ଅନୁଗୋଳ ଜିଲ୍ଲା ବିଜେଡ଼ି ଲିଗାଲ ଫ୍ରଣ୍ଟର ସମ୍ମିଳନୀ

220

ଅନୁଗୋଳ ଜିଲ୍ଲା ବିଜେଡ଼ି ଲିଗାଲ ପ୍ରଣ୍ଟର ଜିଲ୍ଲା ସମ୍ମିଳନୀ ଅନୁଗୋଳ ର ପ୍ରଶାନ୍ତି ହୋଟେଲ ଠାରେ ଅନୁଷ୍ଠିତ ହୋଇଯାଇଅଛି ଏହି ସମ୍ମିଳନୀ ରେ ଅନୁଗୋଳ ଜିଲ୍ଲାର ସମସ୍ତ ବାର ଆସୋସିଏସନରୁ ସଦସ୍ୟ ଓ ସଦସ୍ୟା ମାନେ ଅଂଶ ଗ୍ରହଣ କରିଥିଲେ ।

ଉକ୍ତ ସମ୍ମିଳନୀ ରେ ଓଡ଼ିଶା ପ୍ରଦେଶର ବିଜେଡ଼ି ଲିଗାଲ ଫ୍ରଣ୍ଟର ସଭାପତି ତଥା ଓଡ଼ିଶା ହାଇ କୋର୍ଟର ବରିଷ୍ଠ ଓକିଲ ଶ୍ରୀଯୁକ୍ତ ମିଲନ କାନୁଗୋ, ଉପଦେଷ୍ଠା ଶ୍ରୀଯୁକ୍ତ ଶୀତାଂସୁ ମୋହନ ଦ୍ବିବେଦୀ , ତାଳଚେର ର ମାନ୍ୟବର ବିଧାୟକ ଶ୍ରୀ ବ୍ରଜକିଶୋର ପ୍ରଧାନ ,ଆଠମଲ୍ଲିକ ର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ସାଏ, ଓ ବିଜେଡ଼ି ଜିଲ୍ଲା ସଭାପତି ଶ୍ରୀଯୁକ୍ତ ମହେନ୍ଦ୍ର କୁମାର ବସ୍ତିଆ, ପ୍ରମୁଖ ଉଦବୋଧନ ଦେଇଥିଲେ ।

ଉକ୍ତ ସମ୍ମିଳନୀକୁ ଓଡ଼ିଶା ବିଧାନସଭା ର ଉପ ବାଚସ୍ପତି ମାନ୍ୟବର ଶ୍ରୀଯୁକ୍ତ ରଜନୀକାନ୍ତ ସିଂହ ଉଦଘାଟନ କରି ଲିଗାଲ ଫ୍ରଣ୍ଟର ସଦସ୍ୟ ମାନଙ୍କୁ ତାଙ୍କ ବହୁମୂଲ୍ୟ ଉପଦେଶ ପ୍ରଦାନ କରିଥିଲେ ।ସମ୍ମିଳନୀର ପ୍ରାରମ୍ଭରେ ବରିଷ୍ଠ ଆଇନଯିବିଶ୍ରୀ ଦିଲ୍ଲୀପ ମହାନ୍ତି ସ୍ୱାଗତ ଭାଷଣ ସହିତ ଅତିଥି ମାନଙ୍କ ସଂଷିପ୍ତ ପରିଚୟ ପ୍ରଦାନ କରିବା ସହିତ ସେମାନଙ୍କୁ ମଞ୍ଚଉପରକୁ ଆମନ୍ତ୍ରଣ କରିଥିଲେ ।

ଏହାପରେ ମଞ୍ଚସିନ ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ନୂତନ ଭାବେ ଦାୟିତ୍ୱ ନେଇଥିବା ଅନୁଗୋଳ ଜିଲ୍ଲା ବିଜେଡ଼ି ଲିଗାଲ ଫ୍ରଣ୍ଟର ସଭାପତି ବରିଷ୍ଠ ଆଇନଯିବି ତଥା ମୁଖ୍ୟ ସରକାରୀ ଓକିଲ ଶ୍ରୀ ପରମା ନନ୍ଦ ମିଶ୍ର ଏହି ସମ୍ମିଳନୀରେ ପୌରହିତକରି ସଭା ପରିଚାଳନା କରିଥିଲେ ।

ଓକିଲ ମାନଙ୍କ ନିମନ୍ତେ ନିକଟ ଅତୀତରେ ନବୀନ ବାବୁ ଙ୍କ ସରକାର ନେଇଥିବା ବିଭିନ୍ନ ଓକିଲ କଲ୍ୟାଣକରି ପଦକ୍ଷେପ ଉପରେ ଆଲୋଚନା କରାଯାଇ ଆଗାମିଦିନରେ ଆ ଉକେତେ ହିତୈଷି ପଦକ୍ଷେପ ବାବଦରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଦୁଷ୍ଟି ଆକର୍ଷଣ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଏହି ଜିଲ୍ଲା ସଂଗଠନକୁ ଅଧିକ କ୍ରିୟାଶୀଳ କରିବା ପାଇଁ ଜିଲ୍ଲା ସମସ୍ତ ବାର ଆସୋସିଏସନ ପ୍ରତିନିଧି ଚୟନ କରାଯାଇଥିଲା । ସର୍ବ ଶେଷରେ ତାଳଚେର ବାର ଆସୋସିଏସନ ବରିଷ୍ଠ ଆଇନଯିବି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.