ଅଦାନି ଗୃପ ର ତମ୍ବା ବ୍ୟବସାୟ ଆରମ୍ଭ, SBI ସମେତ ଅନ୍ୟ ବ୍ୟଙ୍କରୁ ୬୦୭୧ କୋଟିର କଲେ ଲୋନ

335

ଗୌତମ ଆଦାନି ନିଜର ବ୍ୟବସାୟକୁ ଲଗାତାର ବଢାଇବାରେ ଲାଗିଛନ୍ତି । ବର୍ତମାନ ସିମେଂଟ ବ୍ୟବସାୟ ଆରମ୍ଭ କରିଥିବା ବେଳେ ଏବେ ତମ୍ବା ବଜାରରେ ଏଂଟ୍ରି କରିଛନ୍ତି । ଏଥିପାଇଁ SBI, PNB ସମେତ ଅନ୍ୟାନ୍ୟ ବ୍ୟଙ୍କ ରୁ ହଜାର ହଜାର କୋଟି ଟଙ୍କାର ଲୋନ କରିଛନ୍ତି । ଏସିଆ ମହାଦେଶର ପ୍ରଥମ ଏବଂ ବିଶ୍ୱର ଷଷ୍ଠ ତମ ସ୍ଥାନରେ ଥିବା ଧନି ବ୍ୟକ୍ତି ଭାରତର ଉଦ୍ୟୋଗ ପତି ଗୌତମ ଅଦାନୀ ଆଉ ଏକ ବ୍ୟବସାୟରେ ଗ୍ରାଣ୍ଡ ଏଂଟ୍ରି କରିବାକୁ ଯାଉଛନ୍ତି । ସେ ବର୍ତମାନ ତମ୍ବା ବ୍ୟବସାୟ କରିବାକୁ ଯାଉଛନ୍ତି । ଏହି ପରିପ୍ରେକ୍ଷୀରେ ସେ ଭାରତୀୟ ଷ୍ଟେଟ୍ ବ୍ୟଙ୍କ ସମେତ ଅନ୍ୟାନ୍ୟ ବ୍ୟଙ୍କରୁ ୬ ହଜାର କୋଟି ଟଙ୍କାରୁ ଅଧିକ ଲୋନ କରିଛନ୍ତି । ଗୁଜରାଟର ମାନ୍ଦ୍ରାରେ ସ୍ଥାପନ ହେବ ଏହି ତମ୍ବା ରିଫାଇନାରି ୟୁନିଟି ସୂଚନା ଅନୁସାରେ ଅଦାନୀ ଏଂଟରପ୍ରାଇଜେସ ଲିମିଟେଡ୍ କଚ୍ଚ କପର ଲିମିଟେଡ୍ ନାମକ ଏକ ତମ୍ବା ରିଫାଇନାରି ପ୍ରୋଜେକ୍ଟ ର ସ୍ଥାପନ କରିବାକୁ ଯାଉଛନ୍ତି । ଏଥିରେ ୧୦ ଲକ୍ଷ ଟନ୍ ତମ୍ବା ଉତ୍ପାଦନର ଏକ ୟୁନିଟି ଗୁଜରାଟର ମୁନ୍ଦ୍ରାରେ ସ୍ଥାପନ ହେବ । ଏଥିପାଇଁ ପ୍ରଥମେ ୫ ଲକ୍ଷ ଟନ୍ ର ୟୁନିଟି ସ୍ଥାପନ ପାଇଁ ୬୦୭୧ ହଜୋର କୋଟି ଟଙ୍କାର ଲୋନକୁ ବ୍ୟାଙ୍କ ମଞ୍ଜୁରି କରିଛି । SBI ସମେତ ଏହିସବୁ ବ୍ୟଙ୍କରୁ ମିଳିଛି ଲୋନ ଗୌତମ ଅଦାନୀଙ୍କ ସମୁହ ଏହି କମ୍ପାନୀକୁ ଲୋନ ଦେଇଥିବା ବିଭିନ୍ନ ସରକାରୀ ବ୍ୟଙ୍କ ଗୁଡିକ ମଧ୍ୟରୁ ଭାରତୀୟ ଷ୍ଟେଟ ବ୍ୟାଙ୍କ, ବ୍ୟାଙ୍କ ଅଫ ବରୋଦା, କାନାରା ବ୍ୟାଙ୍କ, ଏକ୍‌ଜିମ ବ୍ୟାଙ୍କ ଅଫ ଇଣ୍ଡିଆ, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଏବଂ ବ୍ୟାଙ୍କ ଅଫ ମହାରାଷ୍ଟ୍ର ସାମିଲ ଅଛି ।

Leave A Reply

Your email address will not be published.