ଅଭିନେତ୍ରୀ ରାଣୀ ପଣ୍ଡା କାର୍ ଦୁର୍ଘଟଣା

449

କଟକ ଜିଲ୍ଲା ଆଠଗଡ ବ୍ଲକ୍ ଡାଳଖାଇ ଛକ ନିକଟରେ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡା କାର୍ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଛି। ବିଳମ୍ବିତ ରାତିରେ ଏକ ବାଇକ୍ ସହ ତାଙ୍କ କାର୍ର ମୁହାଁମୁହିଁ ଧକ୍କା ହେବାରୁ ଜଣେ ବାଇକ୍ ଆରୋହୀଙ୍କର ମୃତ୍ୟୁ ହୋଇଥିଲା । ବିଳମ୍ବିତ ରାତିରେ ରାଣୀ ପଣ୍ଡା ବିବାହ ଭୋଜି ଖାଇ ଘରକୁ ଫେରୁଥିଲେ। ଏହି ସମୟରେ ଡାଳଖାଇ ଛକ ନିକଟରେ ତାଙ୍କ କାର୍ ସହ ବାଇକ୍ର ମୁହାଁମୁହିଁ ଧକ୍କା ହୋଇଥିଲା। ଏଥିରେ ବାଇକ୍ ଆରୋହୀ ସୁକାନ୍ତ ଗୁରୁତର ଆହତ ହୋଇଥିଲେ। ପରେ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଡାକ୍ତର ସୁକାନ୍ତଙ୍କୁ ମୃତ ଘୋଷଣା କରିଥିଲେ।ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଆଠଗଡ଼ ପୋଲିସ୍ ପହଞ୍ଚି ଲୋକଙ୍କୁ ବୁଝାସୁଝା ଜାରି ରଖିଥିବାବେଳେ କେମିତି କାର୍-ବାଇକ୍ ମଧ୍ୟରେ ଦୁର୍ଘଟଣା ହେଲା ସ୍ପଷ୍ଟ ହୋଇନି। ଦୁର୍ଘଟଣାରେ କାର୍ର ସାମ୍ନାପଟ କ୍ଷତିଗ୍ରସ୍ତ ହୋଇଥିବା ବେଳେ ତେବେ ଏନେଇ ରାଣୀ ପଣ୍ଡା କିମ୍ବା ପୋଲିସଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

Leave A Reply

Your email address will not be published.