ଜୟପୁରରେ ପଥ ଉତ୍ସବ

151

ଜୟପୁର, ୧୧ ଡିସେମ୍ବର – ଜୟପୁର ମୁଖ୍ୟ ରାସ୍ତାରେ ପଥ ଉତ୍ସବ ଅନୁଷ୍ଠିତ ହୋଇଛିି । ଜିଲା ପ୍ରଶାସନ ତରଫରୁ ଜୟପୁର ପୌରପାଳିକା ଦ୍ଵାରା ଏହି ପଥ ଉତ୍ସବ ଅନୁଷ୍ଠିତ ହୋଇଛି। ବିଧାୟକ ତାରା ପ୍ରସାଦ ବାହିନିପତିଙ୍କ ଉଦ୍ୟମରେ ଏହି ପଥ ଉତ୍ସବ ଅନୁଷ୍ଠିତ ହୋଇଥିବା ବେଳେ ପୌର କାଯ୍ୟନିର୍ବାହି ଅଧିକାରି ସିଦ୍ଧାର୍ଥ ପଟ୍ଟନାୟକଙ୍କ ସଭାପତିତ୍ବରେ ସକାଳ ୭ ଟାରୁ ୧୨ଟା ପଯ୍ୟନ୍ତ ଅନୁଷ୍ଠିତ ହୋଇଛି । ଅତିଥି ମାନଙ୍କ ଦ୍ଵାରା ପ୍ରଦୀପ ପ୍ରଜ୍ଵଳନ କରାଯାଇ ସଂସ୍କୃୁତିକ କାଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କାଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନିପତି ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଜିଲା ପରିଷଦ ଉପାଧ୍ୟକ୍ଷ ରାଧା ବିନୋଦ ସାମନ୍ତରାୟ, ଉପ ଜିଲାପାଳ ବେଦବର ପ୍ରଧାନ, ପୌର ଅଧ୍ୟକ୍ଷ ନରେନ୍ଦ୍ର କୁମାର ମହାନ୍ତି, ଏସଡିପିଓ ଅରୁପ ଅଭିଷେକ ବେହେରା, ପୌର ଉପାଧ୍ୟକ୍ଷ ବି. ସୁନିତା , ତହସିଲଦାର ପ୍ରଧାନ ଟୁଲ୍ଲି ଆମ୍ମା, ଏସଡିପିଆରଓ ଯଶୋଦା ଗାଧବାଙ୍କ ସହ କାଉନସିଲର ମାନେ ଉପସ୍ଥିତ ଥିଲେ ।  ପଥ ଉତ୍ସୋବରେ ଡେନ୍ସ ଷ୍ଟେଜ, ମ୍ୟୁଜିକାଲ ଚେୟାର, ସାଇନ୍ସ ପାର୍କ, ଆଖଡା, ବାସ୍କେଟ ବଲ, ଦଉଡି ଡିଆଁ, ବାଲି କଳା, ଫେନସି ଡ୍ରେସ, ସ୍ଵଛ ଜୟପୁର, ସେଲଫି ଜୋନ, ଯୋଗ, ବିଏସଏଫ ଆର୍ମିଙ୍କ ଅସ୍ତ୍ର ସସ୍ତ୍ର, ପେପର କ୍ରାଫ୍ଟ, ବିନା ଅଗ୍ନିରେ ରୋଷେଇ, ମେହେନ୍ଦି, ଗୀତର ରଙ୍ଗୋଲି ମେଜିକ ସୋ, ଫେସନ ସୋ, ଡ୍ୟାନ୍ସ, ସଂକିର୍ତନ ଆଦି ପ୍ରଦର୍ଶନ କରିଥିଲେ । ଏହା ସହ ବାହାରୁ ଓଲିଉଡ ଗାୟିକା ଦେବାଂଶି ଦାସ, ଗାୟକ ଅଭିଜିତ ମିଶ୍ର, କଳାକାର ଗୁନ ଗୁନ ଉପସ୍ଥିତ ରହି ପଥ ଉତ୍ସବର ଆକର୍ଷଣକୁ ଦ୍ଵିଗୁଣିତ କରିଥିଲେ । ମୁଖ୍ୟ ରାସ୍ତାରେ ଗାଡି ଚଳାଚଳ ବନ୍ଦ ରହିଥିବା ବେଳେ ଜିଲା ସହ ଜୟପୁର ଆଖପାଖ ଅଞ୍ଚଳର ମହିଳା ମାନଙ୍କ ଠାରୁ ଆରମ୍ଭ କରି ସ୍କୁଲ ପିଲା ମାନେ ଏଥିରେ ଭାଗନେଇ ଖୁସି ପ୍ରକଟ କରିଥିଲେ । ଶାନ୍ତି ଶୃଙ୍ଖଳା ପାଇଁ ଟାଉନ ପୋଲିସ ମୁତୟନ ହୋଇଥିଲେ ।

Leave A Reply

Your email address will not be published.