ବୁଲେଟ ଲୁଟେରାଙ୍କ ଠାରୁ ସାବଧାନ

203

ପାରଳାଖେମୁଣ୍ଡି : ଗତ ୫ ଦିନ ପୂର୍ବେ ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହର ଉପକଣ୍ଠସ୍ଥ ଦେବିତି ଗ୍ରାମ ନିକଟରେ ଥିବା ମିଶ୍ର କମ୍ପେ୍ଲକ୍ସ ଠାରୁ ଏକ ବୁଲେଟ ଚୋରି ହୋଇଥିଲା । ଯାହାକି ସିସିଟିଭିରେ କଏଦ ହୋଇଥିଲା । ଏହି ଦୃଶ୍ୟକୁ ବିଭିନ୍ନ ଗଣମାଧ୍ୟମରେ ଦେଖିବାପରେ ବୁଲେଟ ଲୁଟେରାଙ୍କ ପତ୍ତା ମିଳିଥିଲା। ଯାହାକୁ ନେଇ ଶୁକ୍ରବାର ଦିନ ସକାଳ ସମୟରେ ପାରଳାଖେମୁଣ୍ଡି ଆଦର୍ଶ ଥାନା ପୋଲିସ ସନ୍ଧେହ କରି ଦୁଇଜଣ ଲୁଟେରାଙ୍କୁ ଧରିବାପାଇଁ ଉଦ୍ୟମ ଆରମ୍ଭ କରିଥିଲେ ।

ପାରଳାଖେମୁଣ୍ଡି ସହରରରେ ଦୁଇଜଣକୁ ସନ୍ଧେହରେ ମେଳିଆପୁଟି ଥାନା ଅନ୍ତର୍ଗତ ଚାପରା ଗ୍ରାମରେ ଆଶ୍ରୟ ନେଇଥିବା ଖବର ପାଇଁ ଏସ୍ଆଇ ସନ୍ଦିପ ହେମ୍ବ୍ରମ ଆନ୍ଧ୍ର ପୋଲିସ ସହାୟତାରେ ଚଢଉ କରିଥିଲେ । ତେବେ ଦୁର୍ବୃତ୍ତ ଉଭୟ ଆନ୍ଧ୍ର ଓ ଓଡିଶା ପୋଲିସକୁ ଚକମା ଦେଖାଇ ଫେରାର ହୋଇଯାଇଥିଲେ। ପୋଲିସ ମଧ୍ୟ ଧରିବାପାଇଁ ଚାପରା ଗ୍ରାମରେ ଡେରାପକାଇଥିଲେ । ହେଲେ ଶେଷରେ ଧରାନପଡିବାରୁ ଫେରି ଆସିଥିଲେ ।

ଏତିକିରେ ପାରଳା ପୋଲିସ ଚୁପ ନବସି ସନ୍ଧ୍ୟା ସମୟରେ ସର୍ଚ୍ଚ ଅପରେଶନ କରିବାକୁ ଯାଇ ଆନ୍ଧ୍ରର ବିଭିନ୍ନ ଗ୍ରାମ ଯଥା ଶ୍ରୀକାକୁଲମ, ବିଶାଖାପାଟଣା ଆଦି ଗସ୍ତ କରିଥିବାର ଜଣାପଡିଛି । ପାରଳା ପୋଲିସ ଟିମ୍ ସହ ଥାନାର ଏସ୍ଆଇ ଶ୍ରୀ ହେମ୍ବ୍ରମ ଓ ଜେ.ପୂର୍ତ୍ତୀଙ୍କ ସହ ମିଶି ଗତକାଲି ଠାରୁ ବିଭିନ୍ନ ଅଞ୍ଚଳ ଅପରେଶନ ଜାରି ରଦୁର୍ବୃତ୍ତମାନେ ଅତିଶିଘ୍ର ଆମ ହାତରେ ନିଶ୍ଚିତ ଧରାପଡିବେ।

ତେବେ ଦେଖିବାକୁ ବାକି ରହିଲା ଏହି ଲୁଚକାଳି ଖେଳ କେତେଦିନ ଧରି ଚାଲୁ ରହିବ। ଯଦି ପୋଲିସ ପାଖରେ ସମସ୍ତ ସୁରାଗ ଥାଇ ସେ ଅପରାଧିକୁ ଧରି ପାରିବନି ତେବେ ସହରବାସୀ କେତେ ସୁରକ୍ଷିତ ରହିବେ ସେନେଇ ସାଧାରଣରେ ବିଭିନ୍ନ ଚର୍ଚ୍ଚା ହେଉଛି । ସୂଚନା ଯୋଗ୍ୟ ଯେ, ଦେବିତି ଗ୍ରାମ ନିକଟରେ ଥିବା ମିଶ୍ର କମ୍ପେ୍ଲକ୍ସ ଠାରେ ଗତ ୪ଦିନ ପୂର୍ବର ଘଟଣାକୁ ନେଇ ମିଶ୍ର କମ୍ପେ୍ଲକ୍ସ ମାଲିକ ରଶ୍ମିରଞ୍ଜନ ମିଶ୍ର ପାରଳା ଆଦର୍ଶ ଥାନାରେ ଅଭିଯୋଗ କରିଥିଲେ ।

ଅଭିଯୋଗକୁ ଭିତ୍ତି କରି ୮୬/୨୩ରେ ମାମଲା ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରିଥିଲେ । ଉକ୍ତ ଚୋରି ଘଟଣା ସିସିଟିଭିରେ କଏଦ ହୋଇଛି । ଯାହାକି ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ହେବା ପରେ ଏହି ବୁଲେଟ ଲୁଟେରାଙ୍କ ସୁରାଗ ପାରଳା ପୋଲିସ ହାତରେ ଲାଗିଥିଲା । ଯାହାକୁ ନେଇ ଗତକାଲିଠାରୁ ସର୍ଚ୍ଚ ଅପରେଶନ ଜାରି ରହିଛି।

Leave A Reply

Your email address will not be published.