ସଲମାନ ଖାନ ଓ କ୍ରିଷ୍ଟିଆନୋ ରୋନାଲଡୋଙ୍କ ମଧୁର ଆଳାପ
ମୁମ୍ବାଇ, ୩୧ା୧୦: ସାଉଦି ଆରବରେ ଏକ ବକ୍ସିଂ ମ୍ୟାଚ୍ସମୟରେ ଷ୍ଟାର ଫୁଟବଲର୍ କ୍ରିଷ୍ଟିଆନୋ ରୋନାଲଡୋ ଓ ତାଙ୍କଗାର୍ଲଫ୍ରେଣ୍ଡ ଜର୍ଜିନା ରୋଡ୍ରିଗେଜଙ୍କ ପାଖରେ ବସି ମଧୁର ଆଳାପ
କରୁଥିବା ସଲମାନ ଖାନଙ୍କ ଅନେକ ଭିଡିଓ ଓ ଫଟୋ ସୋସିଆଲମିଡିଆରେ ଭାଇରାଲ ହୋଇଛି । ଏହା ପୂର୍ବରୁ କ୍ରିଷ୍ଟିଆନୋସଲମାନଙ୍କ ପାଖ ଦେଇ ଗଲା ବେଳେ ତାଙ୍କୁ ଅଭିବାଦନ ନ
କରିବାର ଏକ ଭିଡିଓକୁ ନେଇ ସମସ୍ତେ ମୁଖର ହୋଇଥିଲେ ।କ୍ରିଷ୍ଟିଆନୋ ସଲମାନଙ୍କୁ ଅଣଦେଖା କରିଛନ୍ତି ବୋଲି ଅନେକେଅନୁମାନ କରୁଥିବା ବେଳେ ସେମାନେ ପରସ୍ପର ସହିତ ·ଟିଂ
କରୁଥିବାର ଏହି ନୂଆ ଭିଡିଓ ଆସିଛି । ଭିଡିଓରେ ସଲମାନ ଓକ୍ରିଷ୍ଟିଆନୋ ବକ୍ସିଂ ମ୍ୟାଚ୍ ସମୟରେ ବାର୍ତ୍ତାଳାପରେ ଥିବା ନଜରଆସିଥିଲେ । କ୍ରିଷ୍ଟିଆନୋଙ୍କୁ କିଛି ବୁଝାଇବାବେଳେ ସଲମାନ ହାତ
ହଲାଉଥିବା ଦେଖାଯାଇଥିଲା । ଫୁଟବଲର୍ ଡବଙ୍ଗ ଖାନଙ୍କୁ ବହୁତଧ୍ୟାନ ଦେଇ ଶୁଣୁଥିବା ବେଳେ ଜର୍ଜିନା ଉଭୟଙ୍କୁ ଦେଖୁଥିଲେ ।ସଲମାନଙ୍କୁ ଆକ୍ସନ୍ ଥ୍ରିଲର ଫିଲ୍ମ ଟାଇଗର ୩ରେ ଦେଖିବାକୁ
ମିଳିବ । ମନିଷ ଶର୍ମାଙ୍କ ନିଦେ୍ର୍ଦଶିତ ଏହି ଚଳଚ୍ଚିତ୍ରରେ କ୍ୟାଟ୍ରିନାକେଫ ଓ ଇମ୍ରାନ ହାସମି ମଧ୍ୟ ମୁଖ୍ୟ ଭୂମିକାରେ ଅଭିନୟକରିବେ ଏବଂ ନଭେମ୍ବର ୧୨ରେ ଏହା ପ୍ରେକ୍ଷାଳୟକୁ
ଆସିବାକୁ ଯାଉଛି । ନିର୍ମାତାମାନେ ନିକଟରେ ଫିଲ୍ମରଅଫିସିଆଲ୍ ଟ୍ରେଲର ଉନ୍ମୋଚନ କରିଥିଲେ ଯାହା ଦର୍ଶକଙ୍କଠାରୁବହୁ ପ୍ରତିକ୍ରିୟା ପାଇଥିଲା । ଦୁଇ ମିନିଟ ପ·ଶ ସେକେଣ୍ଡର
ଟ୍ରେଲରରେ ସଲମାନଙ୍କୁ ଭାରତର ସର୍ବୋତ୍ତମ ଏଜେଣ୍ଟ”ଟାଇଗର’ ଭାବରେ ଦର୍ଶାଯାଇଥିଲା, ଯିଏ ତାଙ୍କ ପରିବାରତଥା ଦେଶକୁ ଶତ୍ରୁ କବଳରୁ ରକ୍ଷା କରିବାକୁ ଚେଷ୍ଟା କରିଥିଲେ ।