ଏଣିକି ଅନୁଗୋଳରେ ଡିଜେ ସାଉଣ୍ଡ ମନା

192

ଅନୁଗୋଳ : ଅନୁଗୋଳ ଉପଖଣ୍ଡରେ ଡିଜେ ସାଉଣ୍ଡ ଉପରେ ରୋକ ଲଗାଇବା ସହ ଏହାକୁ ସମ୍ପୂର୍ଣ୍ଣ ବନ୍ଦ କରାଯିବା ନେଇ ଘୋଷଣା ହୋଇଛି । ଏନେଇ ଅନୁଗୋଳ ଉପଜିଲ୍ଲାପାଳଙ୍କ କାର୍ଯ୍ୟଳୟ ପକ୍ଷରୁ ବିଜ୍ଞପ୍ତି ନମ୍ବର ୧୮୨୮’ ମାଧ୍ୟମରେ ସମସ୍ତ ପ୍ରକାର ସୂଚନା ପ୍ରଦାନ କରାଯାଇଛିା କେଉଁ କାରଣ ପାଇଁ ଏହାକୁ ବନ୍ଦ କରାଯାଇଛିା ଏଥି ସହ କୌଣସି ବ୍ୟକ୍ତି ବିଶେଷ କିମ୍ବା ଅନୁଷ୍ଠାନ ଯଦି ଏ ଆଇନ କୁ ଉଲଂଘନ କରେ କି ପ୍ରକାରର ଦଣ୍ଡ ବିଧାନ କରାଯିବ । ଏନେଇ ସମସ୍ତ ବିବରଣୀ ଏହି ବିଜ୍ଞପ୍ତିରେ ପ୍ରକାଶ କରାଯାଇଛି ।

ଗାଁ ଗହଳିଠାରୁ ସହର ଯାଏ ଯେଉଁଠି ଦେଖିଲେ ବିକଟାଳ ଶବ୍ଦକାରୀ ଡିଜେ ବାଜୁଛି । ଏହି ଶବ୍ଦ ପ୍ରଦୂଷଣକାରୀ ସାଉଣ୍ଡ ବାଜିବା ପାଇଁ ପ୍ରଶାସନିକସ୍ତରରେ ବନ୍ଦ କରାଯାଇଛିା ବାହାଘର, ବ୍ରତଘର ଏବଂ କୌଣସି ଯାନିଯାତ୍ରା ହେଲେ ୬୫ ଡେସିବେଲ ସ୍ୱରରେ ସାଉଣ୍ଡ ବାଜିବା ନିୟମ ରହିଛିା କେତେକ ବ୍ୟକ୍ତି ବିଶେଷଠାରୁ ଅନୁଷ୍ଠାନ ·ଲକି କରି ବିଗତ ଦିନମାନଙ୍କରେ ଏହି ଅନୁମତି ପତ୍ର ଆବେଦନ କରି ଡିଜେ ବଜାଉଥିବା ଦେଖାଯାଇଛି । ଏପରିକି କେତେକ ସ୍ଥାନରେ ରାଜରାସ୍ତାକୁ ଅବରୋଧ କରି ମଧ୍ୟ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଡିଜେ ବଜାଇ ଭାଷଣ ଉତ୍ସ ପାଳନ କରୁଥିବା ଦେଖାଯାଇଛି ।

ଅନେକ ସମୟରେ ଲୋକଙ୍କ ଏହି ·ଲକି ପାଇଁ ପ୍ରଶାସନକୁ ହରଡ଼ଘଣାରେ ପକାଇଛିା ଏପରିକି ଉପଜିଲ୍ଲାପାଳ ବୈତୁରା ଦୀପଙ୍କ ଗସ୍ତ ସମୟରେ ପ୍ରତ୍ୟେକ୍ଷ ଭାବେ ସେ ଅନେକ ସ୍ଥାନରେ ଡିଜେ ନେଇ ହେଉଥିବା ଅସୁବିଧାର ହୃଦବୋଧ କରିଥିବା ଜଣାପଡ଼ିଛି । ଏହି ଉଚ୍ଚ ବିକଟାଳ ଶବ୍ଦ ପ୍ରଦୂଷଣକାରୀ ଡିଜେ ସାଉଣ୍ଡକୁ ନେଇ ଅନେକ ଥର ସ୍ୱେଚ୍ଛାସେବୀ ସଂସ୍ଥା ଗୁଡିକ ସହ ବ୍ୟକ୍ତି ବିଶେଷ ଅଭିଯୋଗ ଆଣିଛନ୍ତି ।

ଏନେଇ ବାରମ୍ବାର ସମସ୍ତ ଥାନା ଓ ସାଉଣ୍ଡ ମାଲିକ ମାନଙ୍କୁ ସାବଧାନ କରାଇଲା ପରେ ମଧ୍ୟ ସ୍ଥିତିରେ କୌଣସି ସୁଧାର ଆସିନାହିଁୟ ବରଂ ଅନେକ ଲୋକଙ୍କୁ ଏହା ବିରକ୍ତିକରି ଦେଉଥିବା ବେଳେ ବରିଷ୍ଠ  ନାଗରିକମାନଙ୍କ ପାଇଁ ଏହା ଅନେକ ଥର ପ୍ରାଣଘାତକ ହେଉଛି । ଏ ସବୁକୁ ଅନୁଭବ କରି ଅନୁଗୋଳ ଉପଖଣ୍ଡ ଅଧୀନରେ ଯାଉଥିବା ଅନୁଗୋଳ, ବଅଁରପାଳ, ଛେଣ୍ଡିପଦା ଆଦି ତିନୋଟି ବ୍ଲକରେ ଏହି ଡିଜେକୁ ସମ୍ପୂର୍ଣ୍ଣ ବନ୍ଦ କରିବା ନେଇ ଘୋଷଣା ହୋଇଛି ।

ଦୀପଙ୍କ ଅନୁମୋଦନ କ୍ରମେ ସମସ୍ତ ତହସିଲଦାର ଓ ଅନୁଗୋଳ, ଅନୁଗୋଳ ସଦର, ବନ୍ତଳା, ନାଲକୋ, ବଅଁରପାଳ, ଜରପଡା, ନିଶା, ବାଗେଡିଆ ଆଦି ଥାନା ଅଧିକାରୀମାନଙ୍କୁ ନୋଟିସ ପ୍ରଦାନ କରାଯାଇଛି । ଏହାର ନକଲ ମଧ୍ୟ ଜିଲାପାଳଙ୍କ ସମେତ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ନିକଟକୁ ପ୍ରେରଣ କରାଯାଇଛି । ଆଗାମୀ ଦିନରେ ଯଦି କୌଣସି ବ୍ୟକ୍ତି ବିଶେଷ ଓ ଅନୁଷ୍ଠାନ ଏହି ନିୟମାବଳୀକୁ ଉଲଂଘନ କରୁଥିବା ଦେଖାଯିବ ତେବେ ଉକ୍ତ ଡିଜେର ସମସ୍ତ ଜିନିଷପତ୍ର ଜବତ କରାଯିବ ।

Leave A Reply

Your email address will not be published.