ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନୂଆବର୍ଷ ଭେଟି ପୁଣି ବର୍ଷେ ମିଳିବ ମାଗଣା ଚାଉଳ

167

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୨୩ ନୂଆ ବର୍ଷ ଆରମ୍ଭରୁ ରାଜ୍ୟବାସୀଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି । ରାଜ୍ୟ ଖାଦ୍ୟ ସୁରକ୍ଷା ହୀତାଧିକାରୀଙ୍କୁ ଆହୁରି ବର୍ଷେ ପର୍ଯ୍ୟନ୍ତ ମାଗଣା ·ଉଳ ମିଳିବ । ମାସକୁ ୫ କେଜି ଲେଖାଏଁ ମିଳିବ ମାଗଣା ଚାଉଳ । ଏଥିପାଇଁ ରାଜ୍ୟ ରାଜକୋଷରୁ ଖର୍ଚ୍ଚ ହେବ ୧୮୫ କୋଟି ଟଙ୍କା । କୋଭିଡ ସମୟରେ ରାଜ୍ୟ ସରକାର ରାଜ୍ୟବାସୀଙ୍କୁ ମାଗଣା ଚାଉଳ ପ୍ରତଦାନ କରିଥିଲେ । ରୋଜଗାର ହରାଇଥିବା ଗରିବ ଅସହାୟ ଲୋକଙ୍କୁ ପାଇଁ ଜନକଲ୍ୟାଣ କାର୍ଯ୍ୟ ଆରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ । କିନ୍ତୁ କୋଭିଡ ପରବର୍ତ୍ତୀ ସ୍ଥିତିରେ ମଧ୍ୟ ସାଧାରଣ ଗରିବ ଲୋକଙ୍କ ପାଇଁ ଏହି ସହାୟତା ଜାରି ରଖିଛନ୍ତି ମୁଖ୍ୟମନ୍ତ୍ରୀ । ନୂଆବର୍ଷରେ ପୁଣି ଗରିବ ସାଧାରଣ ଲୋକଙ୍କ ପରିବାରକୁ ପ୍ରଦାନ କରିବେ ଏହି ମାଗଣା ରାସନ । ପ୍ରତି ପରିବାରକୁ ମିଳିବ ପାଞ୍ଚ କେଜି ଲେଖାଏ ମାଗଣା ଚାଉଳ । ତେବେ ମୁଖ୍ୟମନ୍ତ୍ରୀଙ୍କ ଏହି ନିଷ୍ପତ୍ତି ନିଶ୍ଚିତ ଭାବେ ସ୍ୱାଗତଯୋଗ୍ୟ ବୋଲି ମତପ୍ରକାଶ କରିଛନ୍ତି ସାଧାରଣ ଭୋଟର । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ, ଜାନୁଆରୀ ୨୦୨୩ ଠାରୁ ୧୨ ମାସ ପର୍ଯ୍ୟନ୍ତ ରାଜ୍ୟ ଖାଦ୍ୟ ସୁରକ୍ଷା ହିତାଧିକାରୀଙ୍କୁ ମାଗଣାରେ ୫ କିଲୋଗ୍ରାମ ଚାଉଳ ପ୍ରଦାନ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଏଥିପାଇଁ ମୋଟ୍‌ ୧୮୫ କୋଟି ଖର୍ଚ୍ଚ ହେବ । ଏହି ଟଙ୍କା ରାଜ୍ୟ ରାଜକୋଷରୁ ଭରଣା କରାଯିବ । ରାଜ୍ୟ ସରକାର ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଅଧୀନରେ ଅନ୍ତର୍ଭୁକ୍ତ ହିତାଧିକାରୀଙ୍କୁ ପ୍ରତି ମାସରେ ମୁଣ୍ଡ ପିଛା ୫ କିଗ୍ରା ଚାଉଳ ବଣ୍ଟନ କରୁଛନ୍ତି । ଅକ୍ଟୋବର ୨୦୧୮ଠାରୁ ୧ ଟଙ୍କାରେ ଚାଉଳ ଦିଆଯାଉଥିଲା । ଯାହା କରୋନା ସମୟରୁ ମାଗଣାରେ ଦିଆଯାଉଛି ।

Leave A Reply

Your email address will not be published.