୨ବର୍ଷର ଝିଅକୁ ମାରି ମା’ର ଆତ୍ମହତ୍ୟା !

178

ଲକ୍ଷ୍ମୀପୁର : କୋରାପୁଟ ଜିଲ୍ଲା କାକିରିଗୁମା ଥାନା ଅନ୍ତର୍ଗତ ଲଛମଣି ଗାଁରେ ୨ ବର୍ଷର ଶିଶୁ କନ୍ୟାକୁ ହତ୍ୟା କରିବା ପରେ ମା’ର ଆତ୍ମହତ୍ୟା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଦେଇଛି । କାକିରିଗୁମା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । କୋରାପୁଟରୁ ସାଇଣ୍ଟିଫିକ୍‌ ଟିମ୍‌ ପହଞ୍ଚି ଘର ଭିତରେ ଛାନଭିନ୍‌ କରିଛି । ପାରିବାରିକ କଳହକୁ ନେଇ ଘଟଣା ଘଟିଥିବା ସୂଚନା ମିଳିଛି । କୋରାପୁଟ ସାଇଣ୍ଟିଫିକ ଟିମ ଆସି ତଦନ୍ତ କରିଛନ୍ତି ଆବଶ୍ୟକ ହେଲେ ସନ୍ଧାନ କୁକୁର ଅଣାଯିବ ।

ବେବଛେଦ ପରେ ଏହାର ସଠିକ ଘଟଣା ହତ୍ୟା ନା ଆତ୍ମହତ୍ୟା ସାମ୍ନାକୁ ଆସିବ ବୋଲି କାକିରିଗୁମା ଆଇଆଇସି ପ୍ରକାଶ କରିଛନ୍ତି । ଅନ୍ୟ ପକ୍ଷରେ ସ୍ତ୍ରୀ ଗାଁର ଅନ୍ୟ ଜଣଙ୍କୁ ସହ ସମ୍ପକ ରଖିଫୋନରେ ବାର୍ତ୍ତାଲପା କରୁଥିବା ଅଭିଯୋଗ କରୁଛନ୍ତି ସ୍ୱାମୀ । ଓ ମୃତ ମାଆ ଝିଅକୁ ମାରିଦିଆଯାଇଛି ବୋଲି ସନ୍ଦେଶ କରାଯାଉଛି ଉଚିତ୍‌ ତଦନ୍ତ କଲେ ସଠିକ୍‌ ରିପୋର୍ଟ ବାହାରକୁ ବାହାରିବ ବୋଲି କହୁଛନ୍ତି ।

Leave A Reply

Your email address will not be published.