ଫ୍ରେଣ୍ଡଶିପ୍‌ ପାଇପ ଲାଇନ ଲୋକାର୍ପିତ

170

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବାଂଲାଦେଶର ପ୍ରଧାନମନ୍ତ୍ରୀ ଶେଖ ହସିନା ଭିଡିଓ କନଫରେନ୍ସିଂ ମାଧ୍ୟମରେ ଭାରତବାଂଲାଦେଶ ଫ୍ରେଣ୍ଡଶିପ୍‌ ପାଇପ ଲାଇନର ଲୋକାର୍ପଣ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ଆଜି ଭାରତବାଂଲାଦେଶ ସମ୍ପର୍କରେ ଏକ ନୂଆ ଅଧ୍ୟାୟ ଆରମ୍ଭ ହୋଇଛି । ସେପ୍ଟେମ୍ବର ୨୦୧୮ ରେ ଆମେ ଭାରତ-ବାଂଲାଦେଶ ଫ୍ରେଣ୍ଡସିପ ପାଇପ ଲାଇନର ମୂଳଦୁଆ ପକାଇଥିଲୁ । ମୁଁ ଖୁସି ଯେ ଆଜି ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ସହ ଏହାର ଲୋକାର୍ପଣ କରିବାର ସୁଯୋଗ ମିଳିଛି ।

ଏହି ପାଇପଲାଇନ ଉତ୍ତର ବାଂଲାଦେଶର ବିଭିନ୍ନ ଜିଲାକୁ ଏକ ମିଲିୟନ ମେଟ୍ରିକ ଟନ ହାଇ ସ୍ପିଡ ଡିଜେଲ ଯୋଗାଇବାରେ ସକ୍ଷମ ହେବ । ଗତ କିଛି ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ନେତୃତ୍ୱରେ ବାଂଲାଦେଶ ଉଲ୍ଲେଖନୀୟ ଅଗ୍ରଗତି କରିଛି । ପ୍ରତ୍ୟେକ ଭାରତୀୟ ଏଥିପାଇଁ ଗର୍ବିତ ଏବଂ ଆମେ ଖୁସି ଯେ ବାଂଲାଦେଶର ଏହି ବିକାଶ ଯାତ୍ରାରେ ଆମେ ସହଯୋଗ କରିପାରିଛୁ । ମୁଁ ନିଶ୍ଚିତ ଯେ ଏହି ପାଇପଲାଇନ ବାଂଲାଦେଶର ବିକାଶକୁ ଆହୁରି ତ୍ୱରାନ୍ୱିତ କରିବ ଏବଂ ଦୁଇ ଦେଶ ମଧ୍ୟରେ ସଂଯୋଗ ବୃଦ୍ଧି କରିବାର ଏକ ଉକ୍ରୃଷ୍ଟ ଉଦାହରଣ ହେବ ।

Leave A Reply

Your email address will not be published.