ମୋଦିଙ୍କ ଜନ୍ମଦିନ ମା’ ତାରାତାରିଣୀଙ୍କ ମନ୍ଦିରରେ ସେବୟତମାନଙ୍କ ପକ୍ଷରୁ ସ୍ବତନ୍ତ୍ର ପୂଜାର୍ଚ୍ଚନା

Devotees offer special prayers at Maa Taratarini temple on Modi's birthday

14

ପୁରୁଷୋତ୍ତମପୁର,: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଅବସରରେ ଗଞ୍ଜାମ ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ମନ୍ଦିରରେ ସେବୟତମାନଙ୍କ ପକ୍ଷରୁ ସ୍ବତନ୍ତ୍ର ପୂଜାର୍ଚ୍ଚନା କରାଯାଇଛି । ପ୍ରଧାନମନ୍ତ୍ରୀଙ୍କ ଫୋଟଚିତ୍ରକୁ ମା’ଙ୍କ ନିକଟରେ ରଖି ଶୁଭମନାସି ଅଖଣ୍ଡ ଦୀପ ସହ ଫୁଲ, ଧୂପ, ଦେଇ ମା’ ଙ୍କୁ ପୂଜାର୍ଚ୍ଚନା କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୀର୍ଘାୟୁ ଓ ନିରୋଗ କାମନା କରିବା ସହ ଦେଶର ଉନ୍ନତିରେ ଏଭଳି ସହଭାଗିତା ବଜାୟ ରହୁ ବୋଲି କାମନା କରିଛନ୍ତି । ଆସନ୍ତା ୨୭ ତାରିଖରେ ପ୍ରଧାନମନ୍ତ୍ରୀ ବ୍ରହ୍ମପୁର ଅଭିମୁଖେ ଆସୁଥିବା ବେଳେ ମା’ ତାରାତାରିଣୀଙ୍କ ଦର୍ଶନ କରିବା ନିମନ୍ତେ ପୀଠକୁ ଆସିବା ସେବାୟତମାନେ ଅନୁରୋଧ କରିଛନ୍ତି । ମା’ଙ୍କ ପୀଠରେ ପ୍ରଧାନମନ୍ତ୍ରୀଙ୍କ ପାଦ ପଡ଼ିଲେ ମା’ଙ୍କ ମନ୍ଦରର ଆହୁରି ଉନ୍ନତି ସାଧିତ ହୋଇପାରିବ ବୋଲି ଆଶାରଖିଛନ୍ତି ସେବାୟତମାନେ । ଏଥିରେ ସେବାୟତ ସଂଘସଭାପତି ତପନରଣା, ବାପୁଜିରଣା, ଧ୍ରୁବରଣାଙ୍କ ସମେତ ବହୁ ସେବାୟତ ସାମିଲ ହୋଇ ପୂଜାର୍ଚ୍ଚନା କରିଥିଲେ।

Leave A Reply

Your email address will not be published.