ସୁକନ୍ୟା ସମୃଦ୍ଧି ଯୋଜନା ନେଇ ସଚେତନ କଲେ ସାଂସଦ

MP raises awareness about Sukanya Samriddhi Yojana

26

ମାଲକାନଗିରି, : ଗୁରୁବାର ସୁକନ୍ୟା ସମୃଦ୍ଧି ଯୋଜନା ନେଇ ଏକ ସଚେତନତା କାର୍ଯ୍ୟକ୍ରମ କରିଛନ୍ତି ସାଂସଦ ଇଂ.ବଳଭଦ୍ର ମାଝୀ । ଗୁରୁବାର ପୂର୍ବାହ୍ନରେ ମାଲକାନଗିରି ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ମୁଖ୍ୟ ଶାଖା ଠାରେ ମୁଖ୍ୟଅତିଥି ଭାବେ ସାଂସଦ ଇଂ ମାଝୀ ଯୋଗ ଦେଇ ୧୦ ବର୍ଷରୁ କମ୍‌ ବାଳିକାମାନଙ୍କର ସୁକନ୍ୟା ସମୃଦ୍ଧି ଯୋଜନାରେ ଏକାଉଣ୍ଟ୍ ଖୋଲିବା ପାଇଁ ପଦକ୍ଷେପ ନେଇଛନ୍ତି । ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ, ଜିଲ୍ଲା ଶିକ୍ଷା ଅଧିକାରୀ ଚିତ୍ତରଞ୍ଜନ ପାଣିଗ୍ରାହୀ, ଏସବିଆଇ ମୁଖ୍ୟ ପରିଚାଳକ ବିନୋଦ କୁମାର ବିଷୋୟୀ, ଲିଡ୍‌ ବ୍ୟାଙ୍କ୍ ମ୍ୟାନେଜର ଚକ୍ରଧର ନାୟକ ଓ ଉପ ଶାଖା ପରିଚାଳକ ଅଜିତ କୁମାର ଆଚାର୍ଯ୍ୟ ମଞ୍ଚାସୀନ ଥିଲେ । ଏହି କାର୍ଯ୍ୟକ୍ରମରେ ସାଂସଦ ଅଭିଭାବକମାନଙ୍କୁ ୧୦ରୁ କମ୍ ବର୍ଷ ବାଳିକାଙ୍କୁ ଏହି ଯୋଜନାରେ ଖାତା ଖୋଲିବା ପାଇଁ ପ୍ରୋତ୍ସାହିତ କରିଥିଲେ । ସେ କହିଥିଲେ ଭାରତର କନ୍ୟାମାନଙ୍କ ସମୃଦ୍ଧି ଯଥା କନ୍ୟାର ଶିକ୍ଷା ଏବଂ ବିବାହ ଖର୍ଚ୍ଚ ଭରଣା ପାଇଁ ଏହା ଏକ ସଞ୍ଚୟ ଯୋଜନା । ଏଥିରେ ପିତାମାତା କିମ୍ବା ଆଇନଗତ ଅଭିଭାବକମାନେ ୧୦ ବର୍ଷରୁ କମ ଝିଅମାନଙ୍କ ପାଇଁ ଏକ ବ୍ୟାଙ୍କ ଆକାଉଣ୍ଟ ଖୋଲିବାର ସୁଯୋଗ ପାଇବେ । ଏହି ଯୋଜନା ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୫ ଜାନୁଆରୀ ୨୨ ତାରିଖରେ
ଉଦ୍‌ଘାଟନ କରିଥିଲେ । ଏହା ନରେନ୍ଦ୍ର ମୋଦିଙ୍କର ବେଟି ବଚାଓ ବେଟି ପଢ଼ାଓ ପ୍ରଚାରର କାର୍ଯ୍ୟକ୍ରମର ଅଂଶ ଅଟେ ବୋଲି ସାଂସଦ ସୂଚନା ଦେଇଥିଲେ । ମାଲକାନଗିରି ପୌର ପରିଷଦ ଅନ୍ତର୍ଗତ ୨୨ଟି ବିଦ୍ୟାଳୟର ୧୦୦ ଜଣ ବାଳିକାଙ୍କର ଆଜି ଏହି ଯୋଜନାରେ ଖାତା ଖୋଲା ଯାଇଛି । ସାଂସଦ ଏବଂ ଜିଲ୍ଲାପାଳ ନୂତନ ଭାବେ ଏହି ଯୋଜନାରେ ଏକାଉଣ୍ଟ୍ଖୋ ଲିଥିବା ବାଳିକାଙ୍କର ଅଭିଭାବକଙ୍କୁ ଖାତା ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ସାଂସଦ ନିଜେ ୧୦ ହଜାର ଓ ବ୍ୟାଙ୍କ କର୍ମଚାରୀ ୧୫ ହଜାର ଅର୍ଥାତ୍‌ ସମୁଦାୟ ୨୫ ହଜାର ଟଙ୍କାର ପ୍ରାରମ୍ଭିକ କିସ୍ତି ପ୍ରଦାନ କରିଛନ୍ତି । ଜିଲ୍ଲାପାଳ ମଧ୍ୟ ଅଭିଭାବକମାନଙ୍କୁ ପ୍ରୋତ୍ସାହିତ କରିଥିଲେ ଏବଂ ସେ ନିଜ ଝିଅର ଏହି ଯୋଜନାରେ ଖାତା ଖୋଲିଛନ୍ତି ବୋଲି ସୂଚନା ଦେଇଥିଲେ । ସାଂସଦ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବିମା ଯୋଜନା ବିଷୟରେ ମଧ୍ୟ ଲୋକଙ୍କୁ ସଚେତନ କରିଛନ୍ତି । ସୂଚନା ଯୋଗ୍ୟ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବିମା ଯୋଜନା ହେଉଛି ଏକ ବର୍ଷିକିଆ ଜୀବନ ବୀମା ଯୋଜନା, ଯାହା ବ୍ୟାଙ୍କ ଖାତାଧାରୀଙ୍କୁ ୨ ଲକ୍ଷ ଟଙ୍କାର ଜୀବନ ବୀମା କଭରେଜ୍ ପ୍ରଦାନ କରିଥାଏ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ପ୍ରମିଳା ମାଝୀ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଗୌରୀ ନାୟକ, ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ଆନନ୍ଦ ରାଓ, ସାଂସଦ ପ୍ରତିନିଧି ସଞ୍ଜୟ ସରକାରଙ୍କ ସମେତ ଶିକ୍ଷା ବିଭାଗର କର୍ମଚାରୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.