ଅଭିନେତ୍ରୀ ଏଲେନ୍ ପେଜ୍‌ ନିଜକୁ ତୃତୀୟ ଲିଙ୍ଗୀ ଘୋଷଣା କଲେ

683

ନୂଆଦିଲ୍ଲୀ : ‘ଜୁନୋ’,‘ଇନସେପ୍ସନ’ ଏବଂ ‘ଦ ଅମ୍ବରେଲା ଏକାଡେମୀ’ର ଷ୍ଟାର୍ ଏବଂ ଓସ୍କାର ନୋମିନେଟେଡ ଅଭିନେତା ଇଲିୟଟ ପେଜ୍‌ ସୋସିଆଲ୍ ମିଡିଆ ଜରିଆରେ ମଙ୍ଗଳବାର ଜଣେ ତୃତୀୟ ଲିଙ୍ଗୀ ଭାବେ ଦୁନିଆ ସାମନାକୁ ଆସିଛନ୍ତି। ସେ ନିଜ ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ ଏକ ପୋଷ୍ଟରେ ନିଜକୁ ଇଲିୟଟ ପେଜ୍‌ ଭାବେ କହିଛନ୍ତି। ପେଜ୍ ୨୦୦୭ମସିହାରେ ଆସିଥିବା ଜେସନ୍ ରିଟମ୍ୟାନଙ୍କ ଫିଲ୍ମ ‘ଜୁନୋ’ରେ ଜଣେ ଗର୍ଭବତୀ କିଶୋରୀଙ୍କ ଭୂମିକାରେ ଅଭିନୟ କରିଥିଲେ,ଯେଉଁଥିପାଇଁ ତାଙ୍କ ନାଁ ଓସ୍କାର ପାଇଁ ମନୋନୀତ କରାଯାଇଥିଲା। ପେଜ୍‌ ଅଧିକାଂଶ ସମୟରେ (LGBTQ- lesbian, gay, bisexual, and transgender) ପାତ୍ରଗୁଡ଼ିକର ଜୀବନକୁ ପର୍ଦ୍ଦାରେ ଆଣିବାକୁ କାମ କରିଛନ୍ତି। ଏଥିରେ ୨୦୧୫ମସିହାର ଫିଲ୍ମ ଫ୍ରିହେଲ୍ଡ ମଧ୍ୟ ସାମିଲ ରହିଛି। ଇଲିୟଟ୍ ପେଜ୍ ପୂର୍ବେ ଏଲେନ୍ ପେଜ୍ ନାମରେ ଜଣା ଯାଉଥିଲେ। ସେ ଏକ ଇନଷ୍ଟା ପୋଷ୍ଟରେ ଲେଖିଥିଲେ ଯେ ,‘ ତାଙ୍କୁ ଲାଗୁଛି ଯେ ସେ ଜଣେ ତୃତୀୟ ଲିଙ୍ଗୀ ଏବଂ ତାଙ୍କୁ ଏହା ଲେଖିବାରେ ବହୁତ ଖୁସି ଲାଗୁଛି। ନୋଭା ସ୍କୋଟିଆର ୩ବର୍ଷୀୟ ଅଭିନେତା ପେଜ୍ କହିଛନ୍ତି ଯେ ତୃତୀୟ ଲିଙ୍ଗୀ ଭାବେ ବାହାରକୁ ଆସିବାର ତାଙ୍କର ନିଷ୍ପତ୍ତିରେ ତାଙ୍କର ପ୍ରଥମ ନାଁ ମଧ୍ୟ ଏକ କାରଣ। ପେଜ୍‌ଙ୍କ ଇନଷ୍ଟା ପୋଷ୍ଟ୍ ଏବେ ସୋସିଆଲ୍ ମିଡିଆରେ ଜୋରସୋରରେ ଭାଇରାଲ୍ ହେଉଛି। ସେ ପୋଷ୍ଟରେ କହିଛନ୍ତି ଯେ,‘ଏକ ଲମ୍ବା ଯାତ୍ରା ପରେ ଏବଂ LGBTQ ସମୁଦାୟଙ୍କଠୁ ଅତ୍ୟଧିକ ସମର୍ଥନ ପରେ ଏହା ସମ୍ଭବ ହୋଇପାରିଛି। ସେ ତୃତୀୟ ଲିଙ୍ଗ ଗୋଷ୍ଠୀର ଅନେକ ଲୋକଙ୍କଠୁ ଅନୁପ୍ରାଣିତ ହୋଇଛନ୍ତି।

Leave A Reply

Your email address will not be published.