ଶିବାଜୀ ପଟ୍ଟନାୟକଙ୍କ ପରଲୋକ ,ମୁଖ୍ୟମନ୍ତ୍ରୀଙ୍କ ଶୋକ

195

ଆଖି ବୁଜିଲେଭୁବନେଶ୍ୱରର ପୂର୍ବତନ ସାଂସଦ ଶିବାଜୀ ପଟ୍ଟନାୟକ
୯୨ବର୍ଷ ବୟସରେ ,ଆଖି ବୁଜିଛନ୍ତି ଶିବାଜୀ ପଟ୍ଟନାୟକ ସୂଚନା ମୁତାବକସ୍ୱାସ୍ଥ୍ୟଗତ କାରଣରୁ ମେଡିକାଲରେ ସେଚିକିତ୍ସିତ ହେଉଥିଲେ । ବୟସ ଅଧିକ ହେତୁ ବିଭିନ୍ନ ରୋଗରେପୀଡ଼ିତ ଥିଲେ । ଆଜି ମଧ୍ୟାହ୍ନରେ ଏକ ଘରୋଇ ହସ୍ପିଟାଲରେତାଙ୍କର ପରଲୋକ ହୋଇଥିବା ଜଣାପଡ଼ିଛି । ଶିବାଜୀ ପଟ୍ଟନାୟକ ତିନିଥର , ଭୁବନେଶ୍ୱର
ଆସନରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ । କମ୍ୟୁନିଷ୍ଟ ପାର୍ଟି ଟିକେଟରୁ ଲଢିଥିଲେ,ସମସ୍ତ ନିର୍ବାଚନ । ସ୍ୱର୍ଗତଃ ଶିବାଜୀ ପଟ୍ଟନାୟକ ୧୯୭୭, ୧୯୮୯ ଓ ୧୯୯୧ମସିହାରେ ଭୁବନେଶ୍ୱର ଲୋକସଭା ଆସନରୁ ନିର୍ବାଚିତ ହୋଇଥିଲେ । ଜଣେସାମ୍ୟବାଦୀ ନେତା ଏବଂ ସିଆଇର ବରିଷ୍ଠ ନେତା ହେଉଛନ୍ତି ଶିବାଜୀ ପଟ୍ଟନାୟକ ।ଶିବାଜୀ ପଟ୍ଟନାୟକଙ୍କ ପରଲୋକରେ ଶୋକବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନପଟ୍ଟନାୟକ । ତାଙ୍କ ଅମର ଆତ୍ମାର ସଦ୍ଗତି କାମନା କରିବା ସହିତ ପରିବାରବର୍ଗଙ୍କୁସମବେଦନା ଜ୍ଞାପନ କରିଛନ୍ତି । ଏଥିସହିତ ଅନେକ ମନ୍ତ୍ରୀ ଓ ତୁଙ୍ଗନେତାମାନେ ମଧ୍ୟଶୋକବ୍ୟକ୍ତ କରିବା ସହିତ ଅମର ଆତ୍ମାର ସଦ୍ଗତି କାମନା କରିଛନ୍ତି ।

Leave A Reply

Your email address will not be published.