ଆମୋନିଆ ଗ୍ୟାସ୍ ଲିକ୍ ହେଲେ କେମିତି କରାଯିବ ଆୟତ୍ତ
ହେଇଗଲା ଆମୋନିଆ ଗ୍ୟାସ୍ ଲିକ୍ | ସଙ୍ଗେ ସଙ୍ଗେ ବାଜି ଉଠିଲା ସାଇରନ | ମାତ୍ର୍ କେଇ ମିନିଟ ଭିତରେ ଛୁଟି ଆସିଲେ ସମସ୍ତେ | ଚାଲିଲା କସରତ | ଆଉ ଅକ୍ଲାନ୍ତ ପରିଶ୍ରମ ପରେ ଲିକ୍ କୁ ବନ୍ଦ କରାଗଲା | ଏହା ଶତସତୀକା ନଥିଲା , ଏହା ଥିଲା ମକଡ୍ରିଲ୍ |
ପାରାଦୀପ୍ ଇଫକୋ ସାର କାରଖାନା ପରିସର ମଧ୍ୟରେ ଆମୋନିଆ ଗ୍ୟାସ୍ ଲିକ୍ | ଆଖି ପିଛୁଳାକେ ବ୍ୟାପିଗଲା ଖବର୍ | ଆରମ୍ଭ ହେଲା ଧାଁଦୌଡ଼ | ଗୋଟାକ ପରେ ଗୋଟାଏ କରି 3 ଟି ଅଗ୍ନିଶମ ବାହିନୀ ର ଦମକଳ ଗାଡି ବି ପହଁଞ୍ଚିଲେ | ଆମ୍ବୁଲାନ୍ସ ବି ଆସିଲା | ଆରମ୍ଭ ହେଲା ଅପରେସନ | କିଭଳି ହେବ ଗ୍ୟାସ୍ ବନ୍ଦ | ଏହା କୌଣସି ସତ ଘଟଣା ନୂହେଁ , ଏହା ଥିଲା ଆଜି ଏକ ମକଡ୍ରିଲ୍ |
ବନ୍ଦର ନଗରୀ ପାରାଦୀପ ରେ ରହିଚି ଦୁଇ ଦୁଇଟି ଆମୋନିଆ ଗ୍ୟାସ୍ ଟାଙ୍କି | ଏହା ଜୀବନ ପାଇଁ ଘାତକ ହୋଇଥିବା ବେଳେ ଏହା କେତେବେଳ ଲିକ୍ ହେବ ଆଉ ବାୟୁ ମଣ୍ଡଳରେ ମିଶି ଜୀବନ ନେବ ତାହାକୁ ନେଇ ସମସ୍ତେ ଚିନ୍ତିତ | ଏହି ଜୀବନ ଘାତକ ଗ୍ୟାସ୍ ଯଦି ଲିକ୍ ହୁଏ ତେବେ କିଭଳି ଏହା ଆୟତ କରି ହେବ ସେନେଇ ଆଜି ଏହି ମକଡ୍ରିଲ୍ କରିଥିଲେ ଇଫକୋ କମ୍ପାନୀ | କମ୍ପାନୀ ପରିସର ମଧ୍ୟରେ ଏହି ଗ୍ୟାସ୍ କୁ ନେଇ କିଭଳି ସମସ୍ତେ ନିଜ ଜୀବନ ବଞ୍ଚାଇ ପାରିବେ, ସେନେଇ ଏକ କର୍ମଶାଳା ଅନୁଷ୍ଠିତ ହେବା ସହ କମ୍ପାନୀ ମଧ୍ୟରେ ଥିବା ଆମୋନିଆ ଟାଙ୍କି ନିକଟରେ ଏକ ମକଡ୍ରିଲ୍ ମଧ୍ଯ କରାଯାଇଥିଲା |
ଘନଘନ ପାଣି ସ୍ପ୍ରେ କରି ଗ୍ୟାସ୍ କୁ ବାୟୁ ମଣ୍ଡଳ ରେ ମିଶାଇ ନ ଦିଆଯିବା ଓ ସେହି ସମୟ ମଧ୍ୟରେ ଗ୍ୟାସ୍ ର ପ୍ରଭାବରେ ଆସି ଅଚେତ ହୋଇଥିବା କର୍ମଚାରୀ ଙ୍କୁ ରେସ୍କୁ କରାଯାଇଥିଲା | ଆଉ ଏହି ସମୟ ମଧ୍ୟରେ ପାଖ କମ୍ପାନୀ ଆଇଓସିଏଲ୍ , ପିପିଏଲ୍ ରୁ ଦମକଳ ଗାଡି ଆସି ଏହି ଅପରେସନ ରେ ସାମିଲ ହେବା ମଧ୍ଯ ସମସ୍ତଙ୍କୁ ଚକିତ କରିଥିଲା | ଆଉ ଶେଷରେ ମିସନ୍ ସଫଳ ହୋଇଥିବା ବେଳେ ଗ୍ୟାସ୍ ଲିକ୍ ର ସ୍ତାନ କୁ ଆୟତ୍ତ କରିଥିଲେ ରେସ୍କୁ ଟିମ୍ |
ବାସ୍ତବରେ ଏହି ମକଡ୍ରିଲ୍ ଦ୍ଵାରା ସଚେତନତା ସୃଷ୍ଟି ଓ କର୍ମଚାରୀ ଙ୍କ ଦକ୍ଷତା ବିକାଶ ହେବା ନିଶ୍ଚିତ ବୋଲି ଜଣାପଡିଛି |