ଶରତ ମିଶ୍ରଙ୍କ ୨୦ତମ ଶ୍ରଦ୍ଧାଞ୍ଜଳି ସଭା ସ୍ମୃତି କମିଟି ତରଫରୁ ଗଣ ଦୌଡ ଓ ସ୍ବେଚ୍ଛାକୃତ ରକ୍ତଦାନ ଶିବିର
ହିଞ୍ଜିଳିକାଟୁ : ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ ବିଜେପି ଯୁବମୋର୍ଚ୍ଚାର ପୂର୍ବତନ ରାଜ୍ୟ ସଭାପତି ସ୍ବର୍ଗତ ଶରତ ମିଶ୍ରଙ୍କ ୨୦ତମ ଶ୍ରଦ୍ଧାଞ୍ଜଳି ଦିବସ ରବିବାର ଦିନ ହିଞ୍ଜିଳିକାଟୁ ସ୍ଥିତ ମିନି ଷ୍ଟାଡ଼ିୟମ୍ ଠାରେ ପାଳନ କରାଯାଇଛି । ସକାଳ ସମୟରେ ମାରାଥନ ଦୌଡ଼ ପୂର୍ବାହ୍ନ ସମୟରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଶରତ ମିଶ୍ର ସ୍ମୃତି କମିଟି ହିଞ୍ଜିଳିକାଟୁ ତରଫରୁ ହୋଇଥିବା କାର୍ଯ୍ୟକ୍ରମକୁ ନିର୍ମଳ ଚନ୍ଦ୍ର ସାହୁଙ୍କ ସଭାପତିତ୍ୱରେ ମୁଖ୍ୟବକ୍ତା ଖଣି ,ପରିବହନ ଓ ବାଣିଜ୍ୟ ମନ୍ତ୍ରୀ ବିଭୁତି ଭୁଷଣ ଜେନା ,ସମ୍ମାନିତ ବକ୍ତା ସାଂସଦ ଅନିତା ଶୁଭଦର୍ଶନୀ ,ମୁଖ୍ୟ ଅତିଥି କ୍ଷୁଦ୍ର ମଧ୍ଯମ ଅଣୁଶିଳ୍ପ, ମତ୍ସ୍ୟ ଓ ପଶୁପାଳନ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ,ଜିଲ୍ଲା ସଭାପତି ଗଞ୍ଜାମ ସରୋଜ କୁମାର ସାବତ ଜିଲ୍ଲା ସଭାପତି ଆସିକା ବିଜୟ କୁମାର ସ୍ବାଇଁ , ଭଞ୍ଜନଗର ସାଂଗଠନିକ ଜିଲ୍ଲା ସଭାପତି ନୀଳମାଧବ ପାତ୍ର , ବିଧାୟକ କୃଷ୍ଣଚନ୍ଦ୍ର ନାୟକ , ବିଧାୟକ ପ୍ରତାପ ଚନ୍ଦ୍ର ନାୟକ , ବିଧାୟକ ପୁର୍ଣ୍ଣଚନ୍ଦ୍ର ସେଠୀ ବିଜେପି ବିଧାୟକ ପ୍ରାର୍ଥୀ ଶିଶିର ମିଶ୍ର ଏବଂ ଉତ୍ତମ ପାଣିଗ୍ରାହୀ ମଞ୍ଚାସୀନ ରହି ଶ୍ରଦ୍ଧାଞ୍ଜଳି ସଭାକାର୍ଯ୍ୟ ହୋଇଥିଲା । ଖବରମୁତାବକ ସକାଳ ସମୟରେ ଗଣ ଦୌଡକୁ କବିସୂର୍ଯ୍ୟନଗର ବିଧାୟକ ଓ ସ୍ବେଚ୍ଛାକୃତ ରକ୍ତଦାନ ଶିବିରକୁ ଆସିକା ସାଂସଦ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଉକ୍ତ ସ୍ବେଚ୍ଛାକୃତ ରକ୍ତଦାନ ଶିବିରରେ ମୋଟରେ ୧୧୦ ୟୁନିଟ ରକ୍ତ ସଂଗ୍ରହ ବ୍ରହ୍ମପୁର ମେଡିକାଲ ଦ୍ବାରା କରାଯାଇଥିଲା । ଶେରଗଡ଼ ମହିଳା ମୋର୍ଚ୍ଚା ସଭାପତି ଅଞ୍ଜଳି ବାଘ ,ଗଣ୍ଡଳା ମଣ୍ଡଳ ସଭାପତି ଅଶୋକ ମହାନ୍ତି ,ହିଞ୍ଜିଳି ନଗର ମଣ୍ଡଳ ପୁର୍ବତନ ସଭାପତି ସନ୍ତୋଷ କୁମାର ପାଣିଗ୍ରାହୀଙ୍କ ସୁଚନାନୁଯାଇ ସ୍ଥାନୀୟ ଅଞ୍ଚଳର ବହୁ ବରିଷ୍ଠ ବିଜେପି ନେତା ,ମଣ୍ଡଳ ସ୍ତରୀୟ ସଭାପତି ,ପୁର୍ବତନ ମଣ୍ଡଳ ସଭାପତି , ନଗର ସଭାପତି , ବିଜେପି ମହିଳା କର୍ମୀଙ୍କ ସହ ବହୁ ଯୁବଗୋଷ୍ଠୀ ରହିଥିବା ବେଳେ ପ୍ରାୟ ଏକ ହଜାରରୁ ଅଧିକ ଶରତ ପ୍ରେମୀମାନେ ଉପସ୍ଥିତ ଥିଲେ ।