ଅନିଲ କପୁରଙ୍କ ସହିତ ଗନ୍ଧିବାତ୍ ଗିତରେ ଡ୍ୟାନ୍ସ କଲେ ଫରାହ ଖାନ୍‌, ଭିଡିଓ ସେୟାର କରି କହିଲେ ପାପାଜୀ ଆଇ ଲଭ୍ୟୁ

301

ଫରାହ ଖାନ୍ ନିଜର ଇନଷ୍ଟାଗ୍ରାମ ରେ ଏକ ଭିଡିଓ ସେୟାର କରିଛନ୍ତି ଯେଉଁଥିରେ ସେ ଅନିଲ କପୁରଙ୍କ ସହ ଡ୍ୟାନ୍ସ କରୁଛନ୍ତି । ଅନିଲ କପୁର ଇଣ୍ଡଷ୍ଟ୍ରିର ଜଣେ ଯବାନ ବ୍ୟକ୍ତି ବୋଲି ପୋଷ୍ଟର କ୍ୟାପସନରେ ସେ ଲେଖି ସେୟାର କରିଛନ୍ତି । ଦେଖିବାକୁ ଗଲେ ଫରାହ ଖାନ୍ ଏବଂ ଅନିଲ କପୁରଙ୍କ ଦୋସ୍ତି ବହୁତ ପୁରୁଣା । ଦୁଇଜଣ ସୋସିଆଲ ମିଡିଆରେ ପ୍ରାୟ ସମୟ ମଜ୍ଜା ମସ୍ତି କରିଥାନ୍ତି । ଫରାହ ଖାନ୍ ସେୟାର କରିଥିବା ଭିଡିଓ ଟି ମୁମ୍ବାଇ ପୋଲିସଙ୍କ ଆନୁଏଲ ଇଭେଂଟ ‘ଉମଙ୍ଗ’ ର ବ୍ୟାକ୍ ଷ୍ଟେଜ ର ଏକ ଭିଡିଓ ।
ବଲିଉଡ୍ ଫିଲ୍ମ ମେକର ତଥା କୋରିଓ ଗ୍ରାଫର ଫରାହ ଖାନ୍ ରବିବାର ନିଜର ଇନଷ୍ଟାଗ୍ରାମ ପ୍ରୋଫାଇଲରେ ଏକ ଭିଡିଓ ସେୟାର କରିଛନ୍ତି ଯେଉଁଥିରେ ସେ ଅନିଲ କପୁରଙ୍କ ସହ ନଜର ଆସିଛନ୍ତି । ଏହି ଭିଡିଓ ରେ ଫରାହ ଖାନ୍ ଏବଂ ଅନିଲ କପୁର, ସହିଦ୍ କପୁରଙ୍କ ଫିଲ୍ମ ‘ଆର ରାଜ କୁମାର’ ର ଗିତ ଗନ୍ଧିବାତ୍ ରେ ଉଭୟେ ଡ୍ୟାନ୍ସ କରୁଛନ୍ତି ।ଏହି ଭିଡିଓ ରେ ଅନିଲ କପୁର ବ୍ଳାକ ସୁଟ୍ ରେ ସବୁଦିନ ଭଲି ଡ୍ୟାସିଙ୍ଗ ଲାଗୁଥିବା ବେଳେ ଫରାହ ମଧ୍ୟ ବ୍ଳାକ ଆଉଟଫିଟ ରେ ଅନିଲ କପୁରଙ୍କ ସହ ଟିୟୁନିଙ୍ଗ କରୁଛନ୍ତି । ଇନଷ୍ଟାଗ୍ରାମରେ ପୋଷ୍ଟ ସେୟାର କଲାବେଳେ ଫରାହ ଖାନ୍ କ୍ୟାପସନ ରେ ଲେଖିଛନ୍ତି “ଇଣ୍ଡଷ୍ଟ୍ରି ର ସମସ୍ତଙ୍କ ଠାରୁ ଯବାନ ଦେଖାଯାଉଥିବା ଅନିଲ କପୁରଙ୍କ ସହିତ ମିଶିଲେ ସବୁଦିନ ପାର୍ଟି ଇଭେଂଟ ପରି ଲାଗୁଛି । ପାପାଜୀ, ଆଇ ଲଭ୍ୟୁ” ।

 

Leave A Reply

Your email address will not be published.