ଟି-୨୦ ସିରିଜର ଆଜି ଶେଷ ଲଢେଇ, କରବ । ମର ପରିସ୍ଥିତିରେ ଉଭୟ ଦଳ

597

ଆଜି ଶେଷ ଫାଇଟ୍ । ଟି-୨୦ ସିରିଜର ଆଜି ଅନ୍ତିମ ଦିନ ହୋଇଥିବା ବେଳେ କର ବା ମର ପରିସ୍ଥିତିରେ ଉଭୟ ଭାରତ ଓ ଦକ୍ଷୀଣ ଆଫ୍ରିକା ଦଳ । ଆଜିର ମ୍ୟାଚ୍ ବାଙ୍ଗାଲୋର ର ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯିବ । ଏହା ସନ୍ଧ୍ୟା ୭ ଟାରେ ଆରମ୍ଭ ହେବାକୁ ଥିବା ବେଳେ ମ୍ୟାଚ୍ ଟି ବେଶ୍ ରୋମାଂଚକର ହେବ ବୋଲି ଆଶା କରାଯାଉଛି । ୫ ଟି ମ୍ୟାଚ୍ ବିଶିଷ୍ଟ ଏହି ଟି-୨୦ ସିରିଜ ର ପୂର୍ବ ୪ଟି ମ୍ୟଚରେ ଉଭୟ ଦଳ ଦୁଇଟି ଲେଖାଏଁ ମ୍ୟାଚ ଯିତିଛନ୍ତି, ଯାହାଫଳରେ ମ୍ୟାଚ ୨-୨ ରେ ବରାବର ଅଛି । ତେଣୁ ଆଜି ନିର୍ଣ୍ଣାୟକ ମ୍ୟାଚ୍ ହୋଇଥିବାରୁ ଉଭୟ ଦଳ ଏହି ମ୍ୟାଚ ଯିତି ସିରିଜ ହାତେଇବାକୁ ଚେଷ୍ଟା କରିବେ ।

ପୂର୍ବରୁ ୪ଟି ମ୍ୟାଚ୍ ରେ ଭାରତ ଦିଲ୍ଲୀ ବେଂ କଟକ ରେ ପରାଜୟ ହୋଇଥିବା ବେଳେ ରାଜକୋଟ ଏବଂ ବିଶାଖାପାଟଣାମ୍ ରେ ବିଜୟ ଲାଭ କରି ମ୍ୟାଚକୁ ୨-୨ ସ୍ତରରେ ବରାବର ରଖିଛି । ଶୁକ୍ରବାର ଭାରତ ରାଜକୋଟ୍ ରେ ଖେଳିଥିବା ମ୍ୟାଚରେ ୮୨ ରନ୍ ର ଏକ ବଡ ବ୍ୟବଧାନରେ ଦକ୍ଷୀଣ ଆଫ୍ରିକାକୁ ପରାସ୍ତ କରିଥିଲା । ଯାହାଫଳରେ ଭାରତୀୟ ଦଳର ମନୋବଳ ଦୃଢ ହୋଇଥିଲା । ଅନ୍ୟପଟେ ଦେଖିବାକୁ ଗଲେ ଲଗାତାର ଦୁଇଟି ମ୍ୟାଚ ହାରିବା ପରେ ଆଜି ଶେଷ ମ୍ୟାଚରେ ବିଜୟ ଲାଭ କରିବାକୁ ଉଦ୍ୟମ କରିବ ଭ୍ରମଣକାରୀ ଦଳ ଦକ୍ଷୀଣ ଆଫ୍ରିକା ।

Leave A Reply

Your email address will not be published.