ସର୍ବଭାରତୀୟ ଧର୍ମଘଟ, ବ୍ରହ୍ମପୁର ରେଲୱେ ଷ୍ଟେସନରେ ବିଭିନ୍ନ ସଂଗଠନ ପକ୍ଷରୁ ବନ୍ଦ ପାଳନ,
ବ୍ରହ୍ମପୁର : ଟ୍ରେଡ ୟୂନିଅନ ସେଣ୍ଟର ଅଫ୍ ଇଣ୍ଡିଆ ସହ ସହବନ୍ଧିତ ଓଡିଶା ମନରେଗା ଶ୍ରମିକ ୟୁନିଅନ ଓ ଓଡ଼ିଶା ନିର୍ମାଣ ଶ୍ରମିକ ୟୁନିଅନ, ସଂଗ୍ରାମୀ ଶ୍ରମିକ ୟୁନିଅନ ନେତୃତ୍ବରେ ଶହଶହ ଶ୍ରମିକମାନେ ଆଜି ରାଜରାସ୍ତାକୁ ଓହ୍ଲାଇଥିଲେ। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଶ୍ରମିକ, କୃଷକ ଓ ସମସ୍ତ ଜନବିରୋଧୀ ନୀତିର ତୀବ୍ର ବିରୋଧ କରିଥିଲେ। ଗ୍ରାମୀଣ ଓଡ଼ିଶାର ସବୁଠାରୁ ଶକ୍ତିଶାଳୀ ମନରେଗା ଶ୍ରମିକଙ୍କ ନିର୍ଧାରିତ ସର୍ବନିମ୍ନ ମଜୁରୀ ଠାରୁ ବହୁ କମ୍ ମଜୁରୀ ଦେବା ଏବଂ କାମ ଦିଆଯାଉନଥିବା କୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ। ସମସ୍ତ ଶ୍ରମିକଙ୍କୁ ହାତକୁ ବର୍ଷକୁ ଅତି କମରେ ୨୦୦ ଦିନର କାମ ଦେବା ସହ ଦୈନିକ ମଜୁରି ୭୦୦ ଟଙ୍କା ଦାବି ରଖିଥିଲେ। ଏହା ସହିତ ଶ୍ରମିକ ବିରୋଧୀ ୪ ଶ୍ରମ ସଂହିତା ପ୍ରତ୍ୟାହାର, ଦୈନିକ ୧ ହଜାର ଓ ମାସିକ ୩୧ ହଜାର ଟଙ୍କା ସର୍ବନିମ୍ନ ମଜରି ବୃଦ୍ଧି, ଠିକା ଶ୍ରମ ପ୍ରଥା ନୁହେଁ ସ୍ଥାୟୀ ନିଯୁକ୍ତି, ୮ ଘଣ୍ଟିଆ କର୍ମ ଦିବକୂ ସୁରକ୍ଷିତ ରଖିବା, ସାମ୍ରାଜ୍ୟବାଦୀ ନବ୍ୟଉଦାରବାଦ ଓ ଯୁଦ୍ଧଖୋର ନୀତି ର ପ୍ରତ୍ୟାହାର, ଆର୍. ଏସ୍. ଏସ୍ ଫାସିବାଦୀ ହିନ୍ଦୁ ରାଷ୍ଟ୍ର ପ୍ରତିଷ୍ଠା ନୀତି ଏବଂ ଧର୍ମ, ଜାତି ଓ ଆଞ୍ଚଳିକତା ନାମରେ ଶ୍ରମିକଙ୍କୁ ବିଭାଜନ କରିବା ନୀତି ଆଦିକୁ ବିରୋଧ କରିଥିଲେ। ଆଜି ଭାରତ ବନ୍ଦ, ସର୍ବଭାରତୀୟ ଧର୍ମଘଟ ଡାକରା ଦିଆଯାଇଥିବାବେଳେ ଏଥିରେ ସାମିଲ ହୋଇଛନ୍ତି ବ୍ୟାଙ୍କ ଓ ବୀମା କର୍ମଚାରୀ ଯାହାକୁ ନେଇ ବ୍ୟାପକ ଭାବେ ପ୍ରଭାବିତ ହୋଇଛି ଜୀବନଯାତ୍ରା ।ବ୍ରହ୍ମପୁର ଠାରେ ବିଭିନ୍ନ ସଂଗଠନ ଓ ବାମପନ୍ଥୀ ତରଫରୁ ରେଲୱେ ଷ୍ଟେସନ ଠାରେ ଧର୍ମଘଟ ପାଳନ କରାଯାଇଛି। କେନ୍ଦ୍ର ସରକାର ଦେଶରେ ଶ୍ରମିକମାନଙ୍କ ଅଧିକାରୀଙ୍କୁ ଗୌଣ କରି କର୍ପୋରେଟର ହାଉସ୍ ଓ ପୁଞ୍ଜିପତିମାନଙ୍କୁ ବିଶେଷ ଲାଭ ଦେଉଛନ୍ତି । ବିଶେଷ କରି କେନ୍ଦ୍ର ସରକାର ଆଣିଥିବା ୪ଟି ଶ୍ରମିକ ବିରୋଧୀ ଶ୍ରମ କୋଡକୁ ବାତିଲ କରିବାକୁ ସଂଗଠନ ଦାବି କରିଛି ।ଏନେଇ ଆଜି ଭାରତ ବନ୍ଦ ପାଳନ କରାଯାଇଛି। ବୁଧବାର ପୂର୍ବାହ୍ନ ୧୦ ଘଣ୍ଟା ସମୟରେ ବ୍ରହ୍ମପୁର ରେଲୱେ ଷ୍ଟେସନ ଠାରେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ସିପିଏମ ଜିଲ୍ଲା ସଂପାଦକ ଯୁଧିଷ୍ଠିର ବେହେରା ଓ କଂଗ୍ରେସ ନେତା ଭୋକଲି ସେଠୀ।