ବିବାହ ବନ୍ଧନରେ ବାନ୍ଧିହେଲେ ଷ୍ଟାର କ୍ରିକେଟର ଅକ୍ଷର ପଟେଲ
ଭାରତୀୟ କ୍ରିକେଟ ଟିମର ଷ୍ଟାର ଅଲରାଉଣ୍ଡର ଅକ୍ଷର ପଟେଲ ନିଜ ପ୍ରେମିକା ମେହା ପଟେଲଙ୍କୁ ବିବାହ କରିଛନ୍ତି। ଗୁଜରାଟର ବଦୋଦରାରେ ଆୟୋଜିତ ବିବାହ କାର୍ଯ୍ୟକ୍ରମର ଫଟୋ ଓ ଭିଡିଓ ଏବେ ସାମ୍ନାକୁ ଆସିଛି । ରବୀନ୍ଦ୍ର ଜାଡେଜା ଆହତ ହେବା ପରେ ନିୟମିତ ଭାରତୀୟ ଦଳ ପାଇଁ ଖେଳି ଆସୁଥିବା ଅକ୍ଷର ନିଜର ବାହାଘର ପାଇଁ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦିନିକିଆ ସିରିଜରୁ ଛୁଟି ନେଇଥିଲେ। ଶେଷରେ ସେ ଗୁରୁବାର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଅକ୍ଷର ପଟେଲ ନିଜ ବାହାଘରର ଫଟୋ କିମ୍ବା ଭିଡିଓ ଶେୟାର କରି ନାହାନ୍ତି। କିନ୍ତୁ ତାଙ୍କ ବାହାଘର କାର୍ଯ୍ୟକ୍ରମର ଅନେକ ରୋମାଣ୍ଟିକ ଫଟୋ ଓ ଭିଡିଓ ବିଭିନ୍ନ ଆକାଉଣ୍ଟରୁ ସୋଶାଲ ମିଡିଆରେ ପୋଷ୍ଟ ହୋଇଛି।