ଶିଶୁ ଶ୍ରମିକ ଉଦ୍ଧାର
ଜୟପୁର , 10 ଜାନୁଆରୀ ଜିଲା ଶ୍ରମ ବିଭାଗ ତରଫରୁ ଶିଶୁ ଶ୍ରମିକ ଉଦ୍ଧାର କରାଯାଇଛି । ଜିଲା ଶ୍ରମ ଅଧିକାରୀ ପ୍ରସନ୍ନ କୁମାର ପାଣିଗ୍ରାହୀ ଙ୍କ ନେତ୍ୃତ୍ୱରେ ଜିଲା ଶିଶୁ ଶ୍ରମିକ ଟାକ୍ସ ଫୋର୍ସ କମିଟି ଗଠନ କରାଯାଇଛି । ଏହି କମିଟିରେ ଜିଲା ଶିଶୁ ସୁରକ୍ଷା ଅଧିକାରି ରାଜେଶ୍ୱରି ଦାସ, ସହକାରି ଶ୍ରମ ଅଧିକାରି ଚୈତନ୍ୟ ପ୍ରସାଦ ମାଝୀ, ପଦ୍ମ ଚରଣ ପଣ୍ଡା, ଶିଶୁ ମଙ୍ଗଳ କମିଟି ସଦସ୍ୟ ଉମା ଚରଣ ଚୈଧୁରୀ, ପ୍ରେମଲତା , ଚାଇଲ୍ଡ ଲାଇନର ସଦସ୍ୟ ହେମନ୍ତ ବେହେରା, ବଳରାମ ପାତ୍ର ସହ ଜୟପୁର ଟାଉନ ପୋଲିସ ଉପସ୍ଥିତ ଥିଲେ । ଏହି କମିଟି ଜୟପୁର ସହରର ବିଭିନ୍ନ ଗ୍ୟାରେଜ, ହୋଟେଲ, ବାରିଣିପୁଟ ଅଞ୍ଚଳରେ ଥିବା ବିଭିନ୍ନ ଇଟା ଭାଟି, ଆମ୍ବାଗୁଡା ଅଞ୍ଚଳରେ ଥିବା ବିଭିନ୍ନ କାଜୁ ମିଲ, ରାଇସ ମିଲ, ଅଏଲ ମିଲରେ ଚଢାଉ କରାଯାଇଛି । ସେଥି ମଧ୍ୟରୁ କେନାଲ ରୋଡରେ ଥିବା ଗୋଟିଏ ଗ୍ୟାରେଜରୁ ଗୋଟିଏ ଶିଶୁ ଶ୍ରମିକ କୁ ଉଦ୍ଧାର କରାଯାଇ ଶିଶୁ ମଙ୍ଗଳ କମିଟି କୋରାପୁଟଙ୍କୁ ହସ୍ତାନ୍ତର କରାଯାଇଛି ।