ଷ୍ଟକ୍ ବଜାରରେ ବଡ଼ ଧରଣର ହ୍ରାସ, ୧୬ ଲକ୍ଷ କୋଟି ହରାଇଲେ ନିବେଶକ

Huge fall in stock market, investors lose Rs 16 lakh crore

14

ମୁମ୍ବାଇ, : ଭାରତ ବିରୋଧରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ ଯୁଦ୍ଧ ଯୋଗୁଁ ଭାରତୀୟ ଶିଳ୍ପ ଜଗତରେ ଆତଙ୍କ ଖେଳିଯାଇଛି । ଏହାର ପ୍ରଭାବ ଷ୍ଟକ ବଜାର ଉପରେ ମଧ୍ୟ ପଡ଼ିଛି । ଗତକାଲି ଆମେରିକା ସରକାର ବିଦେଶୀ ଔଷଧ ଉପରେ ୧୦୦% ଟାରିଫ ଲଗାଇବା ପରେ ଆଜି ତାହାର ପ୍ରଭାବରେ ଭାରତୀୟ ଷ୍ଟକ ବଜାରରେ ବଡ଼ ଧରଣର ହ୍ରାସ ପରିଲକ୍ଷିତ ହୋଇଛି । କ୍ରମାଗତଭାବେ ଗତ ୬ ଦିନ ଧରି ସେନସେକ୍ସ ଓ ନିଫଟିରେ ହ୍ରାସ ପରିଲକ୍ଷିତ ହୋଇଚାଲିଛି । ଶୁକ୍ରବାର ବନ୍ଦ ହେବା ସମୟରେ, ସେନସେକ୍ସ ୭୩୩.୨୨ ପଏଣ୍ଟ କିମ୍ବା ୦.୯୦ ପ୍ରତିଶତ ହ୍ରାସ ପାଇ ୮୦,୪୨୬.୪୬ ରେ ଏବଂ ନିଫ୍ଟି ୨୩୬.୧୫ ପଏଣ୍ଟ କିମ୍ବା ୦.୯୫ ପ୍ରତିଶତ ହ୍ରାସ ପାଇ ୨୪,୬୫୪.୭୦ ରେ ରହିଥିଲା । କ୍ରମାଗତ ହ୍ରାସ ଫଳରେ ଗତ ଏକ ସପ୍ତାହ ମଧ୍ୟରେ ନିବେଶକମାନେ ୧୬.୨୮ ଲକ୍ଷ କୋଟି ଟଙ୍କା ହରାଇଛନ୍ତି । ଗତ ସପ୍ତାହରେ ଟ୍ରମ୍ପ ପ୍ରଶାସନ ଏଚ୧ବି ଭିସା ଉପରେ ଅତିରିକ୍ତ ଫି ବସାଇଥିଲା । ଏହାର ପ୍ରଭାବରେ ଆଇଟି ସେୟାର ଗୁଡ଼ିକରେ ହ୍ରାସ ପରିଲକ୍ଷିତ ହୋଇଥିଲା । ସେହିପରି ଗତକାଲି ଟ୍ରମ୍ପ ପ୍ରଶାସନ ପ୍ୟାଟେଣ୍ଟ ହୋଇଥିବା ଓ ବ୍ରାଣ୍ଡେଡ୍ ଔଷଧ ଉପରେ ୧୦୦% ଟାରିଫ ବସାଇଥିଲା । ଏହାର ପ୍ରଭାବରେ ଭାରତୀୟ ଫାର୍ମା କମ୍ପାନିମାନଙ୍କ ସେୟାରରେ ବଡ଼ଧରଣର ହ୍ରାସ ଦେଖାଦେଇଛି । ଗତ ସପ୍ତାହରେ ଟ୍ରମ୍ପ ପ୍ରଶାସନ ଏଚ-୧ବି ଭିସା ଉପରେ ଅତିରିକ୍ତ ଫି ବସାଇଥିଲା । ଏହାର ପ୍ରଭାବରେ ଆଇଟି ସେୟାର ଗୁଡ଼ିକରେ ହ୍ରାସ ପରିଲକ୍ଷିତ ହୋଇଥିଲା । ସେହିପରି ଗତକାଲି ଟ୍ରମ୍ପ ପ୍ରଶାସନ ପ୍ୟାଟେଣ୍ଟ ହୋଇଥିବା ଓ ବ୍ରାଣ୍ଡେଡ୍ ଔଷଧ ଉପରେ ୧୦୦% ଟାରିଫ ବସାଇଥିଲା । ଏହାର ପ୍ରଭାବରେ ଭାରତୀୟ ଫାର୍ମା କମ୍ପାନିମାନଙ୍କ ସେୟାରରେ ବଡ଼ଧରଣର ହ୍ରାସ ଦେଖାଦେଇଛି । ତେବେ ବିଶେଷଜ୍ଞଙ୍କ ମତରେ ଏହି ଟାରିଫର ପ୍ରଭାବ ଜେନେରିକ୍‌ ମେଡିସିନ ଉପରେ ପଡ଼ୁନଥିବାରୁ ଭାରତୀୟ ଫାର୍ମା ଶିଳ୍ପ ଆଶ୍ୱସ୍ତ ହୋଇଛନ୍ତି । କାରଣ ଜେନେରିକ ମେଡିସିନ କ୍ଷେତ୍ରରେ ଭାରତ ହେଉଛି ଆମେରିକାର ଏକ ପ୍ରମୁଖ ରପ୍ତାନିକାରୀ ।

Leave A Reply

Your email address will not be published.