ପ୍ରଥମେ ପ୍ରେମ, ପରେ ବାହା ହେବାର ପ୍ରତିଶୃତି, ପରେ ଧୋକା ଦେଇ ଶେଷରେ ଗର୍ଭବତୀ

186
ଏହି ଯୁବତୀ ଜଣଙ୍କୁ କିପରେ ଏକାକି ବସଷ୍ଟାଣ୍ଡର ବହି ବାହୁନି ବାହୁନି କାନ୍ଦୁଛି। ହେଲେ ଦିନେ କି ଦୁଇଦିନ ନୁହଁ ପାଖାପାଖି ଚାରିଦିନ ହେଲା ଏଭଳି କାନ୍ଦୁଛି। ଆଉ ଖୋଜୁଛି ତାର ପ୍ରେମିକକୁ।
ଯିଏକି ତାକୁ ଭଲପାଇ ବିବାହର ପ୍ରତିଶୃତି ଦେଇ, ଶାରିରୀକ ସମ୍ପର୍କ ରଖି ଗର୍ଭବତୀ କରି କେଉଁଆଡେ ଚାଲିଯାଇଛି। ଯୁବତୀ ଜଣଙ୍କ ନାମ ହଉଛି ମମତା ଗମାଙ୍ଗ l ଘର ହଉଛି ଗଜପତି ଜିଲ୍ଲାର ରାମଗିରିରେ l ଯୁବତୀ ଜଣକ ଆଠ ମାସର ଗର୍ଭବତୀ ଅଛନ୍ତି l ଯୁବତୀ ଜଣକୁ ମେଡିକାଲ ସ୍ୱାସ୍ଥ୍ୟ ଅବସ୍ଥା ପରୀକ୍ଷା କରିବା ପାଇ ଆଣି ବସ ଷ୍ଟାଣ୍ଡରେ ଛାଡି ଚାଲିଯାଇଛି ତାର ପ୍ରେମିକ l ଆଉ ସେହି ଦିନ ଠାରୁ ନଖାଇ ନପିଇ ଦିନ ରାତି ବସି ରହିଛି ଏହି ବସଷ୍ଟାଣ୍ଡରେ।
ଯୁବତୀ ଜଣଙ୍କର ଏଭଳି ଅବସ୍ଥା ଦେଖି ଯାତ୍ରୀ ମାନେ ଯିଏଯାହା ଦେଉଥିଲା ତାହା ଖାଇ ବସି ରହିଛି ଏହି ଯୁବତୀ ଜଣକ। ହେଲେ ଏତେ ଦିନ ବିତି ଯାଇଥିଲେ ମଧ୍ଯ ଯୁବକ ଜଣକର ଦେଖା ମିଳିନଥିଲା।
ମିଳିଥିବା ସୂଚନା ଅନୁଯାଇ ବ୍ରହ୍ମପୁର ସହରର ଜଣେ ଯୁବକ ଏହି ଯୁବତୀ ଜଣଙ୍କୁ ପ୍ରଥମେ ଭଲ ପାଇଥିଲେ। ବହୁ ଦିନ ହେଲା ଚାଲୁ ରହିଥିଲା ଏହି ପ୍ରେମ ସମ୍ପର୍କ। ପରେ ଯୁବକ ଜଣକ ବିବାହ ର ପ୍ରତିଶୃତି ଦେଇ ଯୁବତୀକୁ ବ୍ରହ୍ମପୁର ଆଣି ରଖିଥିଲା। ଏହାରି ଭିତରେ ଯୁବତୀ ଜଣକ ଗର୍ଭବତୀ ହୋଇଥିଲେ ।
ଆଉ ଏହାଜାଣି ଯୁବକ ଜଣକ ମେଡିକାଲ ନେଇ ତାର ସମସ୍ତ ପରିକ୍ଷା କରିଥିଲେ। ଯାହାର ମେଡିକାଲ ରିପୋର୍ଟ ଅଛି। ଯାହାକୁ ଜାଣିବା ପରେ ଯୁବତୀ ଜଣଙ୍କର ପରିବାର  ଲୋକେ ଆଉ ଝିଅଟିକୁ ଗ୍ରହଣ ନକରି ଘରୁ ବାହାର କରିଦେଇଛନ୍ତି। ସେପଟେ ଯୁବକ ଜଣକ ସ୍ବାସ୍ଥ୍ଯ ପରିକ୍ଷା କରିବା ଆଳରେ ଆଣି ବ୍ରହ୍ମପୁର ନୁଆ ବସଷ୍ଟାଣ୍ଡରେ ଛାଡି କେଉଆଡି ଚାଲିଯାଇଛି।
ଆଉ ଏହି ଖବର ପାଇବା ପରେ ଜିଲ୍ଲା ପ୍ରଶାସନର ଏକ ଟିମ ଆସି ଯୁବତୀ ଜଣଙ୍କୁ ଉଦ୍ଧାର କରିବା ସହ ସ୍ବାସ୍ଥ୍ଯ ପରିକ୍ଷା କରାଇ ସଖି ସେଣ୍ଟର କୁ ନେଇ ସମସ୍ତ ତଥ୍ଯ ବାହାର କରିବା ପରେ ପୋଲିସ କୁ ଅବଗତ କରାଯିବ କହିଛନ୍ତି ପ୍ରଶାସନିକ ଅଧିକାରୀ
Leave A Reply

Your email address will not be published.