ରାୟଗଡ: ୯/୫ /୨୦୨୨ : ରାୟଗଡ ଜିଲ୍ଲାରେ ରାୟଗଡ ଜିଲ୍ଲା ପ୍ରଶାସନ, ଜିଲ୍ଲା ସମାଜ ମଙ୍ଗଳ ବିଭାଗ, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ, ୟୁନିସେଫ ଓ ଆକ୍ସନଏଡ ମିଳିତ ସଂଯୋଜନାରେ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ର ମହୋଦୟଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଜିଲ୍ଲାରେ ବାଲ୍ୟ ବିବାହ ଘଟଣାଗୁଡିକୁ ରୋକିବା ପାଇଁ ଏବଂ ଶିଶୁ, କିଶୋର ଓ କିଶୋରୀଙ୍କ ସୁରକ୍ଷା ପାଇଁ ଚାଲିଥିବା ପ୍ରଚେଷ୍ଟା ଅଭିଯାନ ମାଧ୍ୟମରେ ସ୍ଵତନ୍ତ୍ର କାର୍ଯ୍ୟକ୍ରମ ହାତକୁ ନିଆଯାଇଛି I ଏହି କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରତ୍ୟେକ ଅଙ୍ଗନୱାଡି କେନ୍ଦ୍ର ସ୍ତରରେ ୧୦ ରୁ ୧୯ ବର୍ଷର ସମସ୍ତ କିଶୋରୀ ମାନଙ୍କୁ ସାମିଲ କରି ପୁଷ୍ଟି, ରକ୍ତହୀନତା, ଜୀବନ କୌଶଳ, ଶିଶୁ ସୁରକ୍ଷା, ବାଲ୍ୟ ବିବାହ ନିଷେଧ, ଲିଙ୍ଗଗତ ଭେଦଭାବ, ଲିଙ୍ଗଭିତ୍ତିକ ହିଂସା, ଯୌନ ସ୍ୱାସ୍ଥ୍ୟ, ଆର୍ଥିକ ସାକ୍ଷରତା, ଶିକ୍ଷା ଓ ଦକ୍ଷତା ବିକାଶ ଭଳି ବିଷୟ ଗୁଡିକ ଉପରେ ସଚେତନତା ସୃଷ୍ଟି କରିବା ପାଇଁ ଲକ୍ଷ୍ୟ ରଖାଯାଇଛି I ଏହା ସହିତ ଯେଉଁ କିଶୋର ବା କିଶୋରୀ ମାନେ ପାଠ ପଢା ଛାଡି ଘରେ ରହୁଛନ୍ତି କିମ୍ବା ବିଦ୍ୟାଳୟକୁ ଆସୁ ନାହାନ୍ତି ସେମାନଙ୍କୁ ଚିହ୍ନଟ କରି ବିଦ୍ୟାଳୟକୁ ଆଣିବା ପାଇଁ ଶିକ୍ଷା ବିଭାଗ ଦ୍ଵାରା ବିଭିନ୍ନ କାର୍ଯ୍ୟ ହାତକୁ ନେବା ନିମନ୍ତେ ସ୍ଥିର ହୋଇଛି । ପ୍ରକାଶ ଥାଉକି ଯେ, ଜିଲ୍ଲାକୁ ଏକ ଶିଶୁ ମିତ୍ର ଜିଲ୍ଲା ଭାବେ ଗଢି ତୋଳିବା ନିମନ୍ତେ ଜିଲ୍ଲା ସ୍ତରରେ ଏକ କାର୍ଯ୍ୟ ଖସଡା ପ୍ରସ୍ତୁତ ହୋଇଛି । ଏହି କାର୍ଯ୍ୟଖସଡାକୁ ଆଧାର କରି ଜିଲ୍ଲା ପ୍ରଶାସନ, ଜିଲ୍ଲା ସମାଜ ମଙ୍ଗଳ ବିଭାଗ, ଜିଲ୍ଲା ଶିକ୍ଷା ବିଭାଗ ଓ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ତରଫରୁ କିଶୋର, କିଶୋରୀ, ଶିଶୁ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା, ପଞ୍ଚାୟତ ପ୍ରତିନିଧି ଓ ଜାତି ସମାଜର ମୁଖ୍ୟ ମାନଙ୍କୁ ନେଇ ବିଭିନ୍ନ ସମୟରେ ପର୍ଯ୍ୟାୟକ୍ରମେ ସଚେତନତା କାର୍ଯ୍ୟକ୍ରମମାନ ଆୟୋଜନ କରିବା ପାଇଁ ସ୍ଥିର କରଯାଇଥିଲା I ଏହି କାର୍ଯ୍ୟ ଖସଡାର ଆଧାରରେ ଗତ ଏକ ସପ୍ତାହ ହେବ ଜିଲ୍ଲାର ବିଭିନ୍ନ ସ୍ତରରେ ସଚେତନତା କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହେଉଛି ଯେପରିକି ଅଙ୍ଗନ ବାଡି କେନ୍ଦ୍ର ସ୍ତରରେ କିଶୋର ଓ କିଶୋରୀ ମାନଙ୍କୁ ସଚେତନ କରିବା, ଗାଁ ସ୍ତରରେ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ମାନଙ୍କୁ ସଚେତନ କରିବା ଓ ଜାତି ତଥା ଗ୍ରାମର ମୁଖ୍ୟ ମାନଙ୍କୁ ସଚେତନ କରିବା ଏବଂ ପଂଚାୟତ ସ୍ତରରେ ସରପଞ୍ଚ ଓ ଅନ୍ୟ ପଂଚାୟତ ପ୍ରତିନିଧି ମାନଙ୍କୁ ସାମିଲ କରି ସହଯୋଗ ପାଇଁ ସଚେତନ କରିବା Iଏହି କାର୍ଯ୍ୟକ୍ରମକୁ ସୁଚାରୁରୂପେ ସମ୍ପାଦନ ପାଇଁ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଯାଜ୍ଞସେନୀ ବେହେରା, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ରମେଶ ଚନ୍ଦ୍ର ନାୟକଙ୍କ ପ୍ରତ୍ୟକ୍ଷ ତଦାରଖ କ୍ରମେ ଜିଲ୍ଲାର ସମସ୍ତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ତଥା ବାଲ୍ୟ ବିବାହ ନିଷେଧ ଅଧିକାରୀ ଓ ସୁପରଭାଇଜର ମାନଙ୍କ ସହାୟତାରେ ଅଙ୍ଗନୱାଡି କର୍ମୀ ମାନେ ଜିଲ୍ଲାର ପ୍ରତ୍ୟେକ ଅଞ୍ଚଳରେ ସଚେତନ କରିଥିଲେ । ଜିଲ୍ଲା ସ୍ତରରେ ଆଇସି ଡି ଏସ ର କାର୍ଯ୍ୟକ୍ରମ ଅଧିକାରୀ କାମାକ୍ଷୀ ମଞ୍ଜରୀ ପାଢୀ ଓ ଆକ୍ସନଏଡର ବାଲ୍ୟ ବିବାହ ଜିଲ୍ଲା ପରାମର୍ଶଦାତା ରତ୍ନେଶ୍ଵର ସାହୁ ପ୍ରମୁଖ ତଦାରଖ କରିଥିଲେ I
Sign in
Sign in
Recover your password.
A password will be e-mailed to you.