ଶ୍ରୀ ଲଡୁବାବାଙ୍କ ପୀଠକୁ ମିଳିଲା ପର୍ଯ୍ୟଟନ କ୍ଷେତ୍ର ମାନ୍ୟତା

166

ଓଡ଼ଗାଁ : ରାଜ୍ୟର ପ୍ରସିଦ୍ଧ ଶୈବପୀଠ ଶରଣକୁଳ ବିଜେ ପ୍ରଭୁ ଶ୍ରୀ ଲଡୁବାବାଙ୍କ ପବିତ୍ର ପୀଠକୁ ରାଜ୍ୟ ପର୍ଯ୍ୟଟନସ୍ଥଳୀର ମାନ୍ୟତା ଦିଆଗଲା । ବିଧାନସଭାରେ ରଣପୁର ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ସତ୍ୟନାରାୟଣ ପ୍ରଧାନଙ୍କ ଲିଖିତ ପ୍ରଶ୍ନର ଉତ୍ତର ଦେଇ ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ ଅଶ୍ୱିନ କୁମାର ପାତ୍ର ନୟାଗଡ଼ ଜିଲ୍ଲାର ଶରଣକୁଳ ଲଡୁବାବା ପୀଠକୁ ରାଜ୍ୟ ସରକାର ପର୍ଯ୍ୟଟନ କ୍ଷେତ୍ରର ମାନ୍ୟତା ପ୍ରଦାନ କରିଛନ୍ତି ବୋଲି କହିଥିଲେ । ଠିକ ସେହିପରି ବ୍ଲକର ଝାଡଶ୍ୱରୀ ପୀଠ ଓ ଶିମିଳି ଜଳପ୍ରପାତକୁ ପର୍ଯ୍ୟଟନସ୍ଥଳୀର ମାନ୍ୟତା ପାଇଁ ଅଞ୍ଚଳବାସୀଙ୍କ ଦାବି ସମ୍ପର୍କରେ ସରକାର ଅବଗତ ଅଛନ୍ତି ।

ବିଧିବଦ୍ଧ ଭାବରେ ନୟାଗଡ଼ ଜିଲ୍ଲାପାଳଙ୍କ ଠାରୁ ପ୍ରସ୍ଥାବ ଆଗତ ହେଲେ ସରକାର ବି·ର କରିବେ ବୋଲି ପର୍ଯ୍ୟଟନ ମନ୍ତ୍ରୀ କହିଥିଲେ । ଦୀର୍ଘ ବର୍ଷ ଧରି ଏହି କ୍ଷେତ୍ରକୁ ମାନ୍ୟତା ପ୍ରଦାନକୁ ନେଇ ବିଭିନ୍ନ ଅନୁଷ୍ଠାନ,ସ୍ୱେଚ୍ଛାସେବୀ, ଶୈବ ଧର୍ମାବଲମ୍ବୀ ତଥା ବୁଦ୍ଧିଜୀବୀଙ୍କ ମହଲରୁ ଦାବି ହୋଇ ଆସୁଥିଲା । ରଣପୁର ବିଧାୟକ ଶ୍ରୀ ପ୍ରଧାନଙ୍କ ପ୍ରଚେଷ୍ଟା ବଳରେ ଏହା ସମ୍ଭବପର ହୋଇପାରିଛି । ପର୍ଯ୍ୟଟନସ୍ଥଳୀର ମାନ୍ୟତା ପଛରେ ନୟାଗଡ଼ ବିଧାୟକ ଡ଼ ଅରୁଣ କୁମାର ସାହୁଙ୍କ ଅବଦାନ ମଧ୍ୟ ରହିଛି ।

ପର୍ଯ୍ୟଟନ ବିଭାଗ ଏହି ମନ୍ଦିରରେ ସୁଦୃଶ୍ୟ ତୋରଣ ସହ ଉଜ୍ଜ୍ୱଳ ଆଲୋକ ବ୍ୟବସ୍ଥା, ପାନୀୟ ଜଳ, ଯାତ୍ରା ବିଶ୍ରାମସ୍ଥଳୀ, ଯାନବାହନ ରହଣି ସ୍ଥାନ ଓ ଶୌ·ଳୟ ଆଦି ନିର୍ମାଣ କରିବ ବୋଲି ଯୋଜନା ରହିଥିବା ଜଣାପଡିଛି । ଏଥି ନିମନ୍ତେ ଶରଣକୁଳ ଅଞ୍ଚଳର ସାରସ୍ୱତ ଅନୁଷ୍ଠାନ ଲଡୁବାବା ସାହିତ୍ୟ ସଂସ୍କୃତି ପରିଷଦ, ସମ୍ବର୍ଦ୍ଧନା ପରିବାର, ସଦାନନ୍ଦ ସାହିତ୍ୟ ପରିଷଦ,ଗ୍ରୀନ କ୍ଳବ, ଆଶ୍ରୟ ପ୍ରଭୃତି ଅନୁଷ୍ଠାନ,ଲଡୁବାବାଙ୍କ ସେବାସୀ ପରିଷଦ ଓ ଶରଣକୁଳ ଅଞ୍ଚଳର ସଚେତନ ନାଗରିକ ମଞ୍ଚ ତରଫରୁ ବିଧାୟକ ଓ ସରକାରଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।

Leave A Reply

Your email address will not be published.