
ଡୁମାଣୀ ଟିଭି,୨୦/୩ : ରଣବୀର କପୁରଙ୍କ ଫ୍ୟାନ୍ସଙ୍କ ପ୍ରତୀକ୍ଷାର ଅନ୍ତ ହେବାକୁ ଯାଉଛି। ତାଙ୍କ ଅପକମିଂ ଫିଲ୍ମକୁ ଫ୍ୟାନ୍ସ ଚାହିଁ ରହିଛନ୍ତି। ଖୁବଶୀଘ୍ର ବ୍ରହ୍ମାସ୍ତ୍ର ବଡ ପରଦାରେ ଧୁମ୍ ମଚାଇବାକୁ ଯାଉଛି। ଏହା ମଧ୍ୟରେ ରଣବୀର ଆଗାମୀ ଫିଲ୍ମକୁ ସୁଟିଂକୁ ନେଇ ବ୍ୟସ୍ତ ରହିଛନ୍ତି। ଆଲିଆଙ୍କ ପରେ ରଣବୀର କପୁର ପ୍ରଥମ ଥର ପାଇଁ ଶ୍ରଦ୍ଧା କପୁରଙ୍କ ସହିତ ସ୍କ୍ରିନରେ ରୋମାନ୍ସ କରିବାକୁ ଯାଉଛନ୍ତି। ଫିଲ୍ମର ନାମ ‘ଲଭ୍ ରଞ୍ଜନ’ ରହିଛି। ଆଉ ଏଥିରେ ପ୍ରଥମ ଥର ପାଇଁ ଶ୍ରଦ୍ଧା ଏବଂ ରଣବୀର ରୋମାନ୍ସ କରିବେ। ଫିଲ୍ମ ସେଟରୁ ରଣବୀର ଏବଂ ଶ୍ରଦ୍ଧାଙ୍କର ଏକ ଭିଡିଓ ସାମ୍ନାକୁ ଆସିଛି।
ବହ୍ମାସ୍ତ୍ର ଏବଂ ଲଭ୍ ରଞ୍ଜନ ଛଡା ରଣବୀର କପୁର ‘ଶମଶେରା’କୁ ନେଇ ମଧ୍ୟ ଚର୍ଚ୍ଚାରେ ରହିଛନ୍ତି। ଏମିତିରେ ତାଙ୍କ ଫ୍ୟାନ୍ସ ପାଇଁ ଖୁସି ଖବର। ରଣବୀର ବ୍ୟାକ୍ ଟୁ ବ୍ୟାକ୍ ଅନ୍ୟ ଷ୍ଟାରଙ୍କୁ ଟକ୍କର ଦେବାକୁ ଯାଉଛନ୍ତି। ଲଭ ରଞ୍ଜନରେ ରଣବୀର ଏବଂ ଶ୍ରଦ୍ଧା ମୁଖ୍ୟ ଭୂମିକାରେ ନଜର ଆସିବେ। ଫିଲ୍ମ ସେଟରୁ ଲିକ୍ ହୋଇଥିବା ଭିଡିଓରେ ଦୁହେଁ ଏକ ଗୀତରେ ଡ୍ୟାନ୍ସ କରୁଥିବା ନଜର ଆସିଛନ୍ତି।
ଇଣ୍ଟରନେଟରେ ଭାଇରଲ ହେଉଥିବା ଭିଡିଓରେ ଶ୍ରଦ୍ଧା ଏବଂ ରଣବୀର ଏବଂ ଡ୍ୟାନ୍ସ ପ୍ରାକ୍ଟିସ୍ କରୁଥିବା ନଜର ଆସିଛନ୍ତି। ଭିଡିଓରେ ରଣବୀର ନୀଳ ରଙ୍ଗର କୁର୍ତ୍ତାରେ ବହୁତ ସୁନ୍ଦର ଦେଖାଯାଉଛନ୍ତି। ସେହିପରି ଶ୍ରଦ୍ଧା ହଳଦିଆ ରଙ୍ଗ ଡ୍ରେସରେ ମଧ୍ୟ ଜବରଦସ୍ତ ନଜର ଆସିଛନ୍ତି। ଏହି ଦୁହିଁଙ୍କ ଫିଲ୍ମକୁ ନେଇ ଫ୍ୟାନ୍ସ ବହୁତ ଉତ୍ସାହିତ ରହିଛନ୍ତି।