ଆଇପିଏଲ୍ ୨୦୨୩ ପାଇଁ ଆଜି ହେବ ଖେଳାଳିମାନଙ୍କର ମିନି ଅକ୍ସନ
କିଏ କେଉଁ ଦଳକୁ ଯିବ? କେଉଁ ଆଇପିଏଲ୍ ଟିମ କେଉଁ ପ୍ଲେୟାରକୁ କିଣିବ ? ତାହା ଆଜି ପକ୍କା ହେଇଯିବ । ଆଇପିଏଲ୍ ୨୦୨୩ ପାଇଁ ଆଜି ହେବ ଖେଳାଳିମାନଙ୍କର ମିନି ଅକ୍ସନ । କୋଚିରେ ହେବାକୁ ଥିବା ଏ ଖେଳାଳି ନିଲାମରେ ଭାଗ୍ୟ ପରୀକ୍ଷା କରିବେ ୪୦୫ ଜଣ ବିଦେଶୀ ଓ ଭାରତୀୟ ଖେଳାଳି । ତେବେ ବର୍ତମାନ ୧୦ଟି ଯାକ ଟିମରେ ମାତ୍ର ୮୭ ଜଣ ଖେଳାଳିଙ୍କ ପାଇଁ ସ୍ଲଟ୍ ଫାଙ୍କା ଥିବାବେଳେ, ୪୦୫ ଜଣ ଖେଳାଳିଙ୍କର ଏଥିପାଇଁ ନିଲାମ ହେବ । ବେନ ଷ୍ଟୋକସ୍, ସାମ କରନ୍, କ୍ୟାମରନ୍ ଗ୍ରୀନ୍, କେନ୍ ୱିଲିୟମସନ୍, ଜୋ ରୁଟଙ୍କ ଭଳି ହାଇ-ପ୍ରୋଫାଇଲ୍ ଖେଳାଳିଙ୍କ ନାଁ ଏଥର ନିଲାମରେ ସାମିଲ ଥିବାବେଳେ ଭାରତୀୟ ଖେଳାଳିଙ୍କ ଭିତରେ ମୟଙ୍କ ଅଗ୍ରୱାଲ, ମନୀଷ ପାଣ୍ଡେଙ୍କୁ ମଧ୍ୟ ନିଲାମରେ ଦେଖିବାକୁ ମିଳିବ । ତେଣୁ କ୍ରିକେଟ୍ ଦୁନିଆର ଏହି ବଡ ବଡ ନାଁ, କେଉଁ ଦଳରେ ସାମିଲ ହେଉଛନ୍ତି । ତା ଉପରେ ଆଜି ନòଜ ପ୍ଲେୟାର ଲିଷ୍ଟରେ ଖେଳାଳିମାନଙ୍କ ନିଲାମ ପାଇଁ ବେସ୍ ପ୍ରାଇସ୍ ଧାର୍ଯ୍ୟ ହେଇସାରିଛି । ଏଥର ଆଇପିଏଲ୍ ମିନି ଅକ୍ସନରେ ମୋଟ ୧୯ ଜଣ ଖେଳାଳିଙ୍କର ବେସ୍ ପ୍ରାଇସ୍ ୨ କୋଟି ଥିବାବେଳେ, ୧୧ ଜଣ ଖେଳାଳିଙ୍କର ବେସ୍ ପ୍ରାଇସ୍ ରହିଛି ଦେଢ କୋଟି ଟଙ୍କା । ସେହିଭଳି ମନୀଷ ପାଣ୍ଡେ, ମୟଙ୍କ ଅଗ୍ରୱାଲଙ୍କ ସହ ମୋଟ ୨୦ ଜଣ ଖେଳାଳିଙ୍କର ବେସ୍ ପ୍ରାଇସ୍ ଲିଷ୍ଟ ୧ କୋଟି ରହିଛି ।