ଯାଜପୁର ବ୍ୟାସନଗର ଠାରେ ୨ ଦିନିଆଁ ଆନ୍ତର୍ଜାତୀୟ ହସ୍ତଶିଳ୍ପ ଓ ଚାରୁକଳା ସମିତି ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଭିଡିଓ କନଫ୍ରେନ୍ସଙ୍ଗି ଉଦଘାଟିତ

169

ଆଜି ପୂର୍ବାହ୍ନରେ ଯାଜପୁର ଜିଲା ବ୍ୟାସନଗର ଉପକଣ୍ଠ ଯଜାତି ଅଗଣା ପରିସରରେ ୨ ଦିନିଆଁ ଆନ୍ତର୍ଜାତୀୟ ହସ୍ତଶିଳ୍ପ ଓ ଚାରୁକଳା ସମିତି ଆରମ୍ଭ ହୋଇଛି । ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫ୍ରେନ୍ସଙ୍ଗି ଦ୍ୱାରା ଉଦଘାଟନ କରି ଯାଜପୁର ଜିଲାର କଳା, ଐତିହ୍ୟ ଓ ସଂସ୍କୃତି ଦେଶକୁ ଓ ବିଶ୍ୱକୁ ଅନବଦ୍ୟ ପ୍ରେରଣା ଦେବ ବୋଲି ବର୍ଣ୍ଣନା କରିବା ସହ ଓଡିଶା ରାଜ୍ୟର ବିଭିନ୍ନ ପ୍ରାନ୍ତରେ ଥିବା ହସ୍ତଶିଳ୍ପ, ବୟନ ଶିଳ୍ପ ଓ ଚାରୁ କାର୍ୟ୍ୟକୁ ବିଶ୍ୱ ଦରବାରରେ ପରିଚିତ କରି ଏହାର ଚାହିଦା ବଢାଇବା ପାଇଁ ଏହି ସମ୍ମିଳନୀର ମୁଖ୍ୟ ଉଦ୍ଧେଶ୍ୟ ବୋଲି ଉଦବୋଧନ ଦେଇ ସଫଳତା କାମନା କରିଥିଲେ । ଏହି ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଯାଜପୁର ଜିଲାର ପର୍ୟ୍ୟଟନ ଲୋଗୋ ଜିଲା, ରାଜ୍ୟ, ଦେଶ ଓ ବିଶ୍ୱ ବାସୀଙ୍କ ଉଦେଶ୍ୟରେ ଉତ୍ସର୍ଗ କରିଥିଲେ । ସମ୍ମାନିତ ଅତିଥି ଭାବେ ଓଡିଶାର ବିଜ୍ଞାନ ଓ କାରିଗରୀ, ସାଧାରଣ ଉଦ୍ୟୋଗ, ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଶ୍ରୀଯୁକ୍ତ ଅଶୋକ ଚନ୍ଦ୍ର ପଣ୍ଡା ଯୋଗଦେଇ ଯାଜପୁର କଳା ଓ ସଂସ୍କୃତିର ଜିଲା ବୋଲି ଅଭିହିତ କରି ଜଗନ୍ନାଥ ସଡକ ପଥ, ଯଜାତି କେଶରୀଙ୍କ ପୌରାଣିକ ମା ବିରଜାଙ୍କ ଶକ୍ତି ପୀଠ, ବୌଦ୍ଧ ଓ ଜୈନ ଧର୍ମର ମହା ମିଳନ ସ୍ଥଳ ଉଦୟଗିରି,ରତ୍ନଗିରି ଓ ଲଳିତଗିରି ର ଚାରୁକାର୍ୟ୍ୟ ଓ କାରୁକାର୍ୟ୍ୟ ଅନନ୍ୟ ବୋଲି କହିଥିଲେ । ସମ୍ମାନିତ ଅତିଥି ଭାବେ ଓଡିଶାର ଗ୍ରାମ୍ୟ ଉନ୍ନୟନ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରୀତି ରଂଜନ ଘଡାଇ ଯୋଗଦେଇ ଜିଲାର ୩୨୦୦ ବୁଣାକାର ଟସର ଶିଳ୍ପର ନିପୁଣ କାରୁକାର୍ୟ୍ୟ କରି ଆସୁଛନ୍ତି ବୋଲି ନିଜର ମତବ୍ୟକ୍ତ ଦେଇଥିଲେ । ଏହାକୁ ବିଶ୍ୱ ଦରବାରରେ ପରିଚିତ କରିବାରେ ରାଜ୍ୟ ସରକାରଙ୍କ ଉଦ୍ୟମରେ ଏହି ପ୍ରଥମ ଆନ୍ତର୍ଜାତୀୟ ହସ୍ତଶିଳ୍ପ ସମିତି ର ଶିଳ୍ପୀ ଓ କଳାକାର ମାନଙ୍କର ଭାବର ଆଦାନ ପ୍ରଦାନରେ ଯାଜପୁର ଜିଲା ଐତିହ୍ୟ ଓ ସଂସ୍କୃତି ବିଶ୍ୱ ଦରବାରରେ ଚାହିଦା ବୃଦ୍ଧି କରିବ । ଆଜିର ଉଦଘାଟନୀ ଉତ୍ସବରେ ସିନେ ତାରକା, ପ୍ରଯୋଜକ, ସଂଯୁକ୍ତ ରାଷ୍ଟ ପରିବେଶ ଗୁଡ୍ଉଇଲ ଆମ୍ୱାସାଡର ଏବଂ ସଂଯୁକ୍ତ ରାଷ୍ଟ୍ରର ମହା ସମ୍ପାଦକ ଆଡଭୋକେଟ ଫର ଏସଡିଜି, ଇକୋ ଇନଭେଷ୍ଟର, ସବୁଜ ଉଦ୍ୟୋଗୀ ଏବଂ ଗ୍ଳୋବାଲ ଆମ୍ୱାସାଡର ଦିଆ ମିର୍ଜା ଏକ ସାମ୍ୱାଦିକ ସମ୍ମିଳନୀରେ ଆନ୍ତର୍ଜାତୀୟ କ୍ରାଫ୍ଟ ସମିତିର ବିଭିନ୍ନ ତଥ୍ୟ ପ୍ରଦାନ କରିଥିଲେ ।ସେହିପରି ୟୁନେସ୍କୋ ସାଂସ୍କୃତିକ ମୁଖ୍ୟ କାର୍ୟ୍ୟକ୍ରମ ବିଶାରଦ ଜୁହ୍ନିହାନ୍ ଯୋଗଦେଇ ଓଡିଶାର ଚାରୁକାର୍ୟ୍ୟ, ହସ୍ତଶିଳ୍ପ ଓ କୁଟୀର ଶିଳ୍ପ, ଭାଷ୍କର୍ୟ୍ୟକୁ ଆନ୍ତର୍ଜାତୀୟ ସ୍ତରରେ ପ୍ରୋତ୍ସାହିତ କରିବ ବୋଲି ବକ୍ତବ୍ୟ ରଖିଥିଲେ ।

Leave A Reply

Your email address will not be published.