ଛୋଟ ମଣିଷ ଛୁଆକୁ ଝୁଣି ଝୁଣି ଖାଇଲା କୁକୁର

166

କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ମାତୃ ଓ ଶିଶୁ ଚିକିତ୍ସାଳୟ ବିଭାଗ ସମ୍ମୁଖରେ ଆଜି ସକାଳେ ଏକ ଲୋମ ଟାଙ୍କୁରା ଦୃଶ୍ୟ ଦେଖିବାକୁ ମିଳିଥିଲା। ଚିକିତ୍ସାଳୟର ପଛପଟେ ଏକ ନବଜାତ ଶିଶୁ ପୁତ୍ରକୁ କୁକୁର ଝୁଣି ଖାଉଥିବା ଲୋକେ ଦେଖିଥିଲେ। ତତ୍‌କ୍ଷଣାତ୍ ସେମାନେ କୁକୁର ମୁହଁରୁ ଛୁଆଟିକୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ। ତେବେ ସେତେବେଳକୁ ଛୁଆଟିର ଅଣ୍ଟା ଉପରକୁ ଆଉ କିଛି ନଥିଲା। ଛୁଆଟି ତିନି ଚାରି ଦିନର ହେବ ବୋଲି ଅନୁମାନ କରାଯାଉଛି। ତା’ର ପରିଚୟ ମିଳିପାରି ନାହିଁ। ତେବେ କୁକୁର ଜୀବିତ ଅବସ୍ଥାରେ ଛୁଆଟିକୁ କେଉଁଠାରୁ ଉଠାଇ ଆଣିଥିଲା ନା ମୃତଛୁଆଟିକୁ ଆଣି ଖାଉଥିଲା, ତାହା ସ୍ପଷ୍ଟ ହୋଇପାରନି। କେହି ମୃତଛୁଆଟିକୁ ଫୋପାଡ଼ି ଦେଇଥିବା ଅବା ପୋତି ଦେଇଥିବା ବେଳେ କୁକୁର ତାକୁ ନେଇ ଆସି ଖାଇଥିବା ଅନୁମାନ କରାଯାଉଛି । ଜଣେ ସ୍ଥାନୀୟ ବାସିନ୍ଦା କହିଛନ୍ତି,“ନବଜାତ ଶିଶୁକୁ କୁକୁର ଖାଉଥିବା ଦେଖିବା ପରେ ଆମେ ତୁରନ୍ତ ତାକୁ ସେଠାରୁ ଘଉଡ଼ାଇ ଥିଲୁ। ମଣିଷ ଛୁଆକୁ କୁକୁର ଖାଇବା ଅତ୍ୟନ୍ତ ଲଜ୍ଜାଜନକ ଘଟଣା।”

Leave A Reply

Your email address will not be published.