ସମିତି ସଭ୍ୟ ଙ୍କ ମୃତ୍ୟୁ ଘଟଣା, ନିରପେକ୍ଷ ତଦନ୍ତ ଅଭିଯୁକ୍ତ କୁ ଗିରଫ ଦାବି କଲା ବ୍ଲକ ଆଦିବାସୀ ସଂଘ,ନଚେତ ଥାନା ଘେରାଉ ଚେତାବନୀ।

56

ଧର୍ମଗଡ଼,: କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଖୁଣ୍ଟିଆ ପଞ୍ଚାୟତ ର ସମିତି ସଭ୍ୟ ଥିବା ପିପଳପଡା ଗ୍ରାମ ର ଦେବେନ୍ଦ୍ର ଧରୁଆ (୪୨) ଙ୍କ ଝୁଲନ୍ତା ଦେହ ଘର ମଧ୍ୟରୁ ଉଦ୍ଧାର କରି ପରିବାର ଲୋକେ ଧର୍ମଗଡ଼ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ, ତେବେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଦେବେନ୍ଦ୍ର ଙ୍କ ବଡଭାଇ ଦିଗାମ୍ବର ଧରୁଆ ଙ୍କ ଅଭିଯୋଗ ଓ ଦେବେନ୍ଦ୍ର ଙ୍କ ମୋବାଇଲ ରେ ଥିବା କଲ ରେକର୍ଡ ରୁ ମିଳିଥିବା ଭଏସ କଲ ରୁ ନିକଟସ୍ଥ ଗ୍ରାମ ବନ୍ଧପଡା ଗ୍ରାମ ର ଚିତ ଗହିର କୌଣସି ଆପୋଷ ଘଟଣା କୁ ନେଇ ଜିବନ ରେ ମାରିଦେବାକୁ ଧମକ ଚମକ ଦେଇ ଆସୁଥିଲା। ଏହି କାରଣ କୁ ନେଇ ମାନସିକ ସ୍ତରରେ ଚାପ ରେ ଥିଲେ ଦେବେନ୍ଦ୍ର,ଏନେଇ ଗତ ୧୬ ତାରିଖରେ ଦେବେନ୍ଦ୍ର କୋକସରା ପୁଲିସ ରେ ଅଭିଯୋଗରେ ପରେ ମଧ୍ୟ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନଥିଲା, ଫଳ ରେ ଦେବେନ୍ଦ୍ର ମାନସିକ ଚାପ ଓ ଭୟ ରେ ମଙ୍ଗଳବାର ନିଜ ଘରେ ବେକ ରେ ଫାଶ ଲଗାଇ ଆତ୍ମହତ୍ୟା କରିଥିଲେ। ଏହି ଘଟଣା ପରେ ବୁଧବାର କୋକସରା ବ୍ଲକ ଆଦିବାସୀ ସଂଘ ପକ୍ଷରୁ ବ୍ଲକ ସଭାପତି ହେମନ୍ତ କୁମାର ମାଝୀ, ସମ୍ପାଦକ ତ୍ରିନାଥ ଶବର ଓ ଶତାଧିକ କର୍ମକର୍ତ୍ତା କୋକସରା ପୋଲିସ ର ଅପାରଗତା କୁ ଦାୟୀ କରିବା ସହ ଦେବେନ୍ଦ୍ର ଙ୍କ ଆତ୍ମହତ୍ୟା ପଛରେ ପୋଲିସ ର ନିଷ୍କ୍ରିୟତା ପ୍ରତିବାଦ ଓ ଭଏସ କଲ ରେ ଧମକ ଦେଇଥିବା ଚିତ ଗହୀର କୁ ଗିରଫ କରିବା ଓ କୋକସରା ଆଇଆଇସି ଙ୍କୁ ନିଲମ୍ବନ କରିବା ପାଇଁ ଦାବି କରିଛନ୍ତି ଓ ଯଦି ଆସନ୍ତା ୩ ଦିନ ମଧ୍ୟରେ ଅଭିଯୁକ୍ତକୁ ଗିରଫ କରା ନଯାଇ ତାହେଲେ ଆଦିବାସୀ ସଙ୍ଘ ପକ୍ଷରୁ ୨୮ ତାରିଖରେ ଥାନା ଘେରାଉ କରିବା ନେଇ ଚେତାବନୀ ଦେଇଛନ୍ତି।ଆଦିବାସୀ ସଂଘ ର ଏହି ଦାବି ରେ କୋକସରା ପଞ୍ଚାୟତ ସମିତି ପକ୍ଷରୁ ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ ସମେତ କୋକସରା ବିଜେପି ର କର୍ମକର୍ତ୍ତା ମାନେ ମଧ୍ୟ ସାମିଲ ହୋଇ ନିରପେକ୍ଷ ତଦନ୍ତ ଦାବି କୁ ସମର୍ଥନ କରିଛନ୍ତି।

Leave A Reply

Your email address will not be published.