ଆଦିବାସୀଙ୍କ ଟଙ୍କା ହଡପ ଘଟଣା : ଫରେଷ୍ଟର ଓ ରେଞ୍ଜର ନିଲମ୍ବିତ

159

ଭୁବନେଶ୍ୱର/ମାଲକାନଗିରି  : ମୃତ କେନ୍ଦୁପତ୍ର ତୋଳାଳିଙ୍କ ଟଙ୍କା ହଡ଼ପ ଘଟଣାରେ ୨ ବନ କର୍ମଚାରୀ ନିଲମ୍ବିତ । ମାଲକାନଗିରି ଜିଲ୍ଲାର କୁଡୁମୁଲୁଗୁମା ଅଧୀନରେ କେନ୍ଦୁପତ୍ର ବିଭାଗରେ ଚଞ୍ଚକତା କରି ଆଦିବାସୀଙ୍କ ଟଙ୍କା ହଡ଼ପ ଘଟଣାରେ ଫରେଷ୍ଟର ପଦ୍ମିନୀ ପଟ୍ଟନାୟକ ଓ ରେଞ୍ଜର ଦୁର୍ଗା ପ୍ରସାଦ ନାୟକ ନିଲମ୍ବିତ । ପଞ୍ଜୀକୃତ କେନ୍ଦୁ ପତ୍ର ତୋଳାଳି ମାନଙ୍କ ସ୍ୱାଭାବିକ ମୃତ୍ୟୁ ପରେ ସରକାରଙ୍କ ପକ୍ଷରୁ ୨ଲକ୍ଷ ଟଙ୍କାର ଆର୍ଥିକ ସହାୟତା ରାଶି ମିଳିଥାଏ ।

ହେଲେ ଫରେଷ୍ଟର ଓ ରେଞ୍ଜର ଏହି ଆଦିବାସୀଙ୍କୁ ଟଙ୍କା ଦେବା ପାଇଁ ସେମାନଙ୍କ ଠାରୁ ୪୦ ହଜାର ଟଙ୍କାର ଲାଞ୍ଚ ନେଉଥିଲେ । ଏଥିସହ ଆଦିବାସୀଙ୍କୁ ହଇରାଣ କରିବା ମଧ୍ୟ ଅଭିଯୋଗ ହୋଇଥିଲା । ଏନେଇ ଜୟପୁର କେନ୍ଦୁପତ୍ର ବନଖଣ୍ଡ ଅଧିକାରୀଙ୍କ ନିକଟରେ ଅଭିଯୋଗ ହୋଇଥିଲା । ଜୟପୁର କେନ୍ଦୁପତ୍ର ବନଖଣ୍ଡ ଅଧିକାରୀ ତଦନ୍ତ କରି ଫରେଷ୍ଟର ଓ ରେଞ୍ଜରଙ୍କୁ ନିଲମ୍ବିତ କରିଛନ୍ତି । ଘଟଣାରେ ଅନ୍ୟ ଅଧିକାରୀ କେହି ସାମିଲ ଅଛନ୍ତି କି ନାହିଁ ସେ ବାବଦରେ ଅଧିକ ତଦନ୍ତ ପାଇଁ ନବରଙ୍ଗପୁର କେନ୍ଦୁପତ୍ର ବିଭାଗକୁ ଦାୟିତ୍ୱ ଦିଆଯାଇଛି ।

Leave A Reply

Your email address will not be published.