ମହାରାଷ୍ଟ୍ରରେ ନୂତନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଦେବେନ୍ଦ୍ର ଫଡନାଭିସ୍

345

ମହାରାଷ୍ଟ୍ର , ୩୦/୦୬:ମହାରାଷ୍ଟ୍ରରେ ଏକ ଭୟଙ୍କର ରାଜନୈତିକ ଉତ୍ତେଜନା ଲାଗିରହିଛି | 29 ଜୁନ୍ ବିଳମ୍ବିତ ରାତିରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ତାଙ୍କ ଇସ୍ତଫା ପତ୍ର ଦାଖଲ କରିଛନ୍ତି ଏବଂ ରାଜ୍ୟରେ ବିଜେପି ସରକାର ଗଠନ ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ନୂତନ ସରକାରରେ ଦେବେନ୍ଦ୍ର ଫଡନାଭିସ୍ ମୁଖ୍ୟମନ୍ତ୍ରୀ ଏବଂ ଶିବସେନାର ବିଦ୍ରୋହୀ ନେତା ଏକନାଥ ସିନ୍ଦେ ଉପ-ମୁଖ୍ୟମନ୍ତ୍ରୀ ହେବେ। ସୂଚନାନୁସାରେ, ସରକାରୀ ଗଠନ ପାଇଁ ବିଜେପି ଏବଂ ସିନ୍ଦେ ଦଳ ମଧ୍ୟରେ ସୂତ୍ର ମଧ୍ୟ ସ୍ଥିର ହୋଇଛି। ଉଭୟ ପକ୍ଷ ମଧ୍ୟ ଏଥିରେ ସମ୍ମତି ଦେଇଛନ୍ତି। ସୂଚନାଯୋଗ୍ୟ ଯେ ଅତୀତରେ ଦେବେନ୍ଦ୍ର ଫଡନାଭିସ୍ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହୋଇଥିଲେ ମଧ୍ୟ ମଝିରେ କ୍ଷମତା ତାଙ୍କ ହାତରୁ ଚାଲି ଯାଇଥିଲା ଏବଂ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ରାଜ୍ୟଭାର ଗ୍ରହଣ କରିଥିଲେ।

Leave A Reply

Your email address will not be published.