ସଞ୍ଜୟ ଦତ୍ତଙ୍କୁ ଭେଟିବାକୁ ଯାଇ ଟ୍ରୋଲର ଶିକାର ହେଲେ କଙ୍ଗନା

652

ମୁମ୍ବାଇ: ଜାଲରେ ଫସିଲେ ବଲିଉଡର କୁଇନ କଙ୍ଗନା ରଣାୱତ । ଅଭିନେତ ସଞ୍ଜୟ ଦତ୍ତଙ୍କୁ ଭେଟିବାକୁ ଯାଇ ଟ୍ରୋଲର ଶିକାର ହୋଇଛନ୍ତି କଙ୍ଗନା । ରିପୋର୍ଟ ମୁତାବକ, କଙ୍ଗନା ତାଙ୍କ ଅପକମିଂ ପ୍ରୋଜେକ୍ଟକୁ ନେଇ ପ୍ରତିଦିନ ମୁମ୍ବାଇଠାରୁ ଦୂରରେ ରହୁଛନ୍ତି । ଫିଲ୍ମ ‘ଥଲାଇଭି’ର ଶୁଟିଂ ଏବଂ ‘ଧାକଡ’ର ପ୍ରସ୍ତୁତିରେ ବ୍ୟସ୍ତ ରହୁଛନ୍ତି କଙ୍ଗନା । ଏହାରି ଭିତରେ ହାଇଦ୍ରାବାଦର ଏକ ହୋଟେଲରେ ରହଣୀ ସମୟରେ କଙ୍ଗନା ସେହି ହୋଟଲରେ ଥିବା ସଞ୍ଜୟ ଦତ୍ତଙ୍କ ସହ ସାକ୍ଷାତ କରିଛନ୍ତି। ଯାହାର ଏକ ଫଟୋକୁ ସୋଶାଲ ମିଡିଆରେ ସେ ସେୟାର କରିଛନ୍ତି । ତେବେ ଏହି ଫଟୋକୁ ସେୟାର କରିବା ପରେ କଙ୍ଗନା ଜୋରଦାର ଟ୍ରୋଲର ଶିକାର ହୋଇଛନ୍ତି । କିଛି ପ୍ରଶଂସକ କଙ୍ଗନା ଓ ସଞ୍ଜୟ ଦତ୍ତଙ୍କ ଦେଖାସାକ୍ଷାତକୁ ସହଜରେ ହଜମ କରିପାରି ନାହାନ୍ତି । ନେପୋଟିଜମ ଏବଂ ଡ୍ରଗ୍ସ ବିରୋଧରେ ସ୍ୱର ଉଠାଇଥିବା କଙ୍ଗନା କିଭଳି ନିଜ ଶବ୍ଦ ବିରୋଧରେ ଯାଇଛନ୍ତି ବୋଲି ପ୍ରଶ୍ନ କରିଛନ୍ତି । ଏଥିସହ ନିଶା ଦ୍ରବ୍ୟର ବିରୋଧ କରୁଥିବା କଙ୍ଗନା କିଭଳି ନିଶାଖୋରଙ୍କ ପାଖରେ ବସିଛନ୍ତି? ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ପ୍ରଶଂସକ । ସୂଚନାଯୋଗ୍ୟ ଯେ, ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ କଙ୍ଗନା ରଣାୱତ ବଲିଉଡରେ ପରିବାରବାଦ ତଥା ନେପୋଟିଜମ ଚାଲିଥିବା ନେଇ ଅଭିଯୋଗ ଆଣିଥିଲେ । ଏଥିସହ ବଲିଉଡରେ ଡ୍ରଗ୍ସ କାରବାର ଚାଲିଥିବା ନେଇ ମଧ୍ୟ ଖୁଲାସା କରିଥିଲେ ।

Leave A Reply

Your email address will not be published.