ଗାଙ୍ଗୁଲି, କୋହଲି, ତମନ୍ନାଙ୍କ ବିରୋଧରେ ନୋଟିସ ଜାରି କଲା ମାଡ଼୍ରାସ ହାଇକୋର୍ଟ

177

ଲୋକଙ୍କ ପାଇ ଅହିତକର ଉତ୍ପାଦ ଓ ସେବାକୁ ପ୍ରୋତ୍ସାହିତ କରିବା ଅଭିଯୋଗ ଆସିଛି ପୂର୍ବତନ କ୍ରିକେଟ ଖେଳାଳି ତଥା ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କ ବିରୋଧରେ । ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ମଧ୍ୟ ଅନୁରୂପ ଅଭିଯୋଗରେ ଅଭିଯୁକ୍ତ ହୋଇଛନ୍ତି । ଏହି ଦୁହିଁଙ୍କ ବ୍ୟତୀତ ଅଭିନେତ୍ରୀ ତମନ୍ନା ଭାଟିଆ, ଅଭିନେତା ପ୍ରକାଶ ରାଜ ଓ ସୁଦୀପଙ୍କୁ ମଧ୍ୟ ଅଭିଯୁକ୍ତ କରାଯାଇଛି । ମାଡ଼୍ରାସ ହାଇକୋର୍ଟର ମଦୁରାଇ ବେଞ୍ଚ ବୁଧବାର ଏମାନଙ୍କୁ ନୋଟିସ ଜାରି କରିଛି । ଏମାନଙ୍କ ବିରୋଧରେ ଅନଲାଇନ ଜୁଆ ଖେଳ ଅଭିଯୋଗ ଆସିଛି । ଆଇପିଏଲରେ ଡ଼୍ରିମ ଇଲେଭେନ ବାଛିବା ସଂକ୍ରାନ୍ତ ମାମଲାକୁ ନେଇ ଅଦାଲତ ଏହି ନିର୍ଦେଶ ଦେଇଛନ୍ତି । ତେବେ କ୍ରିକେଟ୍ ଜୁଆ ଖେଳ ନୁହେଁ କି ବୋଲି  ତାହା ସ୍ପଷ୍ଟ କରିବାକୁ ଅଦାଲତ କହିଛନ୍ତି । ଏହା ସହ ଆସନ୍ତା ୧୯ ତାରିଖରେ ମାମଲାର ପରବର୍ତୀ ଶୁଣାଣି ହେବ ବୋଲି ଅଦାଲତ ତାରିଖ ଧାର୍ଯ୍ୟ କରିଛନ୍ତି । କ୍ରିକେଟ ଖେଳ ଏକ ଜୁଆ କି ନୁହେଁ ପ୍ରଶ୍ନ କରିଛନ୍ତି ଅଦାଲତ । ଏଥିରୁ ଅର୍ଜିତ ଅର୍ଥ କୁଆଡ଼େ ଯାଉଛି ସେ ନେଇ ମଧ୍ୟ କେନ୍ଦ୍ର ଓ ରାଜ୍ୟ ସରକାର ଉତ୍ତର ଦେବାକୁ ଅଦାଲତ ନିର୍ଦେଶ ଦେଇଛନ୍ତି । ଗତକାଲି ମାଡ୍ରାସ ହାଇକୋର୍ଟର ମଦୁରାଇ ବେଞ୍ଚରେ ଅନଲାଇନ୍ ଜୁଆ ଖେଳ ଉପରେ ପ୍ରତିବନ୍ଧକ ଲଗାଇବାକୁ ଏକ ମାମଲାର ଶୁଣାଣି ପରେ ଅଦାଲତ ଏହି ନିର୍ଦେଶ ଦେଇଛନ୍ତି । ମଦୁରାଇର ମହମ୍ମଦ ରସଭି ନାମକ ଜଣେ ବ୍ୟକ୍ତିଙ୍କ ପକ୍ଷରୁ ତାଙ୍କ ଓକିଲ ନୀଲାମେଗାମ ଏହି ପିଟିସନ ଦାଖଲ କରିଛନ୍ତି । କ୍ରିକେଟରେ ବେଟିଂ ଓ ବାଜି ଲଗାଇବା ଯୋଗୁଁ ତାମିଲନାଡ଼ୁରେ ଏବେ ୧୦ ଜଣ ପ୍ରାଣ ହରାଇଛନ୍ତି । ଗତ ମାସରେ ଜଣେ ବ୍ୟକ୍ତି ଅନଲାଇନ ଜୁଆ ଖେଳରେ ୩୦ ଲକ୍ଷ ଟଙ୍କା ହରାଇବା ପରେ ପୁଡ଼ୁଚେରୀରେ ଆତ୍ମହତ୍ୟା କରିଥିଲେ । ମୃତ୍ୟୁପୂବରୁ ଏକ ଅଡ଼ିଓ ବାର୍ତା ତାଙ୍କ ପତ୍ନୀଙ୍କ ନିକଟକୁ ପଠାଇଥିଲେ ଓ ଅନଲାଇନ ଜୁଆ ଖେଳ ଉପରେ ପ୍ରତିବନ୍ଧକ ଲଗାଇବା ଆବଶ୍ୟକ ବୋଲି କହିଥିଲେ ।

ଏହି ପ୍ରତିନିଧିତ୍ୱ ଏପରି ଏକ ସମୟରେ କରାଯାଇଛି ଯେତେବେଳେ ସାମ୍ପ୍ରତିକ ସମୟରେ ଅନଲାଇନ୍ ଜୁଆ ଯୋଗୁଁ ତାମିଲନାଡୁରେ ଦଶରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ଅକ୍ଟୋବରରେ, ଜଣେ ବ୍ୟକ୍ତି ଅନ୍ଲାଇନ୍ ଜୁଆରେ 30 ଲକ୍ଷ ଟଙ୍କା ହରାଇବା ପରେ ପୁଡୁଚେରୀରେ ନିଜ ଜୀବନ ନେଇଥିଲେ ।

Leave A Reply

Your email address will not be published.