ଫ୍ୟାସନ ପାଲଟିଛି ସାଂସ୍କୃତିକ କାର୍ଯ୍ୟକ୍ରମରେ ଅଶ୍ଳୀଳ ନୃତ୍ୟ, କାର୍ଯ୍ୟାନୁଷ୍ଠାନ ପାଇଁ ଦାବି

178

ଖୋର୍ଦ୍ଧା, ୨୪ ନଭେମ୍ବର :- ଜିଲାର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଏବେ ଫ୍ୟାସନ ପାଲଟିଛି ଅଶ୍ଳୀଳ ନୃତ୍ୟ। ତେବେ ଅକ୍ଟୋବର ମାସରେ ହୋଇଥିବା କାଳୀ ପୂଜାରେ ଖୋର୍ଦ୍ଧା ଜିଲ୍ଲା ରାଜସୁନାଖଳା ନିକଟ ବିନୋଦପଡ଼ା ଠାରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଚାଲିଥିଲା। ମଞ୍ଚ ଉପରେ କଳାକାର ଅଶ୍ଳୀଳ ନୃତ୍ୟ ପରିବେଷଣ କରିଥିଲେ। ଏହି ଅଶ୍ଳୀଳ ନୃତ୍ୟର ଭିଡିଓ ଭାଇରାଲ୍ ହେବାରେ ଲାଗିଥିଲା। ତେବେ ଉକ୍ତ ମଞ୍ଚରେ ପରିବେଷିତ ଅଶ୍ଳୀଳ ନୃତ୍ୟକୁ ଆପତ୍ ଇଣ୍ଟରନ୍ୟାସନାଲ ହ୍ୟୁମାନରାଇଟ୍ସ କମିଶନର ଓଡ଼ିଶା ସଙ୍ଗଠନ ପକ୍ଷରୁ ବିରୋଧ କରାଯାଇଛି। ଅନୁଷ୍ଠାନର ମୁଖ୍ୟ ଡା. ଶିବସୁନ୍ଦର ସ୍ଵାଇଁ ଏଭଳି କାଯ୍ୟକ୍ରମ ସଂସ୍କୃତି ଓ ପରମ୍ପରା ବିରୋଧୀ ବୋଲି ଅଭିଯୋଗ ଆଣଛନ୍ତି।ରାଜ୍ୟ ସରକାର ଏଭଳି କାର୍ଯ୍ୟକ୍ରମର ଆୟୋଜକ, କଳାକାର ଓ ସାଉଣ୍ଡ ବଜାଇବା ଲୋକଙ୍କ ଉପରେ କାଯ୍ୟାନୁଷ୍ଠାନ ନେବା ସହ ଏଭଳି ଅଶ୍ଳୀଳ ନୃତ୍ୟ ବନ୍ଦ କରିବାକୁ ଦାବି କରିଛନ୍ତି। ଏହି ଅବସରରେ ଅନୁଷ୍ଠାନ ପକ୍ଷରୁ ଏକ ଦାବିପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି।

ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଯୁଗ୍ମ ନିର୍ଦ୍ଦେଶକ ଇଂ. ଶଶାଙ୍କ ଶେଖର ପଣ୍ଡା ଓ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ନାରାୟଣ ସାହୁ, ଜିଲ୍ଲା ଭାଇସ୍ ପ୍ରେସିଡେଣ୍ଟ ବଚନ୍ଦନ ଅଗ୍ରୱାଲ ଓ ଦେବାଶିଷ ମହାନ୍ତି ପ୍ରମୁଖ ଦାବି ପତ୍ର ନେଇ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିବା ସହିତ ଏଭଳି ଅଶ୍ଳୀଳ ନୃତ୍ୟ ବନ୍ଦ କରିଯାଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି।

Leave A Reply

Your email address will not be published.