ଭଦ୍ରକ – ଭଦ୍ରକ ସହରାଞ୍ଚଳ ରେ ବସବାସ କରୁଥିବା ଅସହାୟ ଓ ଦିବ୍ୟାଙ୍ଗମାନଙ୍କ ପାଇଁ ଖୁସୀ ଖବର। ସେମାନଙ୍କୁ ନୀଳ ସରସ୍ବତୀ ହେଲ୍ପ ଲାଇନ ଜରିଆରେ ନିଶୁଳ୍କ ଅଟୋ ସେବା ମିଳିବ। ଭଦ୍ରକ ପୌରାଞ୍ଚଳ କୁଆଁସ ସ୍ଥିତ ଶିବ ମନ୍ଦିର ନିକଟରେ ଏହି ଅଟୋ ସେବାକୁ ଉଦଘାଟନ କରିଛନ୍ତି ସମାଜସେବୀ ସିତାଂଶୁ ଶେଖର ମହାପାତ୍ର। ଗତ କିଛି ମାସ ହେବ ଗରିବ, ଅସହାୟ ଦିବ୍ୟାଙ୍ଗମାନଙ୍କୁ ପ୍ରତିଦିନ ସକାଳେ ମାଗଣାରେ ଜଳଖôଆ ଯୋଗାଇ ଆସୁଥିବା କୁଆଁସ ଗ୍ରାମର ମୋହିତ ରାଉଳଙ୍କ ଏପରି କାର୍ଯ୍ୟକ୍ରମକୁ ସାଧାରଣରେ ପ୍ରଶଂସା କରାଯାଇଛି। ଦିବ୍ୟାଙ୍ଗ ଓ ଅସହାୟଙ୍କୁ ମାଗଣା ଅଟୋ ସେବା ଯୋଗାଇଦେବା ଉଦ୍ଧେଶ୍ୟରେ ମୋହିତ ଅଭିଯାନ ଆରମ୍ଭ କରିଥିଲେ। କେତେକ ବଦାନ୍ୟ ବ୍ୟକ୍ତିଙ୍କ ଠାରୁ ସାହାଯ୍ୟ ସହେଯାଗ ପାଇ ଆଜି ନିଜର ସ୍ବପ୍ନ ପୂରଣ କରିଛନ୍ତି ମୋହିତ। ଏହି ନିଶୁଳ୍କ ଅଟୋ ସେବାକୁ ସମାଜସେବୀ ଶ୍ରୀ ମହାପାତ୍ର ଉଦଘାଟନ କରି ମୋହିତଙ୍କ ଚିନ୍ତାଧାରା ଓ ମାନସିକତାକୁ ଉଚ୍ଚ ପ୍ରଶଂସା କରିଛନ୍ତି। ତେବେ ଏହି ଅଟୋ ସହର ତମାମ ବୁଲିବ ଓ ଯେଉଁଠାରେ ଅସହାୟ ଓ ଦିବ୍ୟାଙ୍ଗଙ୍କୁ ନିଶୁଳ୍କ ସେବା ଯୋଗାଇବ। ବିଶେଷକରି ଜିଲ୍ଲା ଚିକିତ୍ସାଳୟ, ବସଷ୍ଟାଣ୍ଡ ଓ ଷ୍ଟେସନରେ ଏହି ଅଟୋ ସେବା ଯୋଗାଇବ। ଏଥି ନିମିତ୍ତ ନୀଳ ସରସ୍ବତୀ ହେଲପ ଲାଇନ ପକ୍ଷରୁ ମଧ୍ଯ ଏକ ନମ୍ବର ମଧ୍ଯ ଜାରୀ କରାଯାଇଛି। ଉଦଘାଟନୀ ଉସôବରେ ସମ୍ମାନିତ ଅତିଥି ଭାବେ ଅନ୍ନପୂର୍ଣ୍ଣା ନାୟକ ଯୋଗ ଦେଇଥିବା ବେଳେ, ସଂଗଠନର ସଦସ୍ୟ ବିଜୟ ନାୟକ, ଅମନ ସ୍ବାଇଁ, ରିଷି ସ୍ବାଇଁ, ରାଜୀବ ସାମଲ, ଲକ୍ଷ୍ମଣ ନାୟକ, ସାଇସ୍ମିତା ଲେଙ୍କା, ସୁପ୍ରିୟା ମହାନ୍ତି, ରାଜା ନାୟକ, ଶିବା ନାୟକ, ସିଧାଂଶୁ ଶେଖର ପଣ୍ଡା, ରାଜେନ୍ଦ୍ର ଦାଶ, ଦୀପା ପଣ୍ଡା, ସଂକୁରୁ ବେହେରା, ମୋନାଲିସା ମହାପାତ୍ର, କାଳିଆ ମହାନ୍ତି, କାଲୁ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.