ୟପୁ ଅି ।ଇ ପାଇ ଁ ହୋଟେଲ ୍ କମର୍ଚ ।ରୀଙ୍କ ୁ ମଳି ନୁ ି ଟପି ସ୍

169

ନୂଆଦିଲ୍ଲୀ: ଡିଜିଟାଲ୍ ପେମେଣ୍ଟ୍ କ୍ଷେତ୍ରରେ ୟୁପିଆଇ ବିପ୍ଳବ ଆଣିବା ଖର୍ଚ୍ଚ ତୁଲାଇବାରେ ସାହାଯ୍ୟ କରୁଥିଲା । କର୍ମକ୍ଷେତ୍ରକୁ ଯିବା ଲାଗି ଗମନାଗମନ ସହ ବହୁ ଲୋକଙ୍କ ପାଇଁ ବରଦାନ ସାଜିଛି । କିନ୍ତୁ କିଛି ଲୋକଙ୍କ ପାଇଁତାହା ଅସୁବିଧା ମଧ୍ୟ ସୃଷ୍ଟି କରିଛି । ହୋଟେଲ୍ର କର୍ମଚାରୀମାନେ ଟିପ୍ସପାଇବାରେ ସମସ୍ୟା ସାମ୍ନା କରୁଛନ୍ତି । ହୋଟେଲ୍ର ନୀତି ଅନୁସାରେ କୌଣସି ଅତିଥିଙ୍କୁ ଫୋନ୍ ନମ୍ବର, ୟୁପିଆଇ ଆଇଡି ଓ ବ୍ୟକ୍ତିଗତ ବିବରଣୀ ଦେବାକୁ କର୍ମଚାରୀମାନଙ୍କୁ ବାରଣ କରାଯାଇଛି । ବହୁ ଅତିଥିଏବେ ଆଉ ନଗଦ ଟଙ୍କା ପାଖରେ ରଖୁନାହାନ୍ତି । ସେମାନେ କୌଣସି କର୍ମଚାରୀଙ୍କୁ ଟିପ୍ସ ଦେବାକୁ ଚାହିଲେ ୟୁପିଆଇରେ ଦେବାକୁ ଆଗ୍ରହଦେଖାଉଛନ୍ତି । ମାତ୍ର ହୋଟେଲ୍ର ରହିଥିବା ନୀତି ପାଇଁ କର୍ମଚାରୀମାନେ ସେହି ଟିପ୍ସ ଗ୍ରହଣ କରିପାରୁନାହାନ୍ତି । ଟିପ୍ସ ଜରିଆରେ ମିଳୁଥିବା ରାଶି କର୍ମଚାରୀମାନଙ୍କୁ ବହୁ ଭଡ଼ାଠାରୁ ଆରମ୍ଭ କରି ପିଲାମାନଙ୍କପାଇଁ ସ୍କୁଲର ବିଭିନ୍ନ ଜିନିଷ କିଣିବାରେ ସେମାନେ ସେହି ଅର୍ଥରାଶିକୁ ବ୍ୟବହାର କରନ୍ତି । ଏକ ହୋଟେଲ୍ରଜଣେ କର୍ମଚାରୀ କହିଛନ୍ତି ଯେ ପୂର୍ବରୁ ସପ୍ତାହକୁ ୪୦୦-୫୦୦ ଟଙ୍କାର ଟିପ୍ସ ମିଳୁଥିଲା । ଏବେ ତାହା ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି ବୋଲି ସେ କହିଛନ୍ତି । କେରାନା ମହାମାରୀ ପରେ ଡିଜିଟାଲ୍ କାରବାର ବୃଦ୍ଧି ପାଇବା ସହଏହି ଅସୁବିଧା ସୃଷ୍ଟି ହୋଇଛି ।

Leave A Reply

Your email address will not be published.