ଅବସର ପ୍ରାପ୍ତ ଅଗ୍ନିବୀରଙ୍କୁ ମହିନ୍ଦ୍ରା ଗୃକସ୍ ରେ ଦିଆଯିବ ନିଯୁକ୍ତି : ଆନନ୍ଦ ମହିନ୍ଦ୍ରା

600

ଦେଶରେ ବର୍ତମାନ ଅଗ୍ନିବୀର ଯୋଜନା ଚର୍ଚ୍ଚା ଜୋର ଧରିଛି । ଏହି ପରିପ୍ରେକ୍ଷୀରେ ମହିନ୍ଦ୍ରା ଗୃପସ୍ ର ଅଫର କୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି । ସୂଚନା ଅନୁସାରେ ଅଗ୍ନିବୀରଙ୍କୁ ମହିନ୍ଦ୍ରା ରେ ନିଯୁକ୍ତି ମିଳିବ । ଅବସର ପରେ ଅଗ୍ନିବୀରଙ୍କୁ ମହିନ୍ଦ୍ରା ଗୃପସ୍ ରେ କାମ କରିବା ପାଇଁ ସୁଯୋଗ ମିଳିବ । କୁଶଳୀ ଅଗ୍ନିବୀରଙ୍କୁ ଅବସରେ ପରେ ମହିନ୍ଦ୍ରା କମ୍ପାନିରେ କାମ କରିବେ ବୋଲି କହିଛନ୍ତି ମହିନ୍ଦ୍ରା ଗୃପସ୍ ର ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରା ।
ସାରା ଦେଶରେ ଅଗ୍ନିବୀର ଯୋଜନାକୁ ନେଇ ବିକ୍ଷୋଭ ଚାଲିଥିବା ସମୟରେ ଆନନ୍ଦ ମହିନ୍ଦ୍ରା ଟ୍ୟୁଟର୍ ରେ ଏପରି ଏକ ବଡ ଘୋଷଣା କରିଛନ୍ତି । ସେ ଏହା ମଧ୍ୟ କହ୍‌ଛନ୍ତି ଯେ, ଦେଶରେ ଅଗ୍ନିବୀର ଯୋଜନା ବିରୋଦ୍ଧରେ ହେଉଥିବା ହିଂସା ଅତ୍ୟନ୍ତ ନୈରାଶ୍ୟ ଜନକ । ସମସ୍ତ ଅଗ୍ନିବୀରଙ୍କୁ ଯେଉଁ କୌଶଳ ଏବଂ ଅନୁଶାସନ ମିଳିବ ସେହି ସାହାର୍ଯରେ ତାଙ୍କୁ ଉପଯୁକ୍ତ ରୋଜଗାର ମଧ୍ୟ ପ୍ରଦାନ କରିବ । ପୂର୍ବ ବର୍ଷ ଯେଉଁ ସମୟରେ ଅଗ୍ନିବୀର ଯୋଜନାକୁ ନେଇ ଆଲୋଚନ ଚାଲିଥିଲା ସେତେବେଳେ ମଧ୍ୟ ଆନନ୍ଦ ମହିନ୍ଦ୍ରା ସକ୍ଷମ ଯୁବକଙ୍କୁ ମହିନ୍ଦ୍ରା ଗୃପସ୍ ରେ ନିଯୁକ୍ତି ଦେବେ ବୋଲି କହିଥିଲେ । ନିଯୁକ୍ତି କନେଇ ଆହୁରି ମଧ୍ୟ କହିଥିଲେ ଯେ, ଅବସର ପ୍ରାପ୍ତ ଅଗ୍ନିବୀରଙ୍କୁ ମହିନ୍ଦ୍ରା ଗୃପସ୍ ରେ ଆଡମିନିଷ୍ଟ୍ରେସନ , ସପ୍ଳାଇ ଚେନ୍ ଏବଂ ମ୍ୟାନେଜମେଂଟ ରେ ନିଯୁକ୍ତି ଦିଆଯିବ ବୋଲି କହିଛନ୍ତି ।

Leave A Reply

Your email address will not be published.