ପାରିବାରିକ କଳହରୁ ଯୁବକଙ୍କ ଆତ୍ମହତ୍ୟା

134

ଘସିପୁରା ୧୨ ନଭେମ୍ବର ପାରିବାରିକ କଳହ ରୁ ଜଣେ ଯୁବକ ଆତ୍ମହତ୍ୟା କରିଥିବା ଜଣାଯାଇଛି । ସୁଚନା ରୁ ଜଣାଯାଏ ଘସିପୁରା ଥାନା ଅନ୍ତର୍ଗତ କେଶଦୁରାପାଳ ଗ୍ରାମର ଅନିଲ କୁମାର ସାହୁ ୨୮ ନିଜ ପରିବାର ସହିତ ଚଳି ଆସୁଥିବା ବେଳ ସ୍ତ୍ରୀ ଓ ସ୍ଵାମି ଙ୍କ ମାଧ୍ୟରେ ଅନେକ ସମୟରେ କଳହ ହୋଇଥାଏ ଶୁକ୍ରବାର ରାତି ଉଭାୟ ଙ୍କ ମଧ୍ୟରେ କଳି ହୋଇଥିଲା ଶନିବାର ସକାଳୁ ଅନିଲ ଘରପରିବାର ଲୋକ ଙ୍କୁ କିଛି ନ କହି ନିଜ ଘରୁ କବାଟ ବନ୍ଦ କରି ଦେଇ ଭିତରେ ପଶି ଯାଇଥିଲା ଓ ଦୀର୍ଘ ସମୟ ଧରି ପରିବାର ଲୋକ ଡାକିଥିଲେ ମଧ୍ୟ ସେ କବାଟ ଖୋଲିନଥିଲେ ପରେ ପରିବାର ଲୋକ ବାଧ୍ୟ ହୋଇ କବାଟ ଭାଙ୍ଗିଥିଲା ବେଳେ ଅନିଲ ବେକରେ ରାଶି ଲଗାଇ ପଙ୍ଖା ରେ ଆତ୍ମହତ୍ୟା କରିଥିବା ଏହା ଜାଣିବା ପରେ ପରିବାର ଲୋକ ଘସିପୁରା ଥାନାକୁ ଫୋନ କରିଥିଲେ । ଏଥି ସହିତ ଅନିଲ କୁ ଆନନ୍ଦପୁର ଡାକ୍ତରଖାନାକୁ ଆଣିଥିବା ବେଳେ ଡାକ୍ତର ଅନିଲ କୁ ମୃତ୍ ଘୋଷଣା କରିଥିଲେ । ପରେ ଘସିପୁରା ପୋଲିସ ଶବ ବ୍ୟବଚ୍ଛେଦ କରି ପରିବାର କୁ ହସ୍ତାନ୍ତର କରିଥିବା ବେଳେ କେଉଁ କାରଣରୁ ଅନିଲ ଆତ୍ମହତ୍ୟା କରିଛି ଠିକ୍ ଭାବରେ ଜଣାପଡ଼ି ନ ଥିବା ବେଳେ ପୁଲିସ୍ ଅନୁସଂନ୍ଧାନ କରୁଥିବା ଜଣାପଡିଛି ।

Leave A Reply

Your email address will not be published.