ଭାରତୀୟ ମିଲେଟ ସଂସ୍ଥାନର ହେବ ଗଠନ – ନିର୍ମଳା ସୀତାରମଣ

154

ନୂଆଦିଲ୍ଲୀ, 01 ଜାନୁଆରୀ  ଦେଶରେ ଶୀଘ୍ର ମିଲେଟ ସଂସ୍ଥାନର ଗଠନ କରାଯିବ । ଏହି ସଂସ୍ଥାନ ଚାଷୀ ମାନଙ୍କ ପାଇଁ ମିଲେଟ ଉତ୍ପାଦନ ବଢାଇବାର ସମ୍ଭାବନା ଉପରେ କାମ କରିବ । କେନ୍ଦ୍ରୀୟ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ବୁଧବାର ଦିନ ଲୋକସଭାରେ ତାଙ୍କର ବଜେଟ ଅଭିଭାଷଣରେ ଏହି ସୂଚନା ଦେଇଛନ୍ତି । ସେ ଏହି ଅବସରରେ କହିଛନ୍ତି ଯେ ଏହି ମିଲେଟ ସଂସ୍ଥାନ ଚାଷୀ ମାନଙ୍କୁ ମିଲେଟ ଚାଷ କରିବାକୁ ପ୍ରେରିତ କରିବା ସହ ସେମାନଙ୍କୁ ଯଥା ସମ୍ଭବ ସହାୟତା କରିବ । ସେ ଆହୁରି କହିଛନ୍ତି ଯେ ଭାରତ ବିଶ୍ୱର ସବୁଠାରୁ ଅଧିକ ମିଲେଟ ଉତ୍ପାଦନ କରୁଥିବା ଦେଶ । ଆମେ ବିଶ୍ୱରେ ମିଲେଟ ରପ୍ତାନୀ କରିବାରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି ।

Leave A Reply

Your email address will not be published.