜନା ଦାୟିତ୍ୱରେ ଅଛନ୍ତି । ଏହା ପୂର୍ବରୁ ଫିଲ୍ମର ନାଁ ‘ଏକ୍ ଦିନ’ ରଖାଯାଇଥିଲା ଏବଂ ଆସନ୍ତା ନଭେମ୍ବର ୭ରେ ମୁକ୍ତିଲାଭ ହେବାର ଥିଲା । ତାହା ହୋଇଥିଲେ, ଅଗସ୍ତ୍ୟ ନନ୍ଦାଙ୍କ ‘ଇକ୍କିଶ୍’ ସହିତ ଫିଲ୍ମର ଟକ୍କର ହୋଇଥାନ୍ତା । ଏବେ କିନ୍ତୁ ନୂଆ ଘୋଷଣା ଅନୁସାରେ, ‘ମେରେ ରହୋ’ ଡିସେମ୍ବରରେ ମୁକ୍ତିଲାଭ କରିବଏବଂ କାହା ସହିତ ତା’ର ଟକ୍କର ହେବ ନାହିଁ । ଜାପାନର ସୁନ୍ଦର ଶୀତଦିନିଆ ପରିବେଶରେ ଫିଲ୍ମଟି ପ୍ରସ୍ତୁତ ହୋଇଛି ଏବଂ ପ୍ରସିଦ୍ଧ ସାପୋରୋ ତୁଷାର ପର୍ବକୁ ଏହା ସ୍ଥାନ ଦେଇଛି । ୨୦୨୪ ଆରମ୍ଭରେ ସେଠାରେ ଫିଲ୍ମର ଅଧିକାଂଶ ସୁଟିଂ ହୋଇଥିଲା । ତୁଷାରପାତ ଯୋଗୁ ସୁଟିଂରେ ଟିକିଏ ବିଳମ୍ବ ବି ହୋଇଥିଲା । ‘ମେରେ ରହୋ’ ଜୁନୈଦଙ୍କର ୩ୟ ପ୍ରୋଜେକ୍ଟ ଏବଂ ଥିଏଟରରେ ମୁକ୍ତିଲାଭ କରିବାକୁ ଯାଉଥିବା ୨ୟ ଫିଲ୍ମ । ୟଶରାଜ ଫିଲ୍ମସର ‘ମହାରାଜ’ ଜରିଆରେ ସେ ଓଟିଟିରେ ପ୍ରଥମେ ପରଦାକୁ ଆସିଥିଲେ । ତାଙ୍କର ପ୍ରଥମ ଫିଲ୍ମ ଥିଲା ‘ଲଭ୍ୟାପା’ ।

Leave A Reply

Your email address will not be published.