୪୪ ଦାଦନ ଶ୍ରମିକ ଉଦ୍ଧାର

174

ବଲାଙ୍ଗିର, ୨୫ ନଭେମ୍ବର :- ଏକ ଘରୋଇ ବସ୍ ଯୋଗେ ହାଇଦ୍ରାବାଦ ଚାଲାଣ ବେଳେ ୪୪ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଛି ବଲାଙ୍ଗିର ଟାଉନ୍ ଥାନା ପୋଲିସ । ଉଦ୍ଧାର ଦାଦନ ଶ୍ରମିକଙ୍କ ମଧ୍ୟରେ ୧୪ ଜଣ ନାବାଳକ ରହିଛନ୍ତି । ଉଦ୍ଧାର ଶ୍ରମିକ ମାନେ ବେଲପଡ଼ା ରେଙ୍ଗାଳୀ ଗ୍ରାମର ବୋଲି ଜଣାପଡିଛି ।

ଆଜି ସକାଳ ପ୍ରାୟ ୭ଟା ସମୟରେ ପାଟଣାଗଡ଼ ରାସ୍ତାରେ ଆସୁଥିବା ଏହି ବସ୍ ଟିକୁ ଟାଉନ୍ ଥାନା ପୋଲିସ କଚେରୀ ଛକ ଠାରେ ଅଟକାଇ ଯାଂଚ୍ କରିବା ବେଳେ ଏହି ଘଟଣା ସାମ୍ନାକୁ ଆସିଥିଲା । ଏସଆଇ କିରଣ କୁମାର ଜାନିଙ୍କ ନେତୃତ୍ଵରେ ପୋଲିସ ଟିମ୍ ଏହି ଚଢ଼ଉ କରିଥିଲା । ପୋଲିସ ପକ୍ଷରୁ ଏନେଇ ଅଧିକ ତଦନ୍ତ ଜାରୀ ରହିଛି ।

ଏଠାରେ ଉଲ୍ଲେଖଯୋଗ୍ୟ, ଗତ ୨୩ ତାରିଖରେ ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଥାନା ପୋଲିସ ବେଆଇନ ଭାବେ ଚାଲାଣ ହେଉଥିବା ୨୫ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିବା ସହ ଘଟଣାରେ ନୂଆପଡ଼ା ଜିଲ୍ଲା ସିନାପାଲିର ଦାଦନ ସର୍ଦାର ଚକ୍ର ବାଗକୁ ଗିରଫ କରିଥିଲା । ତା’ ବିରୁଦ୍ଧରେ ଏକ ମାମଲା ରୁଜ୍ଜୁ କରିଥିଲା । ଗତ ଦୁଇ ମାସ ମଧ୍ୟରେ ବଲାଙ୍ଗିର ଜିଲ୍ଲାର ବିଭିନ୍ନ ଥାନା ଅଂଚଳରୁ ପୋଲିସ ଏପର୍ଯ୍ୟନ୍ତ ମୋଟ୍ ୭୩୫ ଦାଦନ ଶ୍ରମିକଙ୍କୁ ଚାଲାଣ ବେଳେ ଉଦ୍ଧାର କରିଥିବା ବେଳେ ୪୦ ଟି ମାମଲା ରୁଜ୍ଜୁ କରିଛି ଏବଂ ୬୪ ଜଣ ଦାଦନ ସର୍ଦାରଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ।

Leave A Reply

Your email address will not be published.