ଭୁବନେଶ୍ୱର : ଭାରତୀୟ ଷ୍ଟେଟ ବ୍ୟାଙ୍କ ତରଫରୁ ଭୁବନେଶ୍ୱର ୟୁନିଟ୍ -୧ ସ୍ଥିତ ମୁଖ୍ୟ ଶାଖା ପ୍ରାଙ୍ଗଣରେ ୩ ନଭେମ୍ବରରୁ ୫ ନଭେମ୍ବର ୨୦୨୩ ପର୍ଯ୍ୟନ୍ତ ପ୍ରୋପର୍ଟି ଏକ୍ସପୋ -୨୦୨୩ ଆୟୋଜିତ ହୋଇଛି । ୩୦ ରୁ ଅଧିକ ଖ୍ୟାତିସମ୍ପନ୍ନ ବିଲଡରମାନେ ଅଂଶଗ୍ରହଣ କରିଛନ୍ତି ଏବଂ ସେମାନଙ୍କର ନୂତନ ତଥା ଆଗାମୀ ଗୃହ ପ୍ରକଳ୍ପଗୁଡିକ ପ୍ରଦର୍ଶନ କରିଛନ୍ତି । ଏହି ପ୍ରଦର୍ଶନୀକୁ ୩ ନଭେମ୍ବର ୨୦୨୩ ରେ ସନ୍ଧ୍ୟା ୬ଟା ସମୟରେ ସମ୍ମାନିତ ବିଲଡରମାନେ ଷ୍ଟେଟ ବ୍ୟାଙ୍କ ଭୁବନେଶ୍ୱର ମଣ୍ଡଳର ମୁଖ୍ୟ ମହାପ୍ରବନ୍ଧକ ଚନ୍ଦ୍ର ଶେଖର ଶର୍ମା, ମହାପ୍ରବନ୍ଧକ ଏମ.ପୋନମ୍ବଲମ୍, ଉପ ମହାପ୍ରବନ୍ଧକ (କୋଠାବାଡି ଓ ଗୃହ ନିର୍ମାଣ) ଅଭିନ୍ନ ଚନ୍ଦ୍ର ବରାଲ, ଭୁବନେଶ୍ୱର ଅଞ୍ଚଳର ଉପ ମହାପ୍ରବନ୍ଧକ (ବ୍ୟବସାୟ ଓ ପରିଚାଳନା ) ସଞ୍ଜୟ କୁମାର ଝାଙ୍କ ଉପସ୍ଥିତିରେ ଉଦଘାଟନ କରିଥିଲେ । ଗଣମାଧ୍ୟମକୁ ସୂଚନା ଦେଇ ମୁଖ୍ୟ ମହାପ୍ରବନ୍ଧକ ଶ୍ରୀ ଶର୍ମା ଗୃହ ପ୍ରକଳ୍ପ ପାଇଁ ଜନସାଧାରଣଙ୍କ ଆଗ୍ରହକୁ ନେଇ ଆଶାବାଦୀ ଥିବା ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ ଓଡ଼ିଶା ଆପାର୍ଟମେଣ୍ଟ (ମାଲିକାନା ଏବଂ ପରିଚାଳନା) ଅଧିନିୟମ କିଛି ଦିନ ତଳୁ ଲାଗୁ ହୋଇଥିବାରୁ ଏହି ଏକ୍ସପୋ ଠିକ୍ ସମୟରେ ଆୟୋଜିତ ହେଉଛି ଏବଂ ଷ୍ଟେଟ ବ୍ୟାଙ୍କର ସମସ୍ତ ଅନୁମୋଦିତ ପ୍ରକଳ୍ପକୁ ଗୋଟିଏ ଛାତ ତଳେ ପାଇ ଓଡିଶାର ଲୋକମାନେ ଉପକୃତ ହେବେ ।
Sign in
Sign in
Recover your password.
A password will be e-mailed to you.