୪୦୦ବର୍ଷରୁ ଗାଁର ହୋଇନି ହୋଲି

197
୪୦୦ବର୍ଷରୁ ଗାଁର ହୋଇନି ହୋଲି

ଡୁମାଣୀଟିଭି.୨୨/୩ : ରଙ୍ଗର ପର୍ବ ହୋଲି। ହେଲେ ଉତ୍ତରାଖଣ୍ଡ ରାଜ୍ୟର ଦୁର୍ଗମ ଅଞ୍ଚଳ ଅନ୍ତର୍ଗତ ରୁଦ୍ରପ୍ରୟାଗର ୩ଟି ଗାଁର ଲୋକେ ଖେଳିବେନି ହୋଲି। ଆଜିକାଲିକା କଥା ନୁହେଁ ୪୦୦ ବର୍ଷରୁ ଗାଁରେ କେହି ହୋଲି ଖେଳି ନାହାନ୍ତି କି ଆଗକୁ ବି କେବେ ଖେଳିବେନି। ହୋଲି ନାଁ ଶୁଣିଲେ ଲୋକେ ଘରେ ତାଟି କବାଟ ପକାଇ ରହନ୍ତି। ଦେବୀ ତ୍ରିପୁରା ସୁନ୍ଦରୀଙ୍କ ଅଭିଶାପ ଯୋଗୁ ଏହି ସବୁ ଗାଁର ଲୋକେ ହୋଲି ଖେଳନ୍ତିନି।

କଥାନୁସାରେ,ରୁଦ୍ରପ୍ରୟାଗ ଜିଲ୍ଲାର କ୍ୱିଲି, ଖୁର୍ଜାନ ଓ ଜୁନ୍ଦଲା ଗାଁର ଲୋକେ ହୋଲି ଖେଳନ୍ତିନି। ଏହି ସବୁ ଗ୍ରାମରେ ରହୁଥିବା ଲୋକଙ୍କ ପୂର୍ବଜମାନେ କାଶ୍ମୀରରୁ ଉଠି ଆସି ଏଠାରେ ବସବାସ କରିବା ଆରମ୍ଭ କରିଥିଲେ। ତେବେ ଏହି ଗ୍ରାମମାନଙ୍କ ଉପରେ ଦେବୀ ତ୍ରିପୁରାବାଳା ବା ତ୍ରିପୁରା ସୁନ୍ଦରୀଙ୍କ ନଜର ଥିଲା ତାହା ସେମାନେ ଜାଣି ନଥିଲେ। ଗାଁରେ ହୋଲି ଆୟୋଜନ ଲାଗି ମାଁଙ୍କକୋପରୁ କଲେରା ଓ ହାଡଫୁଟି ବ୍ୟାପି ଯାଇଥିଲା। ଏଥିରେ ଅନେକ ପ୍ରାଣ ହରାଇଥିଲେ।
ଏହି ସବୁ ଗାଁରେ ସେତେବେଳେ ରାଜପୁତ ବିଷ୍ଟ ବଂଶଜମାନେ ବସବାସ କରୁଥିଲେ। ସେମାନେ ହୋଲି ଖେଳିବା ଯୋଗୁ ତ୍ରିପୁରା ବାଳା କୋପ କରୁଥିବାର ଜାଣିବାରୁ ସେମାନେ ଗାଁ ଛାଡି ପଳାୟନ କରିଥିଲେ। ସେମାନଙ୍କ ଦେଖାଦେଖି ଗାଁରେ ରହୁଥିବା ପାଣ୍ଡେ ବଂଶଧର ବି ସ୍ଥାନ ଛାଡି ଦେଇଥିଲେ। ତେବେ ପରେ ଗାଁକୁ କାଶ୍ମୀରରୁ ୭ଟି ବ୍ରାହ୍ମଣ ପରିବାର ୪ଟି ନେଗି ରାଜପୁତ ଆସି ସ୍ଥାୟୀ ବସବାସ କରିବାରେ ଲାଗିଥିଲେ। ତେବେ ସେମାନେ ଘଟଣା ଜାଣିବା ପରେ କେବେବି ହୋଲି ଖେଳି ନାହାନ୍ତି।
ଗ୍ରାମବାସୀଙ୍କ ବିଶ୍ୱାସ ଦେବୀ ପାଟିଗୋଳ ଓ ରଙ୍ଗ ବୋଳାବୋଳିକୁ ଭଲ ପାଆନ୍ତିନି। ଏଣୁ ତାଙ୍କୁ ରୁଷ୍ଟ ନ କରିବା ଲାଗି ଗାଁରେ କେବେ ହୋଲି ଖେଳ ହୁଏନି। ତେବେ ହୋଲିରେ ବ୍ରାହ୍ମଣ ପରିବାରଙ୍କୁ ନେଇ ନେଗି ରାଜପୁତମାନେ ବର୍ଷବର୍ଷରୁ ହୋଲି ଉତ୍ସବରେ ଭୋଜିଭାତ ଆୟୋଜନ କରିଆସୁଛନ୍ତି। ଏଥିରେ ବ୍ରାହ୍ମଣ ପରିବାରମାନେ ଭୋଜି ରୋଷେଇ କରୁଥିବାବେଲେ ଗ୍ରାମବାସୀ ବେଶ ଆନନ୍ଦ ଉଲ୍ଲାସର ସହ ଏଥିରେ ଅଂଶଗ୍ରହଣ କରନ୍ତି।

Leave A Reply

Your email address will not be published.