‘ୱାର ୨\’ର ଗୀତ ‘ଜନାବେ ଆଲି\’ ଟିଜର ଆଉଟ୍‌

'War 2' song 'Janabe Ali' teaser out

25

ମୁମ୍ବାଇ,: ଖୁବଶୀଘ୍ର ରିଲିଜ ହେବାକୁ ଯାଉଛି ବହୁ ପ୍ରତୀକ୍ଷିତ ଫିଲ୍ମ ‘ୱାର ୨\’ । ଯାହାକୁ ଫ୍ୟାନ୍ସ ଉତ୍ସାହର ସହ ଅପେକ୍ଷା କରିଥିବା ବେଳେ ଏହାରି ମଧ୍ୟରେ ବର୍ତ୍ତମାନ ଗୁରୁବାର ନିର୍ମାତା ଫିଲ୍ମର ଗୀତ ‘ଜନାବେ ଆଲି\’ ଟିଜର ରିଲିଜ କରିଛନ୍ତି । ଯେଉଁଥିରେ ହ୍ରିତିକ
ରୋଶନ ଓ ଜୁନିଅର ଏନଟିଆରଙ୍କ ଡ୍ୟାନ୍ସ ଦେଖିବାକୁ ମିଳିଛି । ନିର୍ମାତା ଅଫିସିଆଲ ସୋସିଆଲ ମିଡିଆରେ ଗୀତ ଟିଜର ରିଲିଜ କରି କ୍ୟାପସନରେ ଲେଖିଛନ୍ତି, ଆପଣ ଯେଉଁ ଡ୍ୟାନ୍ସ ୱାର ପାଇଁ ଅପେକ୍ଷା କରିଥିଲେ ତାହା ପ୍ରାୟ ଆସିଗଲାଣି । ଏଠାରେ ଟିଜ୍‌… ‘ଜନାବେ ଆଲି\’ର ସମ୍ପୂର୍ଣ୍ଣ ଗୀତ କେବଳ ଥିଏଟରରେ । ‘ୱାର ୨\’ ୧୪ ଅଗଷ୍ଟରେ ସିନେମା ହଲରେ ହିନ୍ଦୀ, ତେଲୁଗୁ ଏବଂ ତାମିଲ ଭାଷାରେ ମୁକ୍ତିଲାଭ କରିବ । ତେବେ ଏହା ‘ୱାର\’ର ଏକ ସିକ୍ୱେଲ ଅଟେ । ପ୍ରଥମ ‘ୱାର\’ ୨୦୧୯ରେ ମୁକ୍ତିଲାଭ କରିଥିଲା, ଯାହାର ନିର୍ଦ୍ଦେଶନା ଦେଇଥିଲେ ନିର୍ଦ୍ଦେଶକ ସିଦ୍ଧାର୍ଥ ଆନନ୍ଦ । କିନ୍ତୁ ‘ୱାର ୨\’ ନିର୍ଦ୍ଦେଶକ ଅୟାନ ମୁଖାର୍ଜୀ ନିର୍ଦ୍ଦେଶନା ଦେଇଛନ୍ତି ଏବଂ ୱାଇଆର୍‌ଏଫ୍ ଦ୍ୱାରା ନିର୍ମିତ ହେଉଛି । ‘ୱାର ୨\’ ହେଉଛି ୟଶ ରାଜ ଫିଲ୍ମସ ସ୍ପାଏ ୟୁନିଭର୍ସର ୬ଷ୍ଠ ଫିଲ୍ମ । ‘ୱାର ୨\’ରେ ହ୍ରିତିକ ରୋଶନଙ୍କ ସହିତ କିଆରା ଆଡଭାନୀ ଓ ଜୁନିଅର ଏନଟିଆର ମୁଖ୍ୟ ଭୂମିକାରେ ନଜର ଆସିବେ । ଏହି ଫିଲ୍ମରେ ଜୁନିଅର ଏନଟିଆରଙ୍କୁ ଭିଲିଆନ ରୋଲରେ ଦେଖିବାକୁ ମିଳିଛି । ଏହି ଫିଲ୍ମ ମାଧ୍ୟମରେ ସେ ବଲିଉଡରେ ଡେବ୍ୟୁ କରୁଛନ୍ତି । ପ୍ରଥମ ଥର ପାଇଁ ହ୍ରିତିକ ଓ ଜୁନିଅର ଏନଟିଆର ଏକାଠି ସ୍କ୍ରିନ ସେୟାର କରୁଥିବା ଦେଖିବାକୁ ମିଳିବ ।

Leave A Reply

Your email address will not be published.