ଭୁବନେଶ୍ୱର, ୟୁକୋ ବ୍ୟାଙ୍କର ୮୨ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ବ୍ୟାଙ୍କର ଭୁବନେଶ୍ୱର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ୱାକାଥନ୍, ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ପ୍ରତିଷ୍ଠା ଦିବସ ଉପଲକ୍ଷେ ବ୍ୟାଙ୍କର ଅବସରପ୍ରାପ୍ତ ମହାପ୍ରବନ୍ଧକ, ଉପ- ମହାପ୍ରବନ୍ଧକ, ସହାୟକ ମହାପ୍ରବନ୍ଧକ ତଥାଅନ୍ୟାନ୍ୟ ଅଧିକାରୀମାନଙ୍କୁ ସ୍ମୃତିଚିହ୍ନ ଏବଂ ପୁଷ୍ପଗୁଚ୍ଛ ଆଦି ପ୍ରଦାନ କରାଯାଇଥିଲା। ଆଞ୍ଚଳିକ ମୁଖ୍ୟଙ୍କ ଅଧ୍ୟକ୍ଷତାରେ ବ୍ୟାଙ୍କର କଟକସ୍ଥିତ ଆର୍ସେଟିରେ ମଧ୍ୟ ଏହି ସମାନ ଧରଣର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ବ୍ୟାଙ୍କର ମହାପ୍ରବନ୍ଧକ ତଥା ଏସ୍ଏଲ୍ବିସି ଆବାହକ ଗୋତମ ପାତ୍ର, ଭୁବନେଶ୍ୱର ଅଞ୍ଚଳର ଆଞ୍ଚଳିକ ମୁଖ୍ୟ ତଥା ଉପ-ମହାପ୍ରବନ୍ଧକ ଚିନ୍ମୟ କୁମାର ସାହୁ, ଭୁବନେଶ୍ୱର ଅଞ୍ଚଳର ସହାୟକ ମହାପ୍ରବନ୍ଧକ ତଥା ଉପ-ଆଞ୍ଚଳିକ ମୁଖ୍ୟ ଆଶିଷ କୁମାର ବିଶ୍ୱାଳ, ଅବସରପ୍ରାପ୍ତ ମହାପ୍ରବନ୍ଧକ ତଥା ଅନ୍ୟାନ୍ୟ ବରିଷ୍ଠ ଅଧିକାରୀଗଣ ପ୍ରମୁଖ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.