ଭୁବନେଶ୍ୱର : ଗତ ୨୪ ଘଣ୍ଟା ମଧ୍ୟରେ ୩୬୭୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦୬୬୧୫୫ ଜଣକୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି । ତେବେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୨୧୪୮ ଜଣ କ୍ୱାରେଣ୍ଟାଇନ୍ରୁ ରହିଥିବା ବେଳେ ୧୫୩୧ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିପରି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବୟସର ୪୦୯ ଜଣ ରହିଛନ୍ତି । ୩୦ ଜିଲ୍ଲାରୁ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୨୨୩ ଜଣ,ସୁନ୍ଦରଗଡ଼ରୁ ୫୮୨ ଜଣ, ସମ୍ବଲପୁରରୁ ୩୭୨ ଜଣ, କଟକରୁ ୧୩୦ ଜଣ, ପୁରୀରୁ ୧୦୦ ଜଣ, ମୟୂରଭଞ୍ଜରୁ ୮୦ ଜଣ, ଯାଜପୁରରୁ ୭୮ ଜଣ, ଅନୁଗୁଳରୁ ୫୫ ଜଣ, ବରଗଡ଼ରୁ ୪୮ ଜଣ,କେନ୍ଦୁଝରୁ ୪୪ ଜଣ, ଗଞ୍ଜାମରୁ ୪୨ ଜଣ, କୋରାପୁଟରୁ ୩୬ ଜଣ,ବଲାଙ୍ଗୀରରୁ ୩୫ ଜଣ, ସୋନୁପରରୁ ୩୩ ଜଣ, ନୂଆପଡ଼ାରୁ ୨୩ ଜଣ, ରାୟଗଡ଼ାରୁ ୨୧ ଜଣ, ଦେବଗଡ଼ରୁ ୨୦ ଜଣ, ଭଦ୍ରକରୁ ୧୮ ଜଣ, ଜଗତସିଂହପୁରରୁ ୧୭ ଜଣ, ଗଜପତିରୁ ୧୫ ଜଣ, ବାଲେଶ୍ବରରୁ ୧୪ ଜଣ, କଳାହାଣ୍ଡିରୁ ୧୩ ଜଣ, କେନ୍ଦ୍ରାପଡ଼ା ଓ ନୟାଗଡ଼ ଜିଲ୍ଲାରୁ ୧୦ ଜଣ ଲେଖାଁଏ, କନ୍ଧମାାଳରୁ ୬ ଜଣ, ଢ଼େଙ୍କାନାଳରୁ ୫ ଜଣ, ବୌଦ୍ଧରୁ ୨ ଜଣ ଏବଂ ଷ୍ଟେଟ୍ ପୁଲ୍ରୁ ୨୮୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୦୬୬୧୫୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୧୧୬୬୩ ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୧୦୪୫୯୭୧ ଜଣ ସୁସ୍ଥ ହୋଇଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୨୬୦୩୪୪୬୯ ସାମ୍ପୁଲ ଟେଷ୍ଟ୍ ହୋଇଛି ।
Sign in
Sign in
Recover your password.
A password will be e-mailed to you.