ସହସ୍ରାକୁମ୍ଭାଭିଷେକ ପରେ ଆରମ୍ଭ ହେଇଛି ଶାରଦୀୟ ଦୁର୍ଗାପୂଜା

Sharadiya Durga Puja begins after Sahasranakumbhavishek

11

କାକଟପୁର, : ଆସିଛି ଆଶ୍ୱିନ ହସୁଛି କାଶତଣ୍ଡି, ପାର୍ବଣର ଆରମ୍ଭରେ ସୁର୍ଯ୍ୟଙ୍କ ପହିଲି କିରଣ ଆଙ୍କି ଦେଇଛି ପ୍ରତ୍ୟେକ ମାତୃ ଭକ୍ତଙ୍କ ମନରେ ଆନନ୍ଦର ଜ୍ୟୋସ୍ନା, ଏହା ପୂର୍ବରୁ ଭାଦ୍ରବ ମାସ ଶୁକ୍ଳପକ୍ଷ ରାଧା ଅଷ୍ଟମୀରୁ ମା’ ମଙ୍ଗଳାଙ୍କର ଦୁର୍ଗା ଶୟନ ନୀତି ଆରମ୍ଭ ହୋଇଥିଲା । ଆଜି ଆଶ୍ୱିନ ମାସ ର ମୂଳାଷ୍ଟମୀ, ଆଜି ମା’ଙ୍କର ଶୟନ ଭଙ୍ଗ ହୋଇଛି ଆଉ ୧୦୮ ସୁବାସିତ ଜଳରେ ମା’ଙ୍କର ହୋଇଛି ଅଭିଷେକ । ଚନ୍ଦନ ଅଗୁରୁ ଶ୍ରୀ କର୍ପୁର ଗୋଲାପଜଳ ଅନେକ ସୁବାସିତ ଦ୍ରବ୍ୟରେ ପ୍ରସ୍ତୁତି ହୋଇଥିବା ଅଭିଷେକ ଜଳରେ ମା’ଆଜି ମହାସ୍ନାନ କରିଛନ୍ତି, ମା’ଙ୍କ ଦକ୍ଷିଣ ଦିଗରେ ଥିବା ସର୍ବ ପ୍ରାଚୀନ ବାମ୍ଫିରୁ ଆସିଥିବା ପିତଳ ହଣ୍ଡାର ଜଳରେ ପଞ୍ଚାମୃତ ପକାଇ ଏହି ସୁବାସିତ ଜଳ ମିଶ୍ରଣରେ ପ୍ରସ୍ତୁତି ହେବା ପରେ ମା’ଙ୍କ ସ୍ନାନ ହୋଇଛି ଆଉ ଏହାର ସୁଗନ୍ଧର ପ୍ରସ୍ଫୁଟିତ ହୋଇଛି ଦିବ୍ୟ ଅନୁଭୂତି । ମା’ ମଙ୍ଗଳା ପୁରୀ ଜିଲ୍ଲା କାକଟପୁର ବ୍ଲକ ପବିତ୍ର ପ୍ରାଚୀ ତଟରେ ଭବ୍ୟ ମନ୍ଦିରରେ ପୂଜା ପାଉଥିବା ବେଳେ ରାଜ୍ୟ ହେଉ ଅବା ବାହାର ରାଜ୍ୟ ଏହି ପାର୍ବଣରେ ସଭିଙ୍କୁ ଟାଣି ଆଣନ୍ତି ଆଉ ନିଜ ସନ୍ତାନ ମାନଙ୍କ ଦୁଃଖ ଲାଘବ କରନ୍ତି । ଆଜିର ଏହି ଅଭିଷେକ ସମୟରେ ଉପସ୍ଥିତ ଥିବା ହଜାର ହଜାର ସଂଖ୍ୟା ର ଶ୍ରଦ୍ଧାଳୁ ଏହାର ବାସ୍ତବିକ ଉଦାହରଣ, ଶଙ୍ଖ, ପଖଜ, ଗିନି ଢୋଲ ମହୁରୀର ବାଦ୍ୟ ନାଦନ, ହରିବୋଲ ହୁଳହୁଳିର ପ୍ରକମ୍ପିତ ସ୍ୱର, ଧୂପ ଦୀପ ସୁବାସିତ ଜଳର ବାସ୍ନା ଆଜି ମନ୍ଦିର ପରିବେଶରେ ସୃଷ୍ଟି କରିଛି ଏକ ଆଧ୍ୟାତ୍ମିକତାର ଦିବ୍ୟ ଅନୁଭୂତି, ବରିଷ୍ଠ ସେବାୟତ ତୁଷାର ରଞ୍ଜନ ଦୀକ୍ଷିତ କୁହନ୍ତି ମା’ମଙ୍ଗଳା ଅନନ୍ୟ ସେ କାହାକୁ ଖାଲି ହାତରେ ଫେରାନ୍ତି ନାହିଁ, ଭକ୍ତର ଭକ୍ତିରେ ସେ ବନ୍ଧା, ସେହିପରି ମନ୍ଦିର କାର୍ଯ୍ୟନିର୍ବାହ ଅଧିକାରୀ କୈଳାଶ ଚନ୍ଦ୍ର ଦାସକୁହନ୍ତି ବର୍ଷ ତମାମ ଏଠି ଭକ୍ତଙ୍କ ସମାଗମ ହୁଏ ମାତ୍ର ମା’ ଙ୍କର କରୁଣା ସାରା ଭାରତ ବର୍ଷର ମାତୃ ଭକ୍ତଙ୍କୁ ଏଠି କି ଟାଣି ଆଣନ୍ତି, ଆଉ ସୁରକ୍ଷା ପାଇଁ ମନ୍ଦିର ପ୍ରଶାସନ କାକଟପୁର ପୋଲିସ ସହାୟତାରେ ସୁନ୍ଦର ବ୍ୟବସ୍ଥା କରାଯାଇଛି । ଯେପରି କୌଣସି ଭକ୍ତଙ୍କୁ କୌଣସି ପ୍ରକାର କ୍ଷତି ନହେବ ସେଥିପ୍ରତି ମନ୍ଦିର କମିଟି ତରଫରୁ ନଜର ରଖାଯାଇଛି ।

Leave A Reply

Your email address will not be published.